Advertisment

ଅଲିମ୍ପିକ୍ସ ୨୦୨୪: କ୍ୱାର୍ଟରରେ ଭାରତୀୟ ପୁରୁଷ ତୀରନ୍ଦାଜି ଟିମ

ତୀରନ୍ଦାଜିର ମିକ୍ସଡ ଇଭେଣ୍ଟର ରାଙ୍କିଙ୍ଗ ରାଉଣ୍ଡରେ ଭାରତ ୫ମ ସ୍ଥାନରେ ଅଭିଯାନ ଶେଷ କରିଛି। ଧୀରଜ ଓ ଅଙ୍କିତା ଭକତ ଯୋଡ଼ି ମୋଟ ୧୩୪୭ ପଏଣ୍ଟ ହାସଲ କରିଛନ୍ତି। ଧୀରଜ ୬୮୧ ଓ ଅଙ୍କିତା ୬୬୬ ପଏଣ୍ଟ ହାସଲ କରିବାରୁ ୫ମ ସ୍ଥାନରେ ରହିଛନ୍ତି।

Olympics

Olympics

Advertisment

ମହିଳାଙ୍କ ପରେ ପ୍ୟାରିସ ଅଲିମ୍ପିକ୍ସରେ ଚମକିଛନ୍ତି ଭାରତୀୟ ପୁରୁଷ ତୀରନ୍ଦାଜି ଟିମ। ଟିମ ରାଙ୍କିଙ୍ଗ ଇଭେଣ୍ଟରେ ଭାରତୀୟ ପୁରୁଷ ଟିମ ଦମଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦଳ ରାଙ୍କିଙ୍ଗ ରାଉଣ୍ଡର ତୃତୀୟ ସ୍ଥାନରେ ରହି ଏପରି ସଫଳତା ହାସଲ କରିଛି।

Advertisment

ତରୁନଦୀପ ରାୟ, ଧୀରଜ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ଟିମ ମୋଟ ୨୦୧୩ ପଏଣ୍ଟ ହାସଲ କରିଛନ୍ତି। ସେମାନଙ୍କ ଉପରେ ଦକ୍ଷିଣ କୋରିଆର ତୀରନ୍ଦାଜ ରହିଛନ୍ତି।

ଭାରତୀୟଙ୍କ ମଧ୍ୟରେ ଧୀରଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟକ୍ତିଗତ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ସେ ମୋଟ ୬୮୧ ପଏଣ୍ଟ ହାସଲ କରିଛନ୍ତି। ତାଙ୍କ ଉପରେ ଜର୍ମାନୀ ଓ ଦକ୍ଷିଣ କୋରିଆର ଦୁଇ ଜଣ ଖେଳାଳି ରହିଛନ୍ତି। ଧୀରଜଙ୍କ ଆରମ୍ଭ ଭଲ ହୋଇ ନଥିଲେ ହେଁ ସେ ଶେଷ ଭାଗରେ ନିଜର ଦମ ଦେଖାଇଥିଲେ। ଏଥିସହ ପ୍ରଥମ ୫ ଜଣଙ୍କ ମଧ୍ୟରେ ରହି ଭାରତକୁ କ୍ୱାର୍ଟରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।

Advertisment

ତରୁଣ ଆଗରେ ଥିଲେ ହେଁ ଶେଷରେ ୬୭୪ ପଏଣ୍ଟ ସହ ୧୪ତମ ଓ ପ୍ରବୀଣ ୬୫୮ ପଏଣ୍ଟ ସହ ୩୯ତମ ସ୍ଥାନରେ ରହିଛନ୍ତି। ପ୍ରବୀଣଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଭାରତ ଟିମ ଇଭେଣ୍ଟର କ୍ୱାର୍ଟରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ତୀରନ୍ଦାଜିର ମିକ୍ସଡ ଇଭେଣ୍ଟର ରାଙ୍କିଙ୍ଗ ରାଉଣ୍ଡରେ ଭାରତ ୫ମ ସ୍ଥାନରେ ଅଭିଯାନ ଶେଷ କରିଛି। ଧୀରଜ ଓ ଅଙ୍କିତା ଭକତ ଯୋଡ଼ି ମୋଟ ୧୩୪୭ ପଏଣ୍ଟ ହାସଲ କରିଛନ୍ତି। ଧୀରଜ ୬୮୧ ଓ ଅଙ୍କିତା ୬୬୬ ପଏଣ୍ଟ ହାସଲ କରିବାରୁ ୫ମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଭାରତୀୟ ମହିଳା ଦଳ ରାଙ୍କିଙ୍ଗ ରାଉଣ୍ଡରେ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଥିଲା। ଭାରତୀୟ ଦଳରେ ଡେବ୍ୟୁଟାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକର କୁମାରୀ ରହିଥିଲେ। ଏମାନେ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ।

କୋରିଆ ନୂଆ ଅଲିମ୍ପିକ୍ସ ରେକର୍ଡ ୨୦୪୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଚାଇନା ୧୯୯୬ ପଏଣ୍ଟ ସହ ଦ୍ୱିତୀୟ ଓ ମେକ୍ସିକୋ ୧୯୮୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି।

Olympics Paris Olympics 2024 Paris Olympic Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe