Advertisment

ଅଲିମ୍ପିକ୍ସ: ଖାଲି ହାତରେ ଫେରିଲେ ଧୀରଜ-ଅଙ୍କିତା

ଇତିହାସ ରଚିବାର ଅତି ନିକଟକୁ ଆସି ଫେଲ ମାରିଛନ୍ତି ଭାରତର ଅଙ୍କିତା ଓ ଧୀରଜ ଯୋଡ଼ି।

ankita

ankita

Advertisment

ଇତିହାସ ରଚିବାର ଅତି ନିକଟକୁ ଆସି ଫେଲ ମାରିଛନ୍ତି ଭାରତର ଅଙ୍କିତା ଓ ଧୀରଜ ଯୋଡ଼ି। ପ୍ୟାରିସ ଅଲିମ୍ପିକ୍ସରେ ତୀରନ୍ଦାଜିରୁ ଭାରତକୁ ୩୬ ବର୍ଷ ମଧ୍ୟରେ ପ୍ରଥମ ପଦକ ଭେଟି ଦେବାର ସୁଯୋଗ ଧୀରଜ-ଅଙ୍କିତଙ୍କ ପାଖରେ ଥିଲା। କିନ୍ତୁ ଧୀରଜ ଓ ଅଙ୍କିତା ଯୋଡ଼ି ଖାଲି ହାତରେ ପ୍ୟାରିସ ଅଲିମ୍ପିକ୍ସରୁ ଫେରିଛନ୍ତି।

Advertisment

ଧୀରଜ ଓ ଅଙ୍କିତା କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରି ଅଲିମ୍ପିକ୍ସ ଇତିହାସର ପ୍ରଥମ ଭାରତୀୟ ଯୋଡ଼ି ଭାବେ ସେମିରେ ପ୍ରବେଶ କରିଥିଲେ। ହେଲେ ଦଳକୁ ସେମିରେ ବିଶ୍ୱର ୧ ନଂ ମାନ୍ୟତାପ୍ରାପ୍ତ କୋରିଆ ଠାରୁ ୬-୨ରେ ହାରିବାକୁ ପଡ଼ିଥିଲା। ଏହାପରେ ଉଭୟ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିଥିଲେ।

ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଧୀରଜ ଓ ଅଙ୍କିତା ଆମେରିକାର ବ୍ରାଡୀ ଇଲିସନ ଓ କାସେୟ କୌଫହୋଲ୍ଡଙ୍କ ସହ ହୋଇଥିଲା। ବ୍ରାଡୀ ହେଉଛନ୍ତି ୩ଥରର ଅଲିମ୍ପିକ୍ସ ପଦକ ବିଜେତା। ସେହିପରିତ ମହିଳା ବ୍ୟକ୍ତିଗତ ତୀରନ୍ଦାଜିର ୧ନଂ ରାଙ୍କର ଖେଳାଳି ହେଲେ କୌଥହୋଲ୍ଡ। ଭାରତ ତୀରନ୍ଦାଜି ରାଙ୍କର ୯ ନମ୍ବରେ ଥିବା ବେଳେ ଆମେରିକାର ରାଙ୍କ ହେଉଛି ୩।

Advertisment

ଏହାର ପ୍ରଭାବ ମଧ୍ୟ ମ୍ୟାଚ୍‌ ଉପରେ ପଡ଼ିଥିଲା ଆମେରିକା ପ୍ରଥମ ସେଟକୁ ୩୮-୩୭ ଓ ଦ୍ୱିତୀୟ ସେଟକୁ ୩୭-୩୫ରେ ଜିତି ନେଇଥିଲା। ତୃତୀୟ ସେଟରେ ଭାରତ କିଛିଟା କମବ୍ୟାକ କରିଥିଲା। ଏହି ସେଟ ଭାରତ ୩୮-୩୪ ଜିତିଥିଲା। 

କିନ୍ତୁ ଗୁରୁତ୍ୱପୂର୍ଣ୍ଣ ୪ର୍ଥ ସେଟରେ ଅଙ୍କିତା ଓ ଧୀରଜ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ପ୍ରଥମ ଦୁଇଟି ଶଟ ପରେ ଭାରତ ସ୍କୋର ୧୭ ଥିଲା। ଏହାପରେ ଅଙ୍କିତା ପୁଣି ୮ ମାରିଥିଲେ। ଧୀରଜ ୧୦ ସ୍କୋର କରିବାରୁ ଭାରତର ପଏଣ୍ଟ ୩୫ରେ ପହଞ୍ଚିଥିଲା।

ପୂର୍ବରୁ ୨ଟି ଶଟରେ ୧୯ ପଏଣ୍ଟ ହାସଲ କରି ସାରିଥିବା ଆମେରିକା ପାଇଁ ବ୍ରାଡୀ ଓ କୌଫହୋଲ୍ଡ ୧୮ ପଏଣ୍ଟ ସ୍କୋର କରି ସେଟ ସହ ମ୍ୟାଚ୍‌କୁ କବଜା କରି ନେଇଥିଲେ। ଏଥିସହ ଭାରତର ପଦକ ଜିତିବାର ଆଶକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ।

Paris Olympics 2024 Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe