Advertisment

କୋଲକାତାକୁ ୧୮ ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା: କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନ୍‌ରେ ହରାଇଛି। ଯୁବ ବାହିନୀଙ୍କ ଲଢ଼ୁଆ ଇନିଂସ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ଆଗରେ ବିଶାଳ ୨୨୯ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ପିଛା କରିବାକୁ ଯାଇ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍‌ କରିପାରିଥିଲା। That's that from Match 16 of #Dream11IPL as @DelhiCapitals win by 18 runs.#DCvKKR pic.twitter.com/JIyTe1zwdD — IndianPremierLeague (@IPL) October 3, 2020 ବଡ଼ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
କୋଲକାତାକୁ ୧୮ ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

delhi-kkr

ଶାରଜା: କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନ୍‌ରେ ହରାଇଛି। ଯୁବ ବାହିନୀଙ୍କ ଲଢ଼ୁଆ ଇନିଂସ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ଆଗରେ ବିଶାଳ ୨୨୯ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ପିଛା କରିବାକୁ ଯାଇ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍‌ କରିପାରିଥିଲା।

Advertisment

https://twitter.com/IPL/status/1312455189215944704?s=20

ବଡ଼ ଟାର୍ଗେଟ୍‌ କାରଣରୁ ଚାପଗ୍ରସ୍ତ କୋଲକାତାର ସୁନୀଲ ନାରିନ୍‌ ସଅଳ ବିଦାୟ ନେଇଥିଲେ। ସେ ୫ଟି ବଲ୍‌ରୁ ୩ ରନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଶୁବମନ୍‌ ଗିଲ୍‌ ଏବଂ ନୀତୀଶ ରାଣା ଦଳୀୟ ଇନିଂସ୍‌କୁ ଆଗକୁ ବଢ଼ାଇଥିଲେ। ଗିଲ୍‌ ୨୮ ରନ୍‌ରେ ଆଉଟ୍‌ ହୋଇଥିବାବେଳେ ରାଣା ୩୫ ବଲ୍‌ରେ ୫୮ ରନ୍‌ର ଲଢ଼ୁଆ ଇନିଂସ୍‌ ଖେଳିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ବିଫଳ ହୋଇଥିଲେ ମଧ୍ୟ ଇଅନ୍‌ ମୋର୍ଗାନ୍‌ ଏବଂ ରାହୁଲ ତ୍ରିପାଠୀ ବିଜୟ ଆଶା ସଂଚାର କରିଥିଲେ। କିନ୍ତୁ ଅନ୍ୟ କେହି ବିଶେଷ ସଫଳ ହୋଇପାରିନଥିଲେ। ମୋର୍ଗାନ୍‌ ୪୪ ରନ୍‌ କରିଥିବାବେଳେ ତ୍ରିପାଠୀ ୩୬ ରନ୍‌ କରିପାରିଥିଲେ।

ଦିଲ୍ଲୀର ଆନରିଚ୍‌ ନୋର୍ଜଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ସେହିଭଳି ହର୍ଶଲ ପଟେଲ ୨ଟି ୱିକେଟ୍‌ ପାଇଥିଲେ। କାଗିସୋ ରବାଡ଼ା, ମାର୍କସ୍ ଷ୍ଟୋଇନିସ୍‌ ଏବଂ ଅମିତ ମିଶ୍ରା ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

Advertisment

publive-image
ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ୩ ଯୁବ ତାରକା କମାଲ କରିଥିଲେ। ବିଶେଷ କରି ଅଧିନାୟକ ଶ୍ରେୟସ ଆୟର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଶ୍ରେୟସ ଆୟର ଅପରାଜିତ ୮୮ ରନ୍‌ କରିଥିବା ବେଳେ ଋଷଭ ପନ୍ତ ୧୭ ବଲରେ ୩୮ ଓ ପୃଥ୍ୱୀ ଶ’ ୪୧ ବଲରେ ୬୬ ରନ୍‌ ରନ୍‌ ଇନିଂସ ଖେଳିଥିଲେ। ୩ ଯୁବ ବ୍ରିଗେଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୨୮ ରନ୍‌ କରିଛି।

ଟସ୍‌ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ଦିଲ୍ଲୀକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଦୁଇ ଓପନର ପୃଥ୍ୱୀ ଶ’ ଓ ଶିଖର ଧୱନ ଜରବଦସ୍ତ ଆରମ୍ଭ କରିଥିଲେ। ଉଭୟ ୫.୫ ଓଭରରେ ୫୬ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୨୬ ରନ୍‌ କରିଥିବା ଧୱନଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ କରିଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଶ୍ରେୟସ। ସେ ପୃଥ୍ୱୀ ଶ’ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୨୯ରେ ପହଞ୍ଚାଇ ଦେଇଥିଲେ। ଶ’ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶ’ ୪୧ ବଲରେ ୬୬ ରନ୍‌ କରିଥିବା ବେଳେ ତାଙ୍କୁ ନାଗରକୋଟି ପ୍ୟାଭିଲିୟନ ପଠାଇ ଦେଇଥିଲେ।

୧୩ ଓଭର ଠାରୁ ଶ୍ରେୟସ ଓ ପନ୍ତ ଜବରଦସ୍ତ ଆଟାକ କରିଥିଲେ। ପ୍ରତି ଓଭରରେ ଛକା ଓ ଚୌକା ବର୍ଷା ହୋଇଥିଲା। ପନ୍ତ ମାତ୍ର ୧୭ ବଲରେ ୩୮ ରନ୍‌ କରିଥିବା ବେଳେ ରସେଲଙ୍କ ବଲରେ ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ୍‌ ମାତ୍ର ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

କିନ୍ତୁ ଶ୍ରେୟସ ଶେଷ ଯାଏ ଅପରାଜିତ ରହି ୮୮ ରନ୍‌ କରିଥିଲେ। ତାଙ୍କ ଇନିଂସରେ ସେ ୭ଟି ଛକା ଓ ୮ଟି ଚୌକା ମାରିଛନ୍ତି। ହେଟମେୟର ମଧ୍ୟ ୫ ବଲରେ ୭ ରନ୍‌ କରିଛନ୍ତି। ଦିଲ୍ଲୀ ପକ୍ଷରୁ ଶ’ ୬ଟି, ଧୱନ ୨ଟି, ଶ୍ରେୟସ ୬ଟି, ପନ୍ତ ଓ ହେଟମେୟର ଗୋଟିଏ ଲେଖାଏ ଛକା ମାରିଛନ୍ତି।