Advertisment

ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା, ଦୁଇ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିଲେନି

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍ ମ୍ୟାଚ୍‌। ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଛି ଏହି ମ୍ୟାଚ୍‌। ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଲାଗିଛି ପ୍ରାରମ୍ଭିକ ଝଟକା। ୧୦ ଓଭର ଭିତରେ ଦଳ ଦୁଇଟି ୱିକେଟ୍ ହରାଇ ସାରିଛି। ପୁଣି ଉଭୟ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍ ହୋଇଛନ୍ତି। ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା ୨.୩ ଓଭରରେ। ଏହି ଓଭରରେ ଆଉଟ୍ […]

ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା, ଦୁଇ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିଲେନି

Axar

Advertisment

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍ ମ୍ୟାଚ୍‌। ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଛି ଏହି ମ୍ୟାଚ୍‌। ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଲାଗିଛି ପ୍ରାରମ୍ଭିକ ଝଟକା। ୧୦ ଓଭର ଭିତରେ ଦଳ ଦୁଇଟି ୱିକେଟ୍ ହରାଇ ସାରିଛି। ପୁଣି ଉଭୟ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍ ହୋଇଛନ୍ତି।

Advertisment

ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା ୨.୩ ଓଭରରେ। ଏହି ଓଭରରେ ଆଉଟ୍ ହୋଇଥିଲେ ଓପନର ଡମ୍‌ ସିବ୍‌ଲେ। ତାଙ୍କୁ ଆଉଟ୍ କରିଥିଲେ ଈଶାନ୍ତ ଶର୍ମା। ଈଶାନ୍ତଙ୍କ ବଲ୍‌ରେ ଦ୍ୱିତୀୟ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ସିବ୍‌ଲେ। ସୂଚନାଯୋଗ୍ୟ, ଈଶାନ୍ତ ଆଜି ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ୍ ମ୍ୟାଚ୍ ଖେଳୁଛନ୍ତି।

ସିବ୍‌ଲେ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ ଜନି ବେୟାରଷ୍ଟୋ। ତେବେ ସେ ବି ଖାତା ଖୋଲି ପାରି ନଥିଲେ। ମାତ୍ର ୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବେଳେ ୬.୧ ଓଭରରେ ଅକ୍ଷର ପଟେଲଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେ ପ୍ୟାଭିଲିୟନକୁ ଫେରିବା ବେଳକୁ ଦଳୀୟ ସ୍କୋର ୨୭ରେ ପହଞ୍ଚିଥିଲା।

Advertisment

ଖବର ଲେଖାଯିବା ବେଳକୁ ଜ୍ୟାକ୍ କ୍ରଲି ଓ ଅଧିନାୟକ ଜୋ ରୁଟ୍ କ୍ରିଜ୍‌ରେ ଥିଲେ। ଦଳୀୟ ସ୍କୋର ୧୫ ଓଭର ଶେଷ ସୁଦ୍ଧା ୫୩ରେ ପହଞ୍ଚିଥିଲା। ସେଥିରୁ ଜ୍ୟାକ୍ କ୍ରଲି କେବଳ ୪୦ ରନ୍ କରିଛନ୍ତି। ସେ ୫୪ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଅଧିନାୟକ ଜୋ ରୁଟ୍ ୯ ରନ୍ କରିଛନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe