Advertisment

ଜାନୁଆରୀରୁ ଭାରତରେ ଆରମ୍ଭ ହେବ କ୍ରିକେଟ୍‌ ସିଜନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବନ୍ଦ ରହିଥିବା ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଆସନ୍ତାବର୍ଷ ଜାନୁଆରୀ ୧୦ ତାରିଖରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ସହ ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ଆରମ୍ଭ ହେବ। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ୬ଟି ଅଲଗା ଅଲଗା ରାଜ୍ୟରେ ଖେଳାଯିବ, ଯେଉଁଠାରେ ଜୈବ ସୁରକ୍ଷା ବାତାବରଣ ପ୍ରସ୍ତୁତ କରାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁଥିବା ଟିମଗୁଡ଼ିକ ଜାନୁଆରୀ ୨ ତାରିଖ ସୁଦ୍ଧା ନିର୍ଦ୍ଧାରିତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଜାନୁଆରୀରୁ ଭାରତରେ ଆରମ୍ଭ ହେବ କ୍ରିକେଟ୍‌ ସିଜନ୍

syec

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବନ୍ଦ ରହିଥିବା ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଆସନ୍ତାବର୍ଷ ଜାନୁଆରୀ ୧୦ ତାରିଖରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ସହ ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ଆରମ୍ଭ ହେବ। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ୬ଟି ଅଲଗା ଅଲଗା ରାଜ୍ୟରେ ଖେଳାଯିବ, ଯେଉଁଠାରେ ଜୈବ ସୁରକ୍ଷା ବାତାବରଣ ପ୍ରସ୍ତୁତ କରାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁଥିବା ଟିମଗୁଡ଼ିକ ଜାନୁଆରୀ ୨ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବ୍ସରେ ରିପୋର୍ଟ କରିବାକୁ କୁହାଯାଇଛି।

Advertisment

ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ଆସୋସିଏସନ ମାନଙ୍କୁ ମେଲ୍‌ ଜରିଆରେ ଘରୋଇ ସିଜନର ଶୁଭାରମ୍ଭ ସୟଦ ମୁସ୍ତାକ ଅଲୀ ଟ୍ରଫିରୁ ଆରମ୍ଭ ହେବ ବୋଲି କହିଛନ୍ତି, କିନ୍ତୁ ରଣଜୀ ଟ୍ରଫି କେବେ ହେବ, ସେ ନେଇ କୌଣସି ସୂଚନା ମିଳିନାହିଁ। କରୋନା ମହାମାରୀ ଯୋଗୁ ସମସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି।

ମୁସ୍ତାକ୍ ଅଲୀ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ନେଇ କୌଣସି ନିଷ୍ପତ୍ତି ନିଆଯାଇପାରେ। ଫେବୃଆରୀରେ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ନିଲାମ ଡାକିବ, ତେଣୁ ଏହା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ କରାଯିବ। ତେବେ ବର୍ତ୍ତମାନ ରଣଜୀ ଟ୍ରଫି ଆୟୋଜନ ହେବା ସମ୍ଭବ ଲାଗୁନାହିଁ ବରଂ ଏହା ବଦଳରେ ବିଜୟ ହଜାରେ ଟ୍ରଫି ହୋଇପାରେ।

Advertisment