Advertisment

Jawaharlal Nehru Stadium: ମାଟିରେ ମିଶିବ ଐତିହାସିକ ଜବାହରଲାଲ ନେହରୁ ଷ୍ଟାଡିୟମ!

୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜନ ହୋଇଥିଲା। ଏଥିପାଇଁ ଷ୍ଟାଡିମୟକୁ ନୂଆ ରୂପ ଦିଆଯିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ନବୀକରଣର ମାତ୍ର ୧୫ ବର୍ଷ ପରେ ଏହି ଷ୍ଟାଡିୟମକୁ ଭାଙ୍ଗିବାକୁ ଆଲୋଚନା ଆରମ୍ଭ ହୋଇଛି।

stadium

ଜବାହରଲାଲ ନେହରୁ ଷ୍ଟାଡିୟମ

Advertisment

ମାଟିରେ ମଶିବ ଦିଲ୍ଲୀ(Delhi)ର ଐତିହାସିକ ଜବାହରଲାଲ ନେହରୁ ଷ୍ଟାଡିୟମ। ଅନେକ କ୍ରୀଡ଼ାବିତକୁ ତିଆରି କରିଥିବା ଓ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିଥିବା ଜବାହରଲାଲ ନେହରୁ ଷ୍ଟାଡିୟମକୁ ଭାଙ୍ଗିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। 

Advertisment

୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜନ ହୋଇଥିଲା। ଏଥିପାଇଁ ଷ୍ଟାଡିମୟକୁ ନୂଆ ରୂପ ଦିଆଯିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ନବୀକରଣର ମାତ୍ର ୧୫ ବର୍ଷ ପରେ ଏହି ଷ୍ଟାଡିୟମକୁ ଭାଙ୍ଗିବାକୁ ଆଲୋଚନା ଆରମ୍ଭ ହୋଇଛି।  କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରୁ ଏପରି ଖବର ସାମ୍ନାକୁ ଆସିଛି। 

୧୯୮୨ ଏସିଆ ଗେମ୍ସ ପାଇଁ ଭାରତ ସରକାର ଏହି ଷ୍ଟାଡିମୟକୁ ତିଆରି କରିଥିଲେ। ୧୯୫୧ରୁ ଏସିଆଡ ଆରମ୍ଭ ହୋଇଥିବା ବେଳେ ପ୍ରଥମଥର ପାଇଁ କୌଣସି କ୍ରୀଡ଼ା ମହାକୁମ୍ଭ ଦିଲ୍ଲୀରେ ଆୟୋଜନ ହୋଇଥିଲା। ବର୍ତ୍ତମାନ ଏହି ଷ୍ଟାଡିୟମ(Jawaharlal Nehru)ର କ୍ଷମତା ୬୦ ହଜାର। ୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପରେ ଏହି ଷ୍ଟାଡିୟମରେ ଏକାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ୍‌ ସମେତ ଇଣ୍ଡିଆ ସୁପର ଲିଗ ଖେଳା ଯାଇଛି। 

Advertisment

୨୦୧୭ ଅଣ୍ଡର ୧୭ ‍ଫିଫା ବିଶ୍ୱକପର ଆୟୋଜନ ମଧ୍ୟ ଏଠାରେ ହୋଇଥିଲା। ଚଳିତ ବର୍ଷ ପାରା ଆଥଲେଟିକ୍ସ ଗେମ୍ସ ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜନ କରି ଭାରତ ସଫଳତା ସାଉଁଟିଥିଲା।

ଏଠାରେ ନିୟମିତ ବଡ଼ବଡ଼ ସଂଗୀତ ଓ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। କ୍ରୀଡ଼ାବିତମାନେ ଏଠାରେ ଅଭ୍ୟାସ ମଧ୍ୟ କରନ୍ତି। ସମସ୍ତଙ୍କ ପାଇଁ ଜବାହରଲାଲ ନେହରୁ ଷ୍ଟାଡିୟମ ପ୍ରେରଣାର ଉତ୍ସ ମଧ୍ୟ ବନିଛି।  କିନ୍ତୁ ବିକାଶ ଆଳରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ଭାଙ୍ଗିବାକୁ ଚାହୁଁଛି। 

କାହିଁକି ଭଙ୍ଗାଯିବ ଜବାହରଲାଲ ନେହରୁ ଷ୍ଟାଡିୟମ? 

ରିପୋର୍ଟ ଅନୁସାରେ, ଗୋଟିଏ ନୂଆ ସ୍ପୋର୍ଟସ ସିଟି ପାଇଁ ଜବାହରଲାଲ ନେହରୁ ଷ୍ଟାଡିୟମକୁ ଭାଙ୍ଗିବାକୁ ଯୋଜନା ହୋଇଛି। ନୂଆ ସ୍ପୋର୍ଟସ ସିଟି ପାଇଁ ୧୦୨ ଏକର ସ୍ଥାନ ଦରକାର। ତେଣୁ ଜବାହରଲାଲ ନେହରୁ ଷ୍ଟାଡିୟମକୁ ଭାଙ୍ଗି ପୁଣି ମୂଳର ଅତ୍ୟାଧୁନିକ ଶୈଳୀରେ ତିଆରି କରିବାକୁ ଚାହୁଁଛି ମନ୍ତ୍ରଣାଳୟ। ନୂଆ ସ୍ପୋର୍ଟସ ସିଟି ତିଆରି କରିବା ଓ ଜବାହରଲାଲ ନେହରୁ ଷ୍ଟାଡିୟମକୁ ଭାଙ୍ଗିବା ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ଅଧିକାରୀମାନେ କେମିତି ଏହାକୁ ତିଆରି କରିବେ, ସେଥିପାଇଁ କତର ଓ ଅଷ୍ଟ୍ରେଲିଆର ବିଭିନ୍ନ ପ୍ରକଳ୍ପକୁ ଅନୁଧ୍ୟାନ କରୁଛନ୍ତି। ନୂଆ ସ୍ପୋର୍ଟସ ସିଟିରେ ଉଭୟ ପ୍ରତିଯୋଗିତା ଓ ଟ୍ରେନିଂ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ରହିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ(ସର୍ଦ୍ଦାର ବଲ୍ଲଭ ଭାଇ ସ୍ପୋର୍ଟସ ଏନକ୍ଲେଭ)ର ଆଖପାଖ ଅଞ୍ଚଳରେ ଯେଉଁଭଳି ପ୍ରକଳ୍ପ କାମ ଚାଲିଛି ସେଭଳି କିଛି ଦିଲ୍ଲୀରେ କରିବାକୁ ଯୋଜନା ରହିଛି।

୨୦୨୩ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଚାହୁଁଥିବା ବେଳେ ଏପରି ସ୍ପୋର୍ଟସ ସିଟିର ଆବଶ୍ୟକତା ରହିଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ନାଁ ଗୋପନରଖି କହିଛନ୍ତି। 

ପିଟିଆଇରେ ପ୍ରକାଶିତ ଖବର ଅନୁସାୟରେ, ଜବାହରଲାଲ ନେହରୁ ଷ୍ଟାଡିୟମ ସମେତ ନ୍ୟାଶନାଲ ଡୋପିଂ ଏଜେନ୍ସି(ନାଡା)ରେ ଥିବା ସମସ୍ତ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜବାହରଲାଲ ନେହରୁ ଷ୍ଟାଡିୟମ ଏବେ ସାଇ ଦ୍ୱାରା ପରିଚାଳିତ। ସାଇ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ରହିଛି। 

Delhi Jawaharlal Nehru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe