Advertisment

ଟସ୍ ଜିତିଲେ ଧୋନି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଆବୁ ଧାବି: କରୋନା କଟକଣା ଭିତରେ ବାଜିଛି ଆଇପିଏଲର ୧୩ଶ ସଂସ୍କରଣର ବିଗୁଲ୍। ଶନିବାର ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ଦଳରେ ଧୋନି ଚାରି ବିଦେଶୀ ଖେଳାଳି ଭାବେ ଶେନ୍ ୱାଟସନ୍, ଫାଫ୍ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଟସ୍ ଜିତିଲେ ଧୋନି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

Dhoni-Rohit

ଆବୁ ଧାବି: କରୋନା କଟକଣା ଭିତରେ ବାଜିଛି ଆଇପିଏଲର ୧୩ଶ ସଂସ୍କରଣର ବିଗୁଲ୍। ଶନିବାର ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।

Advertisment

ଚେନ୍ନାଇ ଦଳରେ ଧୋନି ଚାରି ବିଦେଶୀ ଖେଳାଳି ଭାବେ ଶେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ୍, ସାମ୍ କୁରାନ୍ ଓ ଲୁଙ୍ଗି ଏନଗିଡି ସ୍ଥାନ ପାଇଛନ୍ତି। ସେହିପରି ମୁମ୍ବାଇ ଟିମରେ ଡି'କକ୍, କାଇରନ ପୋଲାର୍ଡ, ଜେମ୍ସ ପାଟିନସନ୍ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ସୁଯୋଗ ଦେଇଛନ୍ତି ରୋହିତ୍।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି'କକ୍ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କାଇରାନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଜେମ୍ସ ପାଟିନସନ୍, ରାହୁଲ୍ ଚହର୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

Advertisment

ଚେନ୍ନାଇ ସୁପର୍ କିଙ୍ଗସ୍: ଶେନ୍ ୱାଟସନ୍, ମୁରଲୀ ବିଜୟ, ଫାଫ୍ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ପୀୟୂଷ ଚାୱଲା, ଦୀପକ ଚହର୍, ସାମ୍ କୁରାନ୍, ଲୁଙ୍ଗି ଏନଗିଡି।

Ipl 2020