/odisha-reporter/media/media_files/2026/01/31/rybakina-2026-01-31-17-53-32.jpg)
ଟ୍ରଫି ସହ ରିବାକିନା
ଶେଷରେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି ରୁଷ ଜନ୍ମିତ କାଜାଖସ୍ତାନ ଟେନିସ ତାରକା ଏଲିନା ରିବାକିନା। ସେ ବିଶ୍ୱର ୧ ନମ୍ବର ମହିଳା ଟେନିସ ଷ୍ଟାର ବେଲାରୁଷର ଆରିନା ସବାଲେଙ୍କାଙ୍କ ଠାରୁ ନେଇଛନ୍ତି ମଧୁର ପ୍ରତିଶୋଧ। ଏଥିସହ ଏଲିନା ତାଙ୍କ ଟେନିସ କ୍ୟାରିୟରରେ ପ୍ରଥମଥର ପାଇଁ ଜିତିଛନ୍ତି ଅଷ୍ଟ୍ରେଲିଆ ଓପନ ଟାଇଟଲ।
୩ ବର୍ଷ ତଳେ ମେଲବର୍ଣ୍ଣ ପାର୍କର ସମାନ କୋର୍ଟରେ ରିବାକିନା ନିଜ ଆଖି ସାମ୍ନାରେ ତାଙ୍କ ସ୍ୱପ୍ନ କେମିତି ହାତରୁ ଖସି ଯାଇଥିଲା, ତା’ର ମୁକସାକ୍ଷୀ ବନିଥିଲେ। ଫାଇନାଲର ଗୋଟିଏ ସେଟ ପଛରେ ଥାଇ ମଧ୍ୟ ସବାଲେଙ୍କା କମବ୍ୟାକ କରିଥିଲେ ଓ ତାଙ୍କ ହୃଦୟ ଭାଙ୍ଗି ଅଷ୍ଟ୍ରେଲିଆ ଓପନ ଟାଇଟଲ ଛଡ଼ାଇ ନେଇଥିଲେ।
ELENA RYBAKINA IS AN AUSTRALIAN OPEN CHAMPION 🏆
— #AusOpen (@AustralianOpen) January 31, 2026
The No.5 seed defeats Aryna Sabalenka in an enthralling three-set encounter in Melbourne 👏 @wwos • @espn • @tntsports • @wowowtennis • #AO26pic.twitter.com/iWAAHFZFHR
ଶନିବାର ମଧ୍ୟ ୩ ବର୍ଷ ତଳର ସ୍କ୍ରିପ୍ଟର ପୁନରାବୃତ୍ତି ଘଟିଛି। କିନ୍ତୁ ଏଥର ଭାଗ୍ୟ ରିବାକିନାଙ୍କ ସାଥ ଦେଇଛି। ସେ ପୁଣି ଥରେ କେବଳ ଦେଖଣାହାରୀ ହେବାକୁ ଚାହିଁ ନାହାନ୍ତି। ଏଲିନା କମବ୍ୟାକ କରି ସବାଲେଙ୍କାଙ୍କୁ ଧୂଳି ଚଟାଇ ଦେଇଛନ୍ତି।
ଆଜିର ଫାଇନାଲ ୩ ବର୍ଷ ତଳେ ଘଟିଥିବା ଘଟଣାକୁ ପୁଣି ପକାଇ ଦେଇଛି। ପ୍ରଥମ ସେଟକୁ ରିବାକିନା ୬-୪ରେ ଜିତି ନେଇଥିଲେ। କିନ୍ତୁ ସବାଲେଙ୍କା ଦ୍ୱିତୀୟ ସେଟରେ କରିଥିଲେ କମବ୍ୟାକ। ସେ ମ୍ୟାଚ୍କୁ ପୂରା ଏକତରଫା କରିବାର ସଙ୍କେତ ବି ଦେଇଥିଲେ।
First set: Rybakina 💪
— #AusOpen (@AustralianOpen) January 31, 2026
She claims the opener 6-4 over Sabalenka, placing herself a set away from becoming an #AusOpen champion.#AO26pic.twitter.com/PEJKTe7nwM
ଚୂଡ଼ାନ୍ତ ସେଟ୍ରେ ସବାଲେଙ୍କା ୩-୦ରେ ଲିଡ କରୁଥିବାରୁ ୨୦୨୩ର ପୁନରାବୃତ୍ତି ଘଟିବାକୁ ଯାଉଥିବା ସମସ୍ତେ କହିଥିଲେ। କିନ୍ତୁ ରିବାକିନାଙ୍କ ଯୋଜନା କିଛି ଅଲଗା ଥିଲା। ସେ ୦-୩ ପଛରେ ରହି ମଧ୍ୟ କମବ୍ୟାକ କରିଥିଲେ।
ଦୀର୍ଘ ୨ ଘଣ୍ଟା ୧୮ ମିନିଟର ସଂଘର୍ଷ ପରେ ରିବାକିନା ଶେଷରେ ୬-୪, ୪-୬ ଓ ୬-୪ ମ୍ୟାଚ୍କୁ ଜିତି ବନି ଯାଇଛନ୍ତି ନୂଆ ଗ୍ରାଣ୍ଡସ୍ଲାମ ବିଜେତା। ରିବାକିନାଙ୍କ ଟେନିସ କ୍ୟାରିୟରରେ ଏହା ଦ୍ୱିତୀୟ ଗ୍ରାଣ୍ଡସ୍ଲାମ। ଏହାପୂର୍ବରୁ ୨୨ରେ ସେ ୱିମ୍ବେଲଡନ ଟ୍ରଫି କରାୟତ କରିଥିଲେ।
Sensational from Sabalenka 😲
— #AusOpen (@AustralianOpen) January 31, 2026
The world No.1 is not going down without a fight! 🐯@wwos • @espn • @tntsports • @wowowtennis • #AO26pic.twitter.com/8j9fjmxLXN
ରିବାକିନା ପ୍ରଥମଥର ଅଷ୍ଟ୍ରେଲିଆ ଓପନ ଜିତିଥିବା ବେଳେ ସବାଲେଙ୍କା କ୍ରମାଗତ ଦ୍ୱିତୀୟ ଥର ପରାଜୟର ସ୍ୱାଦ ଚାଖିଛନ୍ତି। ଗତବର୍ଷ ସବାଲେଙ୍କା ଅଷ୍ଟ୍ରେଲିଆ ଓପନ ଫାଇନାଲରେ ମାଡିସନ କେୟସଙ୍କ ଠାରୁ ହାରିଥିଲେ।
The perfect start to the third for Sabalenka.
— #AusOpen (@AustralianOpen) January 31, 2026
She secures the early break to lead the decider 2-0.#AO26pic.twitter.com/9nsxgvwMwb
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
