Advertisment

ୱେଷ୍ଟ୍‌ଇଣ୍ଡିଜ୍‌ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଶିଖର ଧୱନ୍‌, ରୋହିତଙ୍କୁ ମଧ୍ୟ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୪ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ କ୍ରମାଗତ ବିଫଳ ହୋଇଥିବା ଓପନର ଶିଖର ଧୱନ୍‌ଙ୍କୁ ଭାରତୀୟ ଚୟକର୍ତ୍ତା କମିଟି ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦେଇଛି। ସେହିପରି ଭାରତକୁ ଏସିଆ କପ୍‌ ଜିତାଇଥିବା କ୍ଯାପଟେନ ରୋହିତ ଶର୍ମାଙ୍କୁ ପୁଣିଥରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଅଣଦେଖା କରାଯାଇଛି। ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାକୁ ବିଶ୍ରାମ […]

ୱେଷ୍ଟ୍‌ଇଣ୍ଡିଜ୍‌ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଶିଖର ଧୱନ୍‌, ରୋହିତଙ୍କୁ ମଧ୍ୟ ମିଳିଲାନି ସୁଯୋଗ

m1

Advertisment

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୪ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି।

Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ କ୍ରମାଗତ ବିଫଳ ହୋଇଥିବା ଓପନର ଶିଖର ଧୱନ୍‌ଙ୍କୁ ଭାରତୀୟ ଚୟକର୍ତ୍ତା କମିଟି ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦେଇଛି। ସେହିପରି ଭାରତକୁ ଏସିଆ କପ୍‌ ଜିତାଇଥିବା କ୍ଯାପଟେନ ରୋହିତ ଶର୍ମାଙ୍କୁ ପୁଣିଥରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଅଣଦେଖା କରାଯାଇଛି।

publive-image

ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାକୁ ବିଶ୍ରାମ ଦେବାକୁ କମିଟି ନିଷ୍ପତ୍ତି ନେଇଥିବା ବେଳେ ନୂଆ ମୁହଁ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଛି। ୟଙ୍ଗଷ୍ଟର ପୃଥ୍ୱୀ ଶ’ଙ୍କୁ ମଧ୍ୟ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

Advertisment

publive-image

ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ୍‌ରୁ ବାଦ୍‌ ପଡ଼ିଥିବା ମୁରଲୀ ବିଜୟଙ୍କ ନାଁକୁ ମଧ୍ୟ କମିଟି ବିଚାରକୁ ନେଇନାହିଁ। ସେହିପରି କରୁଣ ନାୟର ଓ ଦୀନେଶ କାର୍ତ୍ତିକଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ସ୍କ୍ୱାଡ୍‌ରେ ଋଷଭ ପନ୍ତ ହିଁ ଏକମାତ୍ର ୱିକେଟ୍‌ କିପର୍‌ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି। ସେହିପରି ନବାଗତ ହନୁମା ବିହାରୀଙ୍କ ଉପରେ ଚୟନକର୍ତ୍ତା କମିଟି ପୁଣି ଭରସା ସ୍ଥାପନ କରିଛି। ସେହିପରି ଆହତ ସମସ୍ୟାରୁ ମୁକୁଳି ନଥିବା ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସ୍କ୍ୱାଡ୍‌ରେ ସାମିଲ କରାଯାଇ ନାହିଁ।

publive-image

ଏସିଆ କପ୍‌ରେ ବିଶ୍ରାମ ନେଥିବା ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ହିଁ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ଚ୍ୟାଲେଞ୍ଜକୁ ମୁକାବିଲା କରିବ। ଆସନ୍ତା ଅକ୍ଟୋବର ୪ରେ ପ୍ରଥମ ଟେଷ୍ଟ ରାଜକୋଟ୍‌ରେ ହେବାକୁ ଥିବା ବେଳେ ୧୨ ତାରିଖରୁ ହାଇଦ୍ରାବାଦ୍‌ରେ ଦ୍ୱିତୀୟ ଟେଷ୍ଟ୍‌ ଆରମ୍ଭ ହେବ।

ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ତିଜ୍‌ ୨ଟି ଟେଷ୍ଟ୍‌ ବ୍ୟତୀତ, ୩ଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିବ।

[caption id="attachment_281824" align="aligncenter" width="981"]publive-imageମୟଙ୍କ ଅଗ୍ରୱାଲ[/caption]

ଟିମ୍‌ ଇଣ୍ଡିଆ: ବିରାଟ୍‌ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହଣେ(ଉପ ଅଧିନାୟକ), କେଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ପୃଥ୍ୱୀ ଶ’, ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ୍‌ କିପର୍‌), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ୱିନ୍‌, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe