Advertisment

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୌଡ଼ରାଣୀ ଦୂତୀ ଚାନ୍ଦ ପ୍ରାୟତଃ ସୋଶାଲ ମିଡିଆରେ ନିଜ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଲିମ୍ ଖର୍ଚ୍ଚ ଉଠାଇବାକୁ ନିଜର ଦାମୀ ବିଏମଡବ୍ଲୁ କାରକୁ ବିକ୍ରି କରିବା ନେଇ ସୋଶାଲ ମିଡିଆରେ କରିଥିବା ପୋଷ୍ଟକୁ ଏବେ ଡିଲିଟ୍ କରିଦେଇଛନ୍ତି ଦୂତି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ଗତକାଲି ଦୂତୀ ନିଜ ଦାମୀ ବିଏମଡବ୍ଲୁ କାରର ଫଟୋ ସୋଶାଲ ମିଡିଆରେ ଶେୟାର କରି ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ଲେଖିଥିଲେ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ […]

ଅଦ୍ୟତନ ହୋଇଛି
ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

dutee

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୌଡ଼ରାଣୀ ଦୂତୀ ଚାନ୍ଦ ପ୍ରାୟତଃ ସୋଶାଲ ମିଡିଆରେ ନିଜ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଲିମ୍ ଖର୍ଚ୍ଚ ଉଠାଇବାକୁ ନିଜର ଦାମୀ ବିଏମଡବ୍ଲୁ କାରକୁ ବିକ୍ରି କରିବା ନେଇ ସୋଶାଲ ମିଡିଆରେ କରିଥିବା ପୋଷ୍ଟକୁ ଏବେ ଡିଲିଟ୍ କରିଦେଇଛନ୍ତି ଦୂତି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି।

Advertisment

ଗତକାଲି ଦୂତୀ ନିଜ ଦାମୀ ବିଏମଡବ୍ଲୁ କାରର ଫଟୋ ସୋଶାଲ ମିଡିଆରେ ଶେୟାର କରି ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ଲେଖିଥିଲେ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହି ପୋଷ୍ଟଟି କିନ୍ତୁ ଡିଲିଟ୍ କରିଦେଇଛନ୍ତି।

ସୂଚନା ଯେ, ଦୂତୀଙ୍କ ନିକଟରେ ଏକ ୨୦୧ ୫ ବିଏମ୍‌ଡବ୍ଲୁ ୩ସିରିଜ୍‌ ମଡେଲ୍‌ ରହିଛି। ଏହି ଗାଡ଼ିକୁ ସେ ୨୦୧୮ମସିହାରେ ତେଲେଙ୍ଗାନାରୁ କିଣିଥିଲେ। ଏହି ଗାଡ଼ିର ଦାମ୍‌ ଥିଲା ୩୦ ଲକ୍ଷ ଟଙ୍କା। ତେବେ ନିଜ ତାଲିମ୍ ଖର୍ଚ୍ଚ ଲାଗି ଅର୍ଥ ଆବଶ୍ୟକ ହେଉଥିବାରୁ ସେ ଏହି ଦାମୀ ଗାଡ଼ିଟିକୁ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ସୋଶାଲ ମିଡିଆରେ ଲେଖିଥିଲେ।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ଦୂତୀ ଏ ନେଇ କହିଛନ୍ତି ଯେ, ବିଶ୍ୱ ମହାମାରୀ ଯୋଗୁ କୌଣସି ପ୍ରାୟୋଜକ ତାଙ୍କ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହି ସମୟରେ ତାଙ୍କୁ ଟଙ୍କା ଆବଶ୍ୟକ ରହିଛି। ଯେହେତୁ ସେ ଟୋକିଓ ଓଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି, ତେଣୁ ସେ ବିଏମଡବ୍ଲୁ ବିକ୍ରି କରି ନିଜ ଖାଦ୍ୟ, ଟ୍ରେନିଂ ଖର୍ଚ୍ଚ ଉଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। କୋଭିଡ୍-୧୯ ପରିସ୍ଥିତି ଯୋଗୁ ଟୋକିଓ ଅଲିମ୍ପିକ୍ସ ଜୁଲାଇ ୧୧, ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଦୂତୀ ସୂଚନା ଦେଇଛନ୍ତି।

ତେବେ ଏନେଇ ରାଜ୍ୟ ସରକାର ମଧ୍ୟ ହାତ ଟେକିଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବୋଲି ଦୂତୀଙ୍କୁ କୁହାଯାଇଛି।

ତେବେ ଦୂତୀଙ୍କ ଏଭଳି ପୋଷ୍ଟ ପରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ଲୋକମାନେ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଥିଲେ। ପରେ ଦୂତୀ ନିଜ ପୋଷ୍ଟଟି ଡିଲିଟ୍ କରିଦେଇଛନ୍ତି। ଏହାପରେ ଦୂତୀ କହିଛନ୍ତି, ଯେହେତୁ ତାଙ୍କ ନିକଟରେ ଆଉ ଦୁଇଟି କାର୍ ମଧ୍ୟ ରହିଛି। ତେଣୁ ତାଙ୍କ ବାସଭବନରେ ୩ଟି କାର୍ ରଖିବାକୁ ଯଥେଷ୍ଟ ସ୍ଥାନ ନ ଥିବାରୁ ମଧ୍ୟ ସେ ଗୋଟିଏ କାର୍ ବିକ୍ରି କରିବାକୁ ଚାହୁଁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe