Advertisment

ପ୍ରଥମ ଦିନରେ ଇଂଲଣ୍ଡ ୨୪୬ ରନ୍‌ରେ ଅଲଆଉଟ୍‌

ବେନ୍‌ ଡକେଟ୍‌ ଆଉଟ୍‌ ହେବା ପରେ ଜାକଙ୍କୁ ସାଥ୍‌ ଦେବା ପାଇଁ ଆସିଥିଲେ ଓଲି ପୋପ୍‌। କିନ୍ତୁ ସେ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ସେ ରବୀନ୍ଦ୍ର ଜାଡ଼େଜାଙ୍କ ଶିକାର ବନିଥିଲେ। ୧ ରନ୍‌ କରି କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ଓଲି ପୋପ୍‌।

Cricket

Cricket

Advertisment

ହାଇଦ୍ରାବାଦରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଟିମ୍‌ ୬୪.୩ ଓଭରରେ ଅଲଆଉଟ୍‌ ହୋଇଯାଇଛି। ୧୦ ୱିକେଟ୍‌ ହରାଇ ଇଂଲଣ୍ଡ ଟିମ୍‌ ୨୪୬ ରନ୍‌ କରିପାରିଛି। କ୍ୟାପ୍‌ଟେନ୍‌ ବେନ୍‌ ଷ୍ଟୋକ୍ସଙ୍କ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ବେଶୀ ସମୟ ରହିପାରିନଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜା ଜବରଦସ୍ତ ବୋଲିଂ କରିଛନ୍ତି। ଉଭୟ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

Advertisment

ରାଜୀବ ଗାନ୍ଧି ଇଣ୍ଟର ନ୍ୟାସ୍‌ନାଲ ଷ୍ଟଡିୟମ୍‌ରେ ଖେଳାଯାଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଓପ୍‌ନର ଜାକ୍‌ କ୍ରଲି ଓ ବେନ୍‌ ଡକେଟ। ପ୍ରଥମ ପାଳିରେ ଉଭୟ ୫୫ ରନ୍‌ କରିଥିଲେ। ବଡ଼ ସଟ୍‌ ଖେଳିବାକୁ ଯାଇ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ LBW ହୋଇଥିଲେ ବେନ୍‌ ଡକେଟ୍‌। ସେ ବ୍ୟକ୍ତିଗତ ଭାବେ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ।

ବେନ୍‌ ଡକେଟ୍‌ ଆଉଟ୍‌ ହେବା ପରେ ଜାକଙ୍କୁ ସାଥ୍‌ ଦେବା ପାଇଁ ଆସିଥିଲେ ଓଲି ପୋପ୍‌। କିନ୍ତୁ ସେ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ସେ ରବୀନ୍ଦ୍ର ଜାଡ଼େଜାଙ୍କ ଶିକାର ବନିଥିଲେ। ୧ ରନ୍‌ କରି କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ଓଲି ପୋପ୍‌। ତା’ପରେ ବ୍ୟାଟିଂ ପାଇଁ ଆସିଥିଲେ ଜୋ ରୁଟ୍‌। ହେଲେ ଭାରତୀୟ ବୋଲରଙ୍କୁ ଇଂଲିଶ ବ୍ୟାଟର ସମ୍ମୁଖୀନ ହୋଇପାରି ନଥିଲେ। ଅଳ୍ପ ସମୟ ବ୍ୟବଧାନରେ ଜଣେ ପରେ ଜଣେ ଆଉଟ୍‌ ହୋଇଥିଲେ।

Advertisment

ଓଲି ପୋପ୍‌ଙ୍କ ପରେ ଜାକ୍‌ କ୍ରଲି ୨୦, ଜନି ବେୟାରଷ୍ଟୋ ୩୭, ଜୋ ରୁଟ୍‌ ୨୯, ବେନ୍‌ ଫୋକ୍ସ ୪, ରିହାନ୍‌ ଅହମ୍ମଦ ୧୩, ଟମ୍‌ ହାଟ୍‌ଲେ ୨୩, ମାର୍କ ଉଡ୍‌ ୧୧ ଓ କ୍ୟାପ୍‌ଟେନ୍‌ ବେନ୍‌ ଷ୍ଟୋକ୍ସ ୭୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଜ୍ୟାକ୍‌ ଲିଚ୍‌ ନଟ୍‌ଆଉଟ୍‌ ହୋଇଥିଲେ। ୨୪୬ ରନ୍‌ରେ ପୂରା ଇଂଲିଶ ଟିମ୍‌ ଆଉଟ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ ଯଶପ୍ରୀ ବୁମ୍ରା ୨ଟି ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ଏବଂ ଅକ୍ଷର ପଟେଲ୍‌ ୨ଟି ୱିକେଟ୍‌ ଅକ୍ତିଆର୍‌ କରିଛନ୍ତି।

Bcci INDvsENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe