ଚାଙ୍ଗୱନ୍: ଇଣ୍ଟରନ୍ୟାଶନାଲ୍ ଶୁଟିଂ ସ୍ପୋର୍ଟସ ଫେଡେରେସନ୍(ଆଇଏସ୍ଏସ୍ଏଫ୍) ୱାର୍ଲ୍ଡ ଚାମ୍ପିୟନଶିପ୍ର ୧୦ ମିଟର୍ ଏୟାର ରାଇଫଲ୍ ମିକ୍ସଡ୍ ଟିମ୍ ଜୁନିୟର ଇଭେଣ୍ଟରେ ଭାରତର ଦିବ୍ୟାଂଶ ସିଂହ ପନୱାର ଓ ଶ୍ରେୟା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। କିନ୍ତୁ ଭାରତର ବରିଷ୍ଠ ବିଭାଗର ଶୁଟ୍ରମାନେ ଦେଶକୁ ନିରାଶ କରିଛନ୍ତି ।
୪୨ଟି ଟିମ୍କୁ ନେଇ ଅନୁଷ୍ଠିତ କ୍ୱାଲିଫିକେସନ୍ ରାଉଣ୍ଡ୍ରେ ଦିବ୍ୟାଂଶ ଓ ଶ୍ରେୟା ୮୩୪.୪ ସ୍କୋର ସହ ୫ମ ସ୍ଥାନରେ ରହି ଫାଇନାଲ୍ ଟିକେଟ୍ ପାଇଥିଲେ। ଫାଇନାଲ୍ରେ ଏହି ଯୋଡ଼ି ୪୩୫ ସ୍କୋର ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି।
ଇଟାଲୀର ସୋଫିଆ ବେନେଟ୍ଟି ଓ ମାର୍କୋ ସୁପିନୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଇରାନର ସାଦେଘିଆନ ଆର୍ମିନା ଓ ମହମ୍ମଦ ଆମୀର ନେକୌନାମ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାରତର ଅନ୍ୟତମ ଯୋଡ଼ି ଏଲାଭେନିଲ୍ ଭାଲାରିଭାନ୍ ଓ ହୃଦୟ ହାଜାରିକା ୮୨୯.୫ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଛନ୍ତି।
ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ସମୁଦାୟ ୩ଟି ଲେଖାଏ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା
ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଚାଞ୍ଚଲ୍ୟକର ଖୁଲାସା। ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି।
National
ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର
ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
National
ଦାଦାଙ୍କୁ ଉଭୟ ସକାଳ ଓ ସନ୍ଧ୍ୟାର ଅନୁଭବ ଅଛି, ଅଜିତଙ୍କୁ କହିଲେ ଏକନାଥ; ସମସ୍ତେ ହସି ହସି ଗଡ଼ିଗଲେ
ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।