Advertisment

ସ୍କ୍ୱାଶ ଫାଇନାଲରେ ଦୀପିକା-ହରିନ୍ଦର ଯୋଡ଼ି, ଅଭୟ-ଅନାହତଙ୍କୁ ବ୍ରୋଞ୍ଜ

ଦ୍ୱିତୀୟ ସେମିରେ ଭାରତର ଅଭୟ ଓ ଅନହାତ ସିଂହ ହାରି ଯାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Asian Games

Asian Games

ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ମିକ୍ସଡ ସ୍କ୍ୱାଶ ଇଭେଣ୍ଟରୁ ଭାରତକୁ ମିଶ୍ରତ ଫଳ ମିଳିଛି। ଏହି ବର୍ଗରେ ଭାରତର ଦୁଇ ଯୋଡ଼ା ଖେଳାଳି ସେମି ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ କେବଳ ହରିନ୍ଦର ପାଲ ସିଂହ ସାନ୍ଧୁ ଓ ଦୀପିକା ପାଲ୍ଲିକଲ କାର୍ତ୍ତିକ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଏହାର ଅର୍ଥ ଏମାନେ ଏବେ ସ୍ୱର୍ଣ୍ଣ ପାଇଁ ଖେଳିବେ।

Advertisment

କିନ୍ତୁ ଦ୍ୱିତୀୟ ସେମିରେ ଭାରତର ଅଭୟ ଓ ଅନାହତ ସିଂହ ହାରି ଯାଇଛନ୍ତି। ସେମିରେ ହାରିଥିଲେ ମଧ୍ୟ ସେମାନଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଅଭୟ ଓ ଅନାହତଙ୍କ ମୁକାବିଲା ମାଲେସିୟାର ଆଇଫା ବିନତି ଅଜମାନ ଓ ମହମ୍ମଦ ସାୟଫିକ୍ୟୁ ବିନ ମହମ୍ମଦ କମଲଙ୍କ ସହ ହୋଇଥିଲା।

ପ୍ରଥମ ସେଟକୁ ଭାରତୀୟ ଯୋଡ଼ି ୧୧-୮ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ଆଇଫା ଓ ମହମ୍ମଙ୍କ ଯୋଡ଼ି ଜବରଦସ୍ତ କମବ୍ୟାକ୍‌ କରିଥିଲେ। ସେମାନେ ପ୍ରଥମେ ୧୧-୨ ଓ ପରେ ତୃତୀୟ ସେଟକୁ ୧୧-୯ରେ ଜିତି ଫାଇନାଲ ଟିକେଟ ହାତେଇ ଥିଲେ।

Advertisment
Asian Gamesପଦକ ସହ ଅନାହତ ଓ ଅଭୟ

ଅଭୟ ଓ ଅନାହତ ନିରାଶ କରିଥିଲେ ମଧ୍ୟ ଦୀପିକା ଓ ହରିନ୍ଦର ବେଶ ଚମତ୍କାର ଢଙ୍ଗରେ ସେମି ଫାଇନାଲ ମୁକାବିଲାକୁ ଜିତି ନେଇଛନ୍ତି। ସେମିରେ ଏମାନଙ୍କ ମୁକାବିଲା ହଂକଂର କା ୟା ଓ ଚି ହିମ ୱଙ୍ଗଙ୍କ ସହ ହୋଇଥିଲା। ପ୍ରଥମ ସେଟକୁ ଲି ଓ ୱଙ୍ଗ ୧୧-୭ରେ ଜିତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ସେଟକୁ ଦୀପିକା ଓ ହରିନ୍ଦର ୧୧-୭ ଓ ୧୧-୯ରେ ଜିତି ମ୍ୟାଚ୍‌କୁ କବଜା କରିଥିଲେ। ଦୀର୍ଘ ୩୮ ମିନିଟ ଧରି ଏହି ଲଢ଼େଇ ଚାଲିଥିଲା।

ଏହାପୂର୍ବରୁ ପୁରୁଷ ସ୍କ୍ୱାଶର ଟିମ ଇଭେଣ୍ଟରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା।

Asian Games Asian Games Update 19th Asian Games