ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ତ୍ରୟୋଦଶ ସିଜିନ୍। ଏଥିପାଇଁ ବିଦେଶୀ ଖେଳାଳିମାନେ ଦୁବାଇରେ ପହଞ୍ଚିବା ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ-ଅଷ୍ଟ୍ରେଲୀୟ ସିରିଜ୍ ପରେ ଉଭୟ ଦେଶର ଖେଳାଳିମାନେ ୟୁଏଇରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଟୁଇଟ୍ କରି କୁହଯାଇଛି ଯେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନଙ୍କ ସମେତ ଦଳର ଅନ୍ୟତମ ଖେଳାଳି ଟମ୍ ବ୍ୟାଣ୍ଟନ୍ ଓ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର୍ ପ୍ୟାଟ୍ କମିନସ ଦଳ […]

IPL-AUS-ENG

IPL-AUS-ENG

Subrat Kumar Nayak
  • Published: Friday, 18 September 2020
  • Updated: 18 September 2020, 05:38 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ତ୍ରୟୋଦଶ ସିଜିନ୍। ଏଥିପାଇଁ ବିଦେଶୀ ଖେଳାଳିମାନେ ଦୁବାଇରେ ପହଞ୍ଚିବା ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ-ଅଷ୍ଟ୍ରେଲୀୟ ସିରିଜ୍ ପରେ ଉଭୟ ଦେଶର ଖେଳାଳିମାନେ ୟୁଏଇରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଟୁଇଟ୍ କରି କୁହଯାଇଛି ଯେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନଙ୍କ ସମେତ ଦଳର ଅନ୍ୟତମ ଖେଳାଳି ଟମ୍ ବ୍ୟାଣ୍ଟନ୍ ଓ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର୍ ପ୍ୟାଟ୍ କମିନସ ଦଳ ସହ ଯୋଗ ଦେଇଛନ୍ତି। ଏହି ତିନି ଖେଳାଳିଙ୍କ ପହଞ୍ଚିବା ଫଟୋ ମଧ୍ୟ ଚୁଇଟରରେ ଅପଲୋଡ୍ କରାଯାଇଛି।

https://twitter.com/KKRiders/status/1306907349941202946?s=20

ସେହିପରି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି ଯେ ଦଳର ବିଦେଶୀ ଖେ୍ଳାଳି ଡେଭିଡ୍ ୱାର୍ଣ୍ଣର, ଜନି ବେୟାରଷ୍ଟୋ ଓ ମିଚେଲ୍ ମାର୍ଶ ଦଳ ସହ ଶୁକ୍ରବାର ଦଳ ସହ ଯୋଗ ଦେଇଛନ୍ତି।

https://twitter.com/SunRisers/status/1306895166716821505?s=20

ସୂଚନାଯୋଗ୍ୟ ଦୁବାଇ ପହଞ୍ଚିବା ପରେ ଉଭୟ ଦଳର ଖେଳାଳିମାନେ ମାତ୍ର 36 ଘଣ୍ଟା ଅର୍ଥାତ୍ ଦେଢ ଦିନ ସେଲଫ୍ ଆଇସୋଲେସନରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos