Advertisment

ପାକିସ୍ତାନ କ୍ରିକେଟକୁ ବଡ଼ ଝଟକା; PSL ଖେଳିବେନି ଇଂଲଣ୍ଡ ଖେଳାଳି

ଇଂଲଣ୍ଡ ଖେଳାଳିମାନେ କେବଳ ସେହି ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ, ଯାହା ସେମାନଙ୍କ ଘରୋଇ କ୍ରିକେଟ ସିଜିନରେ ବାଧା ସୃଷ୍ଟି କରିବ ନାହିଁ। ଅର୍ଥାତ ଇଲଂଣ୍ଡ ଖେଳାଳିମାନେ ପାକିସ୍ତାନ ସୁପର ଲିଗ୍ ଖେଳିବାକୁ ସକ୍ଷମ ହେବେ ନାହିଁ।

England and Wales Cricket Board (File Photo)

England and Wales Cricket Board (File Photo)

Advertisment

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରୁ ବାହାରି ପାରିନଥିବା ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିଛି ଆଉ ଏକ ବଡ଼ ଝଟକା। ଏଥର ଆଇସିସି ବା ବିସିସିଆଇ ନୁହେଁ, ବରଂ ପାକିସ୍ତାନ କ୍ରିକେଟକୁ ଏହି ଝଟକା ଦେଇଛି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)। କାରଣ ଇସିବିର ନୂଆ ନିୟମ ଅନୁସାରେ ଏବେ ଇଲଂଣ୍ଡ ଖେଳାଳିମାନେ ପାକିସ୍ତାନ ସୁପର ଲିଗ୍ ଖେଳିବାକୁ ସକ୍ଷମ ହେବେ ନାହିଁ। ଯାହା ଏହି କ୍ରିକେଟ ଲିଗକୁ ଗଭୀର ଭାବେ ପ୍ରଭାବିତ କରିବ। 

Advertisment

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି ଯେ ଏହାର ଘରୋଇ କ୍ରିକେଟ୍ ସିଜିନ୍ ଚାଲିଥିବା ସମୟରେ ଇଂଲଣ୍ଡ ଖେଳାଳିମାନେ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ଲିଗ୍ ଖେଳିପାରିବେ ନାହିଁ। ଇସିବିର ଏହି ନିଷ୍ପତ୍ତି ଦ୍ୱାରା ପାକିସ୍ତାନ ସୁପର ଲିଗ୍ ସମେତ ଆମେରିକାର ମେଜର ଲିଗ୍ କ୍ରିକେଟ୍, କାନାଡାର ଗ୍ଲୋବାଲ୍ ଟି20 ଲିଗ୍ ଏବଂ ଶ୍ରୀଲଙ୍କା ପ୍ରିମିୟର ଲିଗ୍ ଭଳି ବିଶ୍ୱସ୍ତରୀୟ ଲିଗ୍ ମଧ୍ୟ ପ୍ରଭାବିତ ହେବ। କାଉଣ୍ଟି ଚାମ୍ପିୟନସିପ୍, ଟି20 ବ୍ଲାଷ୍ଟ ଏବଂ ଦି ହଣ୍ଡ୍ରେଡ୍ ଭଳି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ବଢ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ବୋର୍ଡ। ଯାହା ଇଂଲଣ୍ଡ ଖେଳାଳିଙ୍କ ସମସ୍ୟାକୁ ମଧ୍ୟ ବଢ଼ାଇ ଦେଇଛି, କାରଣ ଫ୍ରାଞ୍ଚାଇଜ୍ ଲିଗ୍ ସେମାନଙ୍କ ପାଇଁ ରୋଜଗାରର ଏକ ବଡ଼ ମାଧ୍ୟମ।

ଚଳିତ ବର୍ଷ ଜେସନ ରଏ ଏବଂ ଆଲେକ୍ସ ହେଲ୍ସ ଇଂଲଣ୍ଡର ଘରୋଇ ଟୁର୍ଣ୍ଣାମେଣ୍ଟ ଟି20 ବ୍ଲାଷ୍ଟ ଛାଡି ଅନ୍ୟ ଲିଗରେ ଭାଗ ନେଇଥିଲେ, ଯେଉଁଥିପାଇଁ ଇସିବି ଅସନ୍ତୋଷ ପ୍ରକାଶ କରିଥିଲା। ଏହାପରେ ବୋର୍ଡ ଘୋଷଣା କରିଛି ଯେ ଯେଉଁ ଖେଳାଳିମାନେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳନ୍ତି ନାହିଁ, ସେମାନେ ମଧ୍ୟ ଘରୋଇ ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ସମୟରେ ଅନ୍ୟ ଲିଗ୍ ଖେଳି ପାରିବେ ନାହିଁ। ତେବେ ଆଇପିଏଲକୁ ଏହି ନିୟମରୁ ଦୂରରେ ରଖାଯାଇଛି, କାରଣ ଏହା ବିଶ୍ୱର ସର୍ବାଧିକ ଆୟକାରୀ ଲିଗ୍। ଇସିବି କହିଛି ଯେ, ଖେଳାଳିମାନେ କେବଳ ସେହି ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ, ଯାହା ସେମାନଙ୍କ ଘରୋଇ କ୍ରିକେଟ ସିଜିନରେ ବାଧା ସୃଷ୍ଟି କରିବ ନାହିଁ।

Advertisment
ECB PCB England And Wales Cricket Board Pakistan Super League PSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe