Advertisment

ରାଗିଗଲେ 'କ୍ୟାପ୍‌ଟେନ୍‌ କୁଲ୍', ଭିଡିଓ ଭାଇରାଲ୍‌

ଦୁବାଇ: ଏସିଆ କପ୍‌ରେ ମଙ୍ଗଳବାର ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ ରହିଥିଲା। ରୋମାଞ୍ଚକ ମୋଡ଼ରେ ପହଞ୍ଚିଥିବା ଏହି ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ୧ ରନ୍‌ର ଆବଶ୍ୟକ ଥିବାବେଳେ ଭାରତ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଶେଷ ୱିକେଟ ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ଆଫ୍‌ଗାନ୍‌ ବୋଲର ପ୍ୟାଭିଲିୟନ୍‌ ଫେରାଇ ମ୍ୟାଚ୍‌କୁ ଟାଇ ରଖିବାରେ ସଫଳ ହୋଇଥିଲେ। ଏହି ମ୍ୟାଚ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ସମେତ ସମଗ୍ର ବିଶ୍ୱର ନଜର ରହିଥିଲା। କାରଣ ପାଖାପାଖି ଦୁଇ ବର୍ଷ ପରେ […]

ରାଗିଗଲେ 'କ୍ୟାପ୍‌ଟେନ୍‌ କୁଲ୍', ଭିଡିଓ ଭାଇରାଲ୍‌

dhoni-1

Advertisment

ଦୁବାଇ: ଏସିଆ କପ୍‌ରେ ମଙ୍ଗଳବାର ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ ରହିଥିଲା। ରୋମାଞ୍ଚକ ମୋଡ଼ରେ ପହଞ୍ଚିଥିବା ଏହି ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ୧ ରନ୍‌ର ଆବଶ୍ୟକ ଥିବାବେଳେ ଭାରତ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଶେଷ ୱିକେଟ ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ଆଫ୍‌ଗାନ୍‌ ବୋଲର ପ୍ୟାଭିଲିୟନ୍‌ ଫେରାଇ ମ୍ୟାଚ୍‌କୁ ଟାଇ ରଖିବାରେ ସଫଳ ହୋଇଥିଲେ।

Advertisment

ଏହି ମ୍ୟାଚ ଉପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ସମେତ ସମଗ୍ର ବିଶ୍ୱର ନଜର ରହିଥିଲା। କାରଣ ପାଖାପାଖି ଦୁଇ ବର୍ଷ ପରେ 'କ୍ୟାପ୍‌ଟେନ୍‌ କୁଲ୍‌' ମହେନ୍ଦ୍ର ସିଂ ଧୋନି ପୁଣି ଥରେ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ଏସିଆ କପ୍‌ରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିବା  ରୋହିତ ଶର୍ମାଙ୍କୁ ଆଫ୍‌ଗାନିସ୍ତାନ୍ ବିପକ୍ଷ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ବଦଳରେ ଧୋନି ସାଜିଥିଲେ ଟିମ୍ ଇଣ୍ଡିଆର ମଙ୍ଗୁଆଳ। ଏଥିପାଇଁ କ୍ରିକେଟପ୍ରେମୀ ବେଶ ଉତ୍ସୁକତାର ସହ 'କ୍ୟାପ୍‌ଟେନ୍‌ କୁଲ୍‌'ଙ୍କ ପଡ଼ିଆ ଭିତର ରଣନୀତି ଉପରେ ନଜର ରଖିଥିଲେ।

ନିଜର ଥଣ୍ଡା ମିଜାଜ୍‌ ପାଇଁ ସବୁବେଳେ ପ୍ରଶଂସା ସାଉଁଟୁଥିବା ଧୋନି କିନ୍ତୁ ଗତକାଲି ମ୍ୟାଚ୍‌ରେ କିନ୍ତୁ ନିଜର ସ୍ୱଭାବର ବିପରୀତ ଆଚରଣ ଦେଖାଇଥିଲେ। ଆଉ ତାଙ୍କର ଏହି ନିଆରା ସ୍ୱଭାବ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗଛି। ଭିଡିଓରେ ଦେଖାଯାଉଛି ଯୋ କୁଲ୍‌ଦୀପ ଯାଦବ ବୋଲିଂ କରିବାକୁ ରେଡ୍ଡି ହେବା ପାଇଁ ସମୟ ନେଉଥିଲେ। ଏଥିସହ ସେ ଫିଲ୍ଡିଂରେ କିଛି ପରିବର୍ତ୍ତନ କରିବାକୁ ଧୋନିଙ୍କୁ ଇସାରା ଦେଇଥିଲେ।  କିନ୍ତୁ ଧୋନି ତୁରନ୍ତ ରାଗିଯାଇ ଏହାର ଜବାବରେ କହିଥିଲେ. “ବୋଲିଂ କରିବୁ ନା ବୋଲର୍‌ ଚେଞ୍ଜ୍‌ କରିବି।" ଏହାପରେ କୁଲଦୀପ ତୁରନ୍ତ ବୋଲିଂ କରିଥିଲେ।

Advertisment

ପୂର୍ବରୁ ମଧ୍ୟ ଧୋନି ବୋଲରମାନଙ୍କୁ ପଡ଼ିଆରେ ଏପରି ନିର୍ଦ୍ଦେଶ ଦେବାର ନଜିର ରହିଛି, ଯାହା ପଡ଼ିଆରେ ଲାଗିଥିବା ଷ୍ଟମ୍ପ୍‌ ମାଇକ୍‌ରେ ରେକର୍ଡ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe