Advertisment

ନୋଭାକ ଜୋକୋଭିଚ୍‌ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ: ପୂରା ତାଲିକା ଉପରେ ନଜର ପକାନ୍ତୁ

ଏକକ ପୁରୁଷ ବର୍ଗରେ ସର୍ବାଧିକ ଟ୍ରଫି ଜିତିବାର ରେକର୍ଡ କରିଥିବା ଜୋକୋଭିଚ ଏବେ ଆଉ ପାଦେ ଆଗେଇଛନ୍ତି।

novak djokovic

novak djokovic

Advertisment

ଗ୍ରାଣ୍ତସ୍ଲାମ ଟ୍ରଫି ଜିତିବାରେ ରେକର୍ଡ କରିଥିବା ନୋଭାକ ଜୋକୋଭିଚ ରବିବାର ରାତିରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ତାଙ୍କ ଟେନିସ କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଛନ୍ତି।

Advertisment

ଆମେରିକା ଓପନ ଫାଇନାଲରେ ସେ ରୁଷର ଡାନିଲ ମେଡଭେଡେଭଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଦୁଇ ଶକ୍ତିଶାଳୀ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। କିନ୍ତୁ ଶେଷରେ ଜୋକୋଭିଚ ୬-୩, ୭-୬(୫) ଓ ୬-୩ରେ ମେଡଭେଡେଭଙ୍କୁ ହରାଇ ଟ୍ରଫି ଜିତିଛନ୍ତି।

ଏକକ ପୁରୁଷ ବର୍ଗରେ ସର୍ବାଧିକ ଟ୍ରଫି ଜିତିବାର ରେକର୍ଡ କରିଥିବା ଜୋକୋଭିଚ  ଏବେ ଆଉ ପାଦେ ଆଗେଇଛନ୍ତି। ସେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ବେଳେ ତାଙ୍କ ପଛରୁ ରାଫେଲ ନାଡାଲ ୨୨ ଓ ଗତବର୍ଷ ଅବସର ଘୋଷଣା କରିଥିବା ରୋଜର ଫେଡେରର ୨୦ଟି ଟାଇଟଲ ଜିତି ତୃତୀୟ ସ୍ଥାନରେ ଅଛନ୍ତି।

Advertisment

ସର୍ବିୟା ତାରକା ଜୋକୋଭିଚ ଏଯାଏ ଜିତିଥିବା ୨୪ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି। ସେ ୧୦ଥର ଅଷ୍ଟ୍ରେଲିଆ ଓପନ, ୭ଥର ୱିମ୍ବେଲଡନ, ୪ଥର ଆମେରିକା ଓପନ ଓ ୩ଟି ଫ୍ରେଞ୍ଚ ଓପନ ଟ୍ରଫି ଜିତିଛନ୍ତି।

ତାଲିକା ଉପରେ ନଜର ପକାନ୍ତୁ

୨୦୦୮ ଅଷ୍ଟ୍ରେଲିଆ ଓପନ ପାଇନାଲରେ ସେ ଜୋ ୱିଲଫ୍ରାଏଡଙ୍କୁ ହରାଇ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଥିଲେ। ଏହାପରେ ୨୦୧୧ରେ ସେ ଆଣ୍ଡି ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୧ରେ ସେ ନାଡାଲଙ୍କୁ ହରାଇ ୱିମ୍ବେଲଡନ, ୨୦୧୧ରେ ନାଡାଲାଙ୍କୁ ହରାଇ ଆମେରିକା ଓପନ, ୨୦୧୨ରେ ସେ ନାଡାଲଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୩ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ ଦଖଲ କରିଥିଲେ।

୨୦୧୪ରେ ସେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୧୫ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୫ରେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୧୫ରେ ଫେଡେରରଙ୍କୁ ହରାଇ ଆମେରିକା ଓପନ, ୨୦୧୬ରେ ମୁରେଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୬ରେ ମୁରେଙ୍କୁ ହରାଇ ଫ୍ରେଞ୍ଚ ଓପନ, ୨୦୧୮ରେ କେଭିନ ଆଣ୍ଡେରସନଙ୍କୁ ହରାଇ ୱିମ୍ବେଲଡନ, ୨୦୧୮ରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ହରାଇ ଆମେରିକା ଓପନ ଜିତିଥିଲେ। 

ସେହିପରି ୨୦୧୯ରେ ନାଡାଲଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୧୯ରେ ଫେଡେରରଙ୍କୁ ହରାଇ ୱିମ୍ବେଲଡନ, ୨୦୨୦ରେ ଡୋମିନିକ ଥିଏମଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୨୧ରେ ମେଡଭେଡେଭଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୨୧ରେ ଗ୍ରୀସର ଷ୍ଟେଫାନସ ସିସିପାସଙ୍କୁ ହରାଇ ଫ୍ରେଞ୍ଚ ଓପନ, ୨୦୨୧ରେ ମାଟ୍ଟୋ ବେରେଟ୍ଟିନିଙ୍କୁ ହରାଇ ୱିମ୍ବେଲଡନ, ୨୦୨୧ରେ ନିଟ କାୟରଗିଓସଙ୍କୁ ହରାଇ ୱିମ୍ବେଲଡନ, ୨୦୨୩ରେ ଷ୍ଟେଫାନସ ସିସିପାସଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ, ୨୦୨୩ରେ କାସପର ରୁଡଙ୍କୁ ହରାଇ ଫ୍ରେଞ୍ଚ ଓପନ ଓ ୨୦୨୩ରେ ମେଡଭେଡେଭଙ୍କୁ ହରାଇ ଆମେରିକା ଓପନ ଜିତିଛନ୍ତି।

Tennis Novak Djokovic US Open
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe