Advertisment

୪ ବର୍ଷ ବାସନ୍ଦ ହେବା ପରେ ଦୂତୀଙ୍କ ଖୁଲାସା, କହିଲେ- ମୋତେ ହୋଇଥିଲା କ୍ୟାନସର

‘ମୁଁ କ୍ୟାନସରରେ ଆକ୍ରାନ୍ତ। ଲେଭଲ ୱାନ୍ କ୍ୟାନସରରେ ମୁଁ ପୀଡ଼ିତ ହୋଇଥିଲି। ସେହି ସମୟରେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନ ଥିଲେ’ ।

ଅଦ୍ୟତନ ହୋଇଛି
Dutee Chand

Dutee Chand

Advertisment

‘ମୁଁ କ୍ୟାନସରରେ ଆକ୍ରାନ୍ତ। ଲେଭଲ ୱାନ୍ କ୍ୟାନସରରେ ମୁଁ ପୀଡ଼ିତ ହୋଇଥିଲି। ସେହି ସମୟରେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନଥିଲେ’ । ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଦୂତୀ ଚାନ୍ଦ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏଥିସହ ନାଡା ପକ୍ଷରୁ ଲଗା ଯାଇଥିବା ବ୍ୟାନକୁ ହଟାଇବାକୁ ବି ଅପିଲ କରିଛନ୍ତି ।

Advertisment

ଦୂତୀ ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମୁଁ ଲେଭଲ ୱାନ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିଲି । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରିଥିଲି । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ମୋତେ ଜଣା ନଥିଲା ବୋଲି କହିଛନ୍ତି ଦୂତୀ।

ଏନେଇ ଦୂତୀ କହିଛନ୍ତି, କ୍ୟାନସରରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ଖାଇଥିଲି। ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଡାକ୍ତରଙ୍କ ସହ ଏ ବିଷୟରେ କଥା ହୋଇଥିଲି। ସେତେବେଳେ ସେ ବି ମେଡିସିନରେ SRMS ଥିବା ନେଇ ଜାଣି ନ ଥିବା କହିଥିଲେ। ତେଣୁ ୪ ବର୍ଷ ପାଇଁ ଲାଗୁ ହୋଇଥିବା ଦଣ୍ଡରେ କୋହଳ କରାଗଲେ ଆଗାମୀ ଅଲମ୍ପିକ ଓ ଭିନ୍ନ ଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରି ପାରିବି ବୋଲି ସେ ଅନୁରୋଧ କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ ମାରିଛନ୍ତି ଦୂତୀ ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଥିଲା ।

ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି।  ଏହାମଧ୍ୟରେ କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛନ୍ତି ନାଡା। ଗତ ୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତୀ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ADAP ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଦୁଇଥର ଦୂତୀଙ୍କର ପରୀକ୍ଷା କରାଯାଇଥିଲା। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା।

ଏହାଫଳରେ ଦୂତୀଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍‌ ଫାଇଣ୍ଡିଂ (ଏଏଏଫ୍‌) ନୋଟିସ୍‌ ପାଇବାର ୭ ଦିନ ମଧ୍ୟରେ ବି’ ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା। ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇ ନ ଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ୪ ବର୍ଷ ପାଇଁ ବାସନ୍ଦାଦେଶ ଲାଗୁ କରାଯାଇଛି। ଫଳରେ ପୂର୍ବରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନ ଥିବା ଦୂତୀ ଏବେ କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ନିଜ ରୋଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ଦୂତୀଙ୍କୁ ନାଡ଼ା କମିଟି ସମ୍ମୁଖରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ଏହା ମଧ୍ୟରେ ଯଦି ନାଡ଼ା କମିଟି ହୃଦୟଙ୍ଗମ କରିବେ ଯେ ଦୂତୀ ଚାନ୍ଦ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିସିନ ସେବନ କରିଛନ୍ତି, ତାହା ହେଲେ ଦଣ୍ଡକୁ କୋହଳ କରାଯାଇପାରେ। ହେଲେ ଯଦି ସେ ମେଡାଲ ଜିତିବା ନିମନ୍ତେ ଶକ୍ତିବର୍ଦ୍ଧନ ନିମନ୍ତେ ଏହି ମେଡିସିନ ସେବନ କରିଛନ୍ତି ତାହା ହେଲେ ଦଣ୍ଡକୁ କୋହଳ କରାଯାଇ ନ ପାରେ । ତେବେ ନାଡ଼ା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର। 

‌Dutee Chand Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe