Advertisment

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ, ନେଦରଲ୍ୟାଣ୍ଡ ବିପକ୍ଷରେ ୪୯୮ ରନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇଂଲଣ୍ଡ ବିଶ୍ୱରେକର୍ଡ କରିଛି। ନେଦରଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନର ବିଶାଳ ସ୍କୋର ଠିଆ କରି ଏହି ରେକର୍ଡ ହାତେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା କୌଣସି ଅନ୍ତର୍ଜାତୀୟ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଏହା ହେଉଛି ସର୍ବୋଚ୍ଚ ରନ୍ ସ୍କୋର। ନେଦରଲ୍ୟାଣ୍ଡର ଅମଷ୍ଟେଲଭେ ଠାରେ ଖେଳାଯାଉଥିବା ଏହି ଏକଦିବସୀୟ ମ୍ୟାଚ୍‌ରେ ଆଜି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ପ୍ରତିପକ୍ଷ ନେଦରଲ୍ୟାଣ୍ଡ ଆଗରେ ଏହି ରନ୍‌ର […]

author-image
Niranjan Mishra
ଅଦ୍ୟତନ ହୋଇଛି
ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ, ନେଦରଲ୍ୟାଣ୍ଡ ବିପକ୍ଷରେ ୪୯୮ ରନ୍

cricket

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇଂଲଣ୍ଡ ବିଶ୍ୱରେକର୍ଡ କରିଛି। ନେଦରଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନର ବିଶାଳ ସ୍କୋର ଠିଆ କରି ଏହି ରେକର୍ଡ ହାତେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା କୌଣସି ଅନ୍ତର୍ଜାତୀୟ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଏହା ହେଉଛି ସର୍ବୋଚ୍ଚ ରନ୍ ସ୍କୋର।

Advertisment

ନେଦରଲ୍ୟାଣ୍ଡର ଅମଷ୍ଟେଲଭେ ଠାରେ ଖେଳାଯାଉଥିବା ଏହି ଏକଦିବସୀୟ ମ୍ୟାଚ୍‌ରେ ଆଜି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ପ୍ରତିପକ୍ଷ ନେଦରଲ୍ୟାଣ୍ଡ ଆଗରେ ଏହି ରନ୍‌ର ପାହାଡ଼ ଠିଆ କରିଥିଲା। ଯେଉଁ ଇନିଂସ୍‌ରେ ୯୩ ବଲ୍‌ ଖେଳି ୩ ଛକା ଓ ୧୪ ଛକା ସହ ଫିଲ୍ ସଲ୍ଟଙ୍କ ଧମାକାଦାର ୧୨୨ ରନ କରିଥିଲେ। ଦାୟିଦ୍ ମଲାନ୍‌ ୧୦୯ ବଲ୍‌ ଖେଳି ୩ ଛକା ଓ ୯ ଚୌକା ସହ ୧୨୫ ରନ ଓ ଜୋସ୍ ବଟଲର ୭୦ ବଲ୍‌ ଖେଳି ୧୪ ଛକା ଓ ୭ ଚୌକା ସହ ଅପରାଜିତ ୧୬୨ ରନ୍‌ କରିଥିଲେ। ଲିମ୍ ଲିଭିଂଷ୍ଟୋନ୍ ୨୨ ବଲରେ ୬ଟି ଲେଖାଏଁ ଛକା ଓ ଚୌକା ମାରି ଅପରାଜିତ ୬୬ ରନ କରିଥିଲେ।

ନେଦରଲ୍ୟାଣ୍ଡ ପକ୍ଷରୁ ପିଟର ସେଲାର ୨ଟି, ସେନ୍ ସ୍ନାଟର ଓ ଲୋଗାନ ଭାନ ବିକ୍ ମାତ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଶେଷ ଖବର ସୁଦ୍ଧା ନେଦରଲ୍ୟାଣ୍ଡ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ୱିକେଟ ହରାଇଛି।

Advertisment

ସୂଚନା ଥାଉକି, ନେଦରଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଘରୋଇ ଟିମ୍ ନିମନ୍ତେ ଭୁଲ ପ୍ରମାଣିତ ହୋଇଛି।

Cricket