ଲଣ୍ଡନ: ଚଳିତ ମାସ ଶେଷ ଭାଗରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଆଜି ଇଂଲଣ୍ଡ ଟିମ୍ ଘୋଷଣା ହୋଇଛି। ନିୟମିତ ମ୍ୟାଚ୍ ଖେଳି ଆସୁଥିବା ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ସାମ କୁରାନଙ୍କୁ ଦନିକିଆ ସିରିଜ୍ରେ ବିଶ୍ରାମ ଦିଆଯାଇଛି। ତେବେ ଏହି ୩ ଖେଳାଳି ଟି-୨୦ ସ୍କ୍ୱାଡରେ ରହିଛନ୍ତି।
ଉଭୟ ଟି-୨୦ ଓ ଦିନିକିଆ ଦଳର ନେତୃତ୍ୱ ପୂର୍ବଭଳି ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜୋଶ ବଟଲର ଉଭୟ ଦିନିକିଆ ଓ ଟି-୨୦ ସ୍କ୍ୱାଡରେ ଅଛନ୍ତି। ବାମହାତୀ ସ୍ପିନର ରୀସ ଟୋପଲେ ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡର ଜାତୀୟ ଦଳକୁ ଫେରିଛନ୍ତି। ତାଙ୍କୁ ଟି-୨୦ ଓ ଦିନିକିଆ ଟିମରେ ସୁଯୋଗ ମିଳିଛି। ଦ୍ରୁତ ବୋଲର ଓଲି ଷ୍ଟୋନଙ୍କୁ କେବଳ ଦିନିକିଆ ଟିମ୍ରେ ରହିଛନ୍ତି।
ନଭେମ୍ବର ୨୭ରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଆରମ୍ଭ ହେବ। ଏହାପରେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ଇଂଲଣ୍ଡ ଟିମ୍ ନଭେମ୍ବର ୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ।
ଇଂଲଣ୍ଡ ଟି-୨୦ ସ୍କ୍ୱାଡ- ଇଓନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ସାମ ବିଲିଙ୍ଗସ, ଜୋଶ ବଟଲର, ସାମ କୁରାନ, ଟମ କୁରାନ, କ୍ରିସ ଜୋର୍ଡାନ, ଡାୱିଡ ମଲାନ, ଆଦିଲ ରଶିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରୀସ ଟୋପଲେ ଓ ମାର୍କ ଉଡ୍।
ଦିନିକିଆ ଟିମ- ଇଓନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନ୍ନି ବେୟାରଷ୍ଟୋ, ସାମ ବିଲିଙ୍ଗସ, ଜୋଶ ବଟଲର, ଟମ କୁରାନ, ଲ୍ୟୁଇସ ଜର୍ଜ, ଲିଆମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଜୋ ରୁଟ, ଜେସନ ରୟ, ଓଲି ଷ୍ଟୋନ, ରୀସ ଟୋପଲେ, କ୍ରିସ ୱକ୍ସ ଓ ମାର୍କ ଉଡ୍।
ଆହୁରି ପଢନ୍ତୁ : ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ସଚିନ୍, ଆଇସିସିକୁ ଦେଲେ ପରାମର୍ଶ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।