Advertisment

ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଥିବା କୁନି ଝିଅ ପାଇଁ ୨୯ ଲକ୍ଷ ଟଙ୍କା

ଲଣ୍ଡନ: ୟୁରୋ କପ୍ ଫୁଟବଲ୍ ଚାମ୍ପିୟନଶିପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ସେମିଫାଇନାଲ୍ ପାଇଁ ଲାଇନଅପ୍ ପକ୍କା ହୋଇଛି । ଜୁଲାଇ ୭ ତାରିଖରେ ଇଟାଲୀ ବନାମ ସ୍ପେନ୍ ଏବଂ ଜୁଲାଇ ୮ ତାରିଖରେ ଡେନମାର୍କ ବନାମ ଇଂଲଣ୍ଡ ମୁକାବିଲା ହେବ । ଅନେକ ଶକ୍ତିଶାଳୀ ଟିମ୍ କ୍ୱାର୍ଟରଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ନାହିଁ । ସେଥିମଧ୍ୟରୁ ଅନ୍ୟତମ ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ଟିମ୍ କୁହାଯାଉଥିବା ଜର୍ମାନୀ । ଜର୍ମାନୀ ତା’ର ପୁରୁଣ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ […]

ଅଦ୍ୟତନ ହୋଇଛି
ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଥିବା କୁନି ଝିଅ ପାଇଁ ୨୯ ଲକ୍ଷ ଟଙ୍କା

germany-fan.jpg1

Advertisment

ଲଣ୍ଡନ: ୟୁରୋ କପ୍ ଫୁଟବଲ୍ ଚାମ୍ପିୟନଶିପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ସେମିଫାଇନାଲ୍ ପାଇଁ ଲାଇନଅପ୍ ପକ୍କା ହୋଇଛି । ଜୁଲାଇ ୭ ତାରିଖରେ ଇଟାଲୀ ବନାମ ସ୍ପେନ୍ ଏବଂ ଜୁଲାଇ ୮ ତାରିଖରେ ଡେନମାର୍କ ବନାମ ଇଂଲଣ୍ଡ ମୁକାବିଲା ହେବ । ଅନେକ ଶକ୍ତିଶାଳୀ ଟିମ୍ କ୍ୱାର୍ଟରଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ନାହିଁ । ସେଥିମଧ୍ୟରୁ ଅନ୍ୟତମ ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ଟିମ୍ କୁହାଯାଉଥିବା ଜର୍ମାନୀ ।

Advertisment

ଜର୍ମାନୀ ତା’ର ପୁରୁଣ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ନିକଟରୁ ୦-୨ରେ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚରେ ହାରିବା ପରେ ଷ୍ଟାଡିୟମରେ ବସିଥିବା ଜର୍ମାନୀର ଏକ କୁନି ଝିଅର ଫଟୋ ଖୁବ୍ ଭାଇରଲ୍ ହୋଇଥିଲା। ଜାତୀୟ ଦଳର ଏହି ପରାଜୟରେ କୁନି ଝିଅଟି ଭୋ ଭୋ ହୋଇ କାନ୍ଦି ପକାଇଥିଲା। ଏବେ ସେହି କୁନି ଝିଅ ପାଇଁ ଏପର୍ଯ୍ୟନ୍ତ ୨୯ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି।

ୱେମ୍ବଲୀ ଷ୍ଟାଡିୟମରେ ଇଂଲଣ୍ଡ ଜର୍ମାନୀକୁ ହରାଇ ୨୫ ବର୍ଷ ତଳର ପୁରୁଣା କ୍ଷତକୁ ଭରିଛି। ଏହି ଐତିହାସିକ ମୁହୂର୍ତ୍ତ ପରେ ପୂରା ୟୁକେ ଝୁମି ଉଠିଥିଲା। ଷ୍ଟାଡିୟମରେ ଉପସ୍ଥିତ ରାଜା ପରିବାରର ସଦସ୍ୟ ଓ ପୂର୍ବତନ ଫୁଟବଲର୍ ମଧ୍ୟ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ଏହାରି ଭିତରେ କ୍ୟାମେରାର ଫୋକସ୍ ଜର୍ମାନୀର ଏକ କୁନି ଝିଅ ଉପରେ ପଡ଼ିଥିଲା, ଯିଏ ନିଜ ଟିମର ପରାଜୟର ବହୁତ ଦୁଃଖିତ ହୋଇଥିଲା। ଦେଖୁ ଦେଖୁ ଏହି ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଯାଇଥିଲା। କିନ୍ତୁ ଇଂଲିଶ୍ ଫ୍ୟାନ୍ ଏହି କୁନି ଝିଅର ଖୁବ୍ ମଜାକ ଉଡ଼ାଇଛନ୍ତି । ଟୁଇଟର୍, ଇନଷ୍ଟାଗ୍ରାମରେ ମଧ୍ୟ ଏହାକୁ ନେଇ ଖୁବ୍ ଟ୍ରୋଲ୍ କରାଯାଇଛି।

Advertisment

https://twitter.com/JamesJohn2427/status/1410149889200340996?s=20

ଏହି କୁନି ଝିଅ ପାଇଁ ଏତେ ନିର୍ଦ୍ଦୟ ଓ ଅସମ୍ବେଦନଶୀଳ ହୋଇପଡ଼ିଥିବା ଫ୍ୟାନଙ୍କ ମଧ୍ୟରେ ଏଭଳି ଜଣେ ଇଂଲିଶ ବ୍ୟକ୍ତି ବାହାରିଛନ୍ତି, ଯିଏ ବଡ଼ ହୃଦୟ ଦେଖାଇଛନ୍ତି । ୱେଲ୍ସରେ ରହୁଥିବା ଜୋଲ୍ ହ୍ୟୁଜ୍ସ ନାମକ ବ୍ୟକ୍ତି କୁନି ଝିଅ ପାଇଁ ଫଣ୍ଡରେଜର ଆରମ୍ଭ କରିଥିଲେ। ଏହି ଫଣ୍ଡରେଜରର ଉଦ୍ଦେଶ୍ୟ ଥିଲା ଯେ ୟୁକେରେ ସମସ୍ତେ ସମାନ ନୁହନ୍ତି । ଅର୍ଥାତ୍ ସେହି କୁନି ଝିଅର ଭାବନାକୁ ଏହି ବ୍ୟକ୍ତି ଜଣକ ଭଲଭାବେ ବୁଝିପାରିଥିଲେ। ଏପର୍ଯ୍ୟନ୍ତ ଏହି ଫଣ୍ଡରେଜର୍ ଦ୍ୱାରା ୨୯ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା ଜଣାପଡ଼ିଛି ।

p1f9li1fc74a91sc31dsg198tb24d.jpg

ଫଣ୍ଡରେଜରକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି । କିଛି ଲୋକେ ଏହାର ସମର୍ଥନ କରିଥିଲେ। ହେଲେ କିଛି ଲୋକେ ଏଥିରେ ଅସହମତି ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ଫଣ୍ଡରେଜର୍ ଯଦି ଗରିବଙ୍କ ସହାୟତାରେ ଲଗାଯିବ, ତାହେଲେ ଭଲ ହେବ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe