ଧୋନିଙ୍କୁ ବିଶ୍ରାମ, ପାଣ୍ଡ୍ୟା ସାମିଲ

ମାଉଣ୍ଟ ମାଙ୍ଗାନୁଇ: ମାଉଣ୍ଟ ମାଙ୍ଗାନୁଇର ବେ ଓଭାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଦୁଇଟି ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂହ ଧୋନି ଚୂଡ଼ାନ୍ତ ଏକାଦଶରେ ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି। ଦ୍ୱିତୀୟ ଦିନିକିଆରେ ଆହତ କାରଣରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ୍‌ କିପିଂ କରୁଛନ୍ତି। ଅନ୍ୟପକ୍ଷରେ ଏକ ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ସସ୍‌ପେଣ୍ଡ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ସାମିଲ ହୋଇଛନ୍ତି। […]

dhoni

Rakesh Mallick
  • Published: Monday, 28 January 2019
  • , Updated: 28 January 2019, 10:18 AM IST

ମାଉଣ୍ଟ ମାଙ୍ଗାନୁଇ: ମାଉଣ୍ଟ ମାଙ୍ଗାନୁଇର ବେ ଓଭାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଦୁଇଟି ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂହ ଧୋନି ଚୂଡ଼ାନ୍ତ ଏକାଦଶରେ ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି।

ଦ୍ୱିତୀୟ ଦିନିକିଆରେ ଆହତ କାରଣରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ୍‌ କିପିଂ କରୁଛନ୍ତି।

ଅନ୍ୟପକ୍ଷରେ ଏକ ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ସସ୍‌ପେଣ୍ଡ ହୋଇଥିବା ପାଣ୍ଡ୍ୟା ତୃତୀୟ ଦିନିକିଆରେ ସାମିଲ ହୋଇଛନ୍ତି। ବିଜୟ ଶଙ୍କରଙ୍କ ସ୍ଥାନରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ, ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା କାରଣରୁ ଅଷ୍ଟ୍ରେଲିଆ ସିରିଜ୍‌ ଅଧାରୁ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ପରେ ବିସିସିଆଇ ଉଭୟଙ୍କୁ ସସ୍‌ପେଣ୍ଡ କରିଥିଲା। ତେବେ ବୋର୍ଡ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପରେ ପାଣ୍ଡ୍ୟା ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

Related story