ଇଂଲଣ୍ଡ ଟିମ
କାନ୍ଧ ଜନିତ ଆହତ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ନଥିଲେ ହେଁ ବେନ ଷ୍ଟୋକ୍ସଙ୍କୁ ଆଶେସ ସିରିଜ(Ashes Serises) ପାଇଁ ଇଂଲଣ୍ଡର କ୍ୟାପ୍ଟେନ ଭାବେ ଘୋଷଣା କରାଯାଇଛି। ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଆଶେସ ସିରିଜ ପାଇଁ ଆଜି ଇଂଲିଶ କ୍ରିକେଟ ବୋର୍ଡ ସ୍କ୍ୱାଡ ଘୋଷଣା କରିଛି।
ମାର୍କ ଉଡ, ମାଥ୍ୟୁ ପଟ୍ସ ଓ ୱିଲ ଜ୍ୟାକ୍ସଙ୍କୁ ୧୬ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିଛି। ଡୁରହାମର ପେସ ବୋଲର ପଟ୍ସ ଶେଷ ଥର ପାଇଁ ୨୦୨୪ରେ ଡିସେମ୍ବର ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଖେଳିଥିଲେ। ସେହିପରି ସରୀର ଜ୍ୟାକ୍ସ ୨୦୨୨ ଡିସେମ୍ବରରୁ ଇଂଲଣ୍ଡ(England) ପାଇଁ ଟେଷ୍ଟ ଖେଳି ନାହାନ୍ତି। ଆହତ ସମସ୍ୟା ଯୋଗୁ ଦ୍ରୁତ ବୋଲର ମାର୍କ ଉଡ ମଧ୍ୟ ଦୀର୍ଘ ସମୟ ହେଲା ଦଳରୁ ବାହାରେ ରହିଥିଲେ। କିନ୍ତୁ ଏବେ ସେ ଦଳକୁ କମବ୍ୟାକ କରିଛନ୍ତି।
ଆଶେସ ପାଇଁ ହ୍ୟାରୀ ବ୍ରୁକଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଟିମର ଉପ ଅଧିନାୟକ ଭାବେ ଓଲି ପୋପ କାର୍ଯ୍ୟ କରୁଥିଲେ। ତାଙ୍କ ଠାରୁ ଉପ ଅଧିନାୟକ ପଦ ଛଡ଼ାଇ ନିଆଯାଇ ବ୍ରୁକଙ୍କୁ ଦିଆଯାଇଛି। ତେବେ ପୋପ ଦଳରେ ରହିଛନ୍ତି।
ଭାରତ ବିପକ୍ଷ ଟେଷ୍ଟରେ ଆଙ୍ଗୁଠି ଜନିତ ସମସ୍ୟାରେ ପଡ଼ିଥିବା ଶୋଏବ ବଶିର ମଧ୍ୟ ଆଶେସରେ ନଜର ଆସିବେ। ତେବେ ଆହତ ସମସ୍ୟା ଯୋଗୁ କ୍ରିସ ୱକ୍ସ ଆଶେସ ସ୍କ୍ୱାଡରେ ନାହାନ୍ତି। ଭାରତ ବିପକ୍ଷ ଶେଷ ଟେଷ୍ଟରେ ୱକ୍ସ ଆହତ ହୋଇଥିଲେ।
ଇଂଲଣ୍ଡର ଆଶେସ ସ୍କ୍ୱାଡ: ବେନ ଷ୍ଟୋକ୍ସ(ଅଧିନାୟକ), ଜୋଫ୍ରା ଆର୍ଚର, ଗସ ଅଟକିନସନ, ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ(ଉପ ଅଧିନାୟକ), ବ୍ରାୟଣ୍ଡନ କାର୍ସେ, ଜ୍ୟାକ କ୍ରଉଲୀ, ବେନ ଡକେଟ, ୱିଲ ଜ୍ୟାକ୍ସ, ଓଲି ପୋପ, ମାଥ୍ୟୁ ପଟ୍ସ, ଜୋ ରୁଟ, ଜାମି ସ୍ମିଥ, ଜୋଶ ଟଙ୍ଗ ଓ ମାର୍କ ଉଡ୍।
ନଭେମ୍ବର ୨୧ରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅପଟସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଏହାପରେ ବ୍ରିସବେନ, ଆଡିଲେଡ, ମେଲବର୍ଣ୍ଣ ଓ ସିଡ୍ନୀରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ।
ଆଶେଷ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ଏଥିପାଇଁ ମଧ୍ୟ ସ୍କ୍ୱାଡ ଘୋଷଣା ହୋଇଛି। ଉଭୟ ଟି-୨୦ ଓ ଦିନିକିଆରେ ହ୍ୟାରୀ ବ୍ରୁକ ହିଁ ଦଳର କମାଣ ସମ୍ଭାଳିବେ। ଟି-୨୦ରେ ଡକେଟ, ସ୍ମିଥ ଓ ଆର୍ଚରଙ୍କୁ ବିଶ୍ରାମ ଦିଆଯାଇଛି।
କିନ୍ତୁ ପ୍ରଥମଥର ପାଇଁ ଟି-୨୦ରେ ସୁଯୋଗ ପାଇଛନ୍ତି ଦଳର ଟେଷ୍ଟ ଓପନର କ୍ରଉଲୀ। ଦିନିକିଆ ସ୍କ୍ୱାହକୁ ସାମ କୁରାନ ଓ ଲିଆମ ଡାୱସନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଧଳା ବଲ କ୍ରିକେଟ(Cricket) ପାଇଁ ଲୁକ ଉଡଙ୍କୁ ମଧ୍ୟ ସୁଯୋଗ ମିଳିଛି।
ଇଂଲଣ୍ଡର ଦିନିକିଆ ସ୍କ୍ୱାଡ: ହ୍ୟାରୀ ବ୍ରୁକ(ଅଧିନାୟକ), ରେହାନ ଅହମଦ, ଜୋଫ୍ରା ଆର୍ଚରଣ, ସୋନି ବାକେର, ଟମ ବାଣ୍ଟନ, ଜ୍ୟାକବ ବେଥେଲ, ଜୋଶ ବଟଲର, ବ୍ରାୟଣ୍ଡନ କାର୍ସେ, ସାନ କୁରାନ, ଲିଆମ ଡାୱସନ, ବେନ ଡକେଟ, ଜାମି ଓଭରଟନ, ଆଦିଲ ରଶିଦ, ଜୋ ରୁଟ, ଜାମି ସ୍ମିଥ ଓ ଲୁକ ଉଡ।
ଇଂଲଣ୍ଡ ଟି-୨୦ ସ୍କ୍ୱାଡ: ହ୍ୟାରୀ ବ୍ରୁକ, ରେହାନ ଅହମଦ, ସୋନି ବାକେର, ଟମ ବାଣ୍ଟନ, ଜ୍ୟାକବ ବେଥେଲ, ଜୋଶ ବଟଲର, ବ୍ରାୟଣ୍ଡନ କାର୍ସେ, ଜୋର୍ଡାନ କକ୍ସ, ଜ୍ୟାକ କ୍ରଉଲୀ, ସାମନ କୁରାନ, ଲିଆମ ଡାୱସନ, ଜାମି ଓଭରଟନ, ଆଦିଲ ରଶିଦ, ଫିଲ ସଲ୍ଟ ଓ ଲୁକ ଉଡ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/24/eng-2025-09-24-19-05-17.jpg)