Advertisment

ଫୁଟବଲ ମ୍ୟାଚ୍‌ ବେଳେ ଫ୍ୟାନ୍‌ଙ୍କ ଉପରେ ବସିଲା ଶାଗୁଣା

ୱାଶିଂଟନ୍‌: ପୂର୍ବରୁ ଆପଣ କ୍ରିକେଟ୍‌ କିମ୍ବା ଫୁଟବଲ ମ୍ୟାଚ୍‌ ବେଳେ କୁକୁର ଓ ବିଲେଇ ପଡ଼ିଆ ମଝିରେ ପ୍ରବେଶ କରିବାର ଦୃଶ୍ୟ ଦେଖିଥିବେ। ହେଲେ କେବେ ହେଲେ ଶାଗୁଣା ଭଳି ବିରାଟ୍‌ ପକ୍ଷୀ ପଡ଼ିଆରେ ପ୍ରବେଶ କରି ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ପାଖରେ ପହଞ୍ଚିବା ଦେଖି ନଥିବେ। ତେବେ ଟେକ୍ସାସ୍‌ଠାରେ ଥିବା ଏକ ଷ୍ଟାଡିୟମରେ ଚାଲିଥିବା ଫୁଟବୁଲ ମ୍ୟାଚ୍‌ ବେଳେ ଏଭଳି ଘଟଣା ଘଟିଛି। ଏକ ବିରାଟ୍‌ ଶାଗୁଣା ଷ୍ଟାଡିୟମ ଭିତରେ ପ୍ରବେଶ କରି ସିଧା ଦର୍ଶକଙ୍କ […]

author-image
Hemant Lenka
ଅଦ୍ୟତନ ହୋଇଛି
ଫୁଟବଲ ମ୍ୟାଚ୍‌ ବେଳେ ଫ୍ୟାନ୍‌ଙ୍କ ଉପରେ ବସିଲା ଶାଗୁଣା

tt

ୱାଶିଂଟନ୍‌: ପୂର୍ବରୁ ଆପଣ କ୍ରିକେଟ୍‌ କିମ୍ବା ଫୁଟବଲ ମ୍ୟାଚ୍‌ ବେଳେ କୁକୁର ଓ ବିଲେଇ ପଡ଼ିଆ ମଝିରେ ପ୍ରବେଶ କରିବାର ଦୃଶ୍ୟ ଦେଖିଥିବେ। ହେଲେ କେବେ ହେଲେ ଶାଗୁଣା ଭଳି ବିରାଟ୍‌ ପକ୍ଷୀ ପଡ଼ିଆରେ ପ୍ରବେଶ କରି ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ପାଖରେ ପହଞ୍ଚିବା ଦେଖି ନଥିବେ।

Advertisment

ତେବେ ଟେକ୍ସାସ୍‌ଠାରେ ଥିବା ଏକ ଷ୍ଟାଡିୟମରେ ଚାଲିଥିବା ଫୁଟବୁଲ ମ୍ୟାଚ୍‌ ବେଳେ ଏଭଳି ଘଟଣା ଘଟିଛି। ଏକ ବିରାଟ୍‌ ଶାଗୁଣା ଷ୍ଟାଡିୟମ ଭିତରେ ପ୍ରବେଶ କରି ସିଧା ଦର୍ଶକଙ୍କ ଆଡ଼କୁ ଉଡ଼ାଣ ଭରିଥିଲା।

ଏହି ସମୟରେ ଗ୍ୟାଲେରୀରେ ବସିଥିବା ଆଲବର୍ଟ ନାମକ ଜଣେ ଦର୍ଶକ ହାତରେ ଶାଗୁଣାଟି ବସି ପଡ଼ିଥିଲା। ଶାଗୁଣାଟି ଢେର ସମୟ ଉକ୍ତ ବ୍ୟକ୍ତିଙ୍କ କାନ୍ଧରେ ବସିବାରୁ କ୍ୟାମେରାଗୁଡ଼ିକ ଫୁଟବଲ ଛାଡ଼ି ଏହି ଦୃଶ୍ୟ ଉପରେ ଫୋକ୍ସ କରିଥିଲେ। ଏହାପରେ ଆଉ ଜଣେ ଦର୍ଶକ ମଧ୍ୟ ଶାଗୁଣାଟିକୁ ନିଜ କାନ୍ଧରେ ବସାଇଥିଲେ।

Advertisment

ଦେଖନ୍ତୁ ଭିଡିଓ