Advertisment

ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ଫେରିଲେ ଦୂତି

ଭୁବନେଶ୍ୱର: ନ୍ୟାସନାଲ୍ ଓପନ ଆଥଲେଟିକ୍ ଚାମ୍ପିୟନ୍ସିପରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ। ଏହି ଚାମ୍ପିଅନସିପରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତି ଚାନ୍ଦ ଡବଲ୍ ଗୋଲଡ ହାସଲ କରିଛନ୍ତି। ଉଭୟ ୧୦୦ ଓ ୨୦୦ ମିଟର ରେସରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଅନ୍ୟତମ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ […]

author-image
Rakesh Mallick
ଜାତୀୟ ଓପନ୍ ଆଥଲେଟିକ୍ ଚାମ୍ପିଅନସିପରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ଫେରିଲେ ଦୂତି

duti

ଭୁବନେଶ୍ୱର: ନ୍ୟାସନାଲ୍ ଓପନ ଆଥଲେଟିକ୍ ଚାମ୍ପିୟନ୍ସିପରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ। ଏହି ଚାମ୍ପିଅନସିପରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତି ଚାନ୍ଦ ଡବଲ୍ ଗୋଲଡ ହାସଲ କରିଛନ୍ତି। ଉଭୟ ୧୦୦ ଓ ୨୦୦ ମିଟର ରେସରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଅନ୍ୟତମ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି।

Advertisment

ଓଡ଼ିଆ ସ୍ପିଣ୍ଟର ଦୂତିଙ୍କଠାରେ ଅଧିକମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା। ଫଳରେ ସେ ୧୦୦ ମିଟର ଓ ୨୦୦ମିଟର ଦୈଡରୁ ବାଦ ପଡିଥିଲେ। ଏହି ଅଭିଯୋଗରୁ ମୁକିଳିବା ପରେ ଏହା ଥିଲା ଦୂତିଙ୍କ ପ୍ରଥମ ଜାତୀୟ ଟୁର୍ନାମେଣ୍ଟ। ଏଥିରେ ସେ ତିନି ତିନିଟି ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିବା ସହ ଦୀର୍ଘଦିନ ଟ୍ରାକରୁ ଦୂରେଇ ରହିଥିଲେ ବି ତାଙ୍କ ପ୍ରଦର୍ଶନ ଉପରେ କିଛି ପ୍ରତିଭା ପଡି ନ ଥିବା ପ୍ରମାଣିତ କରି ଦେଖାଇଛନ୍ତି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଆଥଲେଟ୍ ଦୂତି ଚାନ୍ଦ ପାଇବେ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏକଲବ୍ୟ ପୁରସ୍କାର ବାବଦରେ ଦୂତିଙ୍କୁ ମାନପତ୍ର ସହ ନଗଦ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Advertisment