ମାଉଣ୍ଟ ମାଙ୍ଗାନୁଇ: ମାଉଣ୍ଟ ମାଙ୍ଗାନୁଇର ବେ ଓଭାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଦୁଇଟି ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂହ ଧୋନି ଚୂଡ଼ାନ୍ତ ଏକାଦଶରେ ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି।
ଦ୍ୱିତୀୟ ଦିନିକିଆରେ ଆହତ କାରଣରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ୍ କିପିଂ କରୁଛନ୍ତି।
ଅନ୍ୟପକ୍ଷରେ ଏକ ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ସସ୍ପେଣ୍ଡ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ସାମିଲ ହୋଇଛନ୍ତି। ବିଜୟ ଶଙ୍କରଙ୍କ ସ୍ଥାନରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି।
ସୂଚନାଯୋଗ୍ୟ, ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା କାରଣରୁ ଅଷ୍ଟ୍ରେଲିଆ ସିରିଜ୍ ଅଧାରୁ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ପରେ ବିସିସିଆଇ ଉଭୟଙ୍କୁ ସସ୍ପେଣ୍ଡ କରିଥିଲା। ତେବେ ବୋର୍ଡ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପରେ ପାଣ୍ଡ୍ୟା ଭାରତୀୟ ଦଳରେ ସାମିଲ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?
ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

National
ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?
ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

National
ୱାକଫ ବିଲ ଯୁଦ୍ଧ: କିଏ ସପକ୍ଷରେ ଓ କିଏ ବିପକ୍ଷରେ? କ’ଣ ବିଜେପି ସଫଳ ହେବ?
ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ବିଲକୁ ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଏକାଧିକ ସଂଶୋଧନ ସହ ବିଲକୁ ଆଜି ପୁଣି ଲୋକସଭାରେ ଆଗତ କରାଯାଇଛି।

Politics
ବିଜେପି-ଏଆଇଏଡିଏମକେ ମେଣ୍ଟ କଲେ ଆନ୍ନାମଲାଇ କ’ଣ କରିବେ?
ବିଜେପି କହିଲେ ତାମିଲନାଡୁରେ ଆନ୍ନାମଲାଇଙ୍କୁ ବୁଝାଏ। ଏପରି ସ୍ଥିତିରେ ଯଦି ବିଜେପି ପୁଣି ଏଆଇଏଡିଏମକେ ସହ ମେଣ୍ଟ କରୁଛି, ତା’ହେଲେ ଆନ୍ନାମଲାଇ କ’ଣ କରିବେ?

National
ଆମେ କ’ଣ ଅପେକ୍ଷା କରିବା ଆଉ ଏକ ବିପର୍ଯ୍ୟୟକୁ?
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ।