Advertisment

ତେଜିଲା 'ଜୟ ଶ୍ରୀରାମ' ଓ ରିଜୱାନଙ୍କ 'ନମାଜ ପାଠ' ବିବାଦ

ଗତକାଲିର ମ୍ୟାଚରେ ପାକିସ୍ତାନର ୱିକେଟ କିପର୍ ତଥା ବ୍ୟାଟର ମହମ୍ମଦ ରିଜୱାନ 49(69) ରନ୍ କରି ପାଭିଲିଅନ୍ ଫେରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Md Rizwan & Stadium

Md Rizwan & Stadium

ବିଶ୍ୱକପରେ ଧାର୍ମିକ ଭାବନାକୁ ନେଇ ଉଠିଛି ବିବାଦ। ଶନିବାର ଖେଳାଯାଇଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଜୟ ଶ୍ରୀରାମ ନାରା ଓ ରିଜୱାନଙ୍କ ନମାଜ ପାଠକୁ ନେଇ ତୀବ୍ର ହେଉଛି ବିବାଦ। ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଟିମର ପରାଜୟ ପରେ ପାକିସ୍ତାନ ପ୍ରଶଂସକଙ୍କ ବ୍ୟବହାରକୁ ମନେ ପକାଇଛନ୍ତି ନେଟିଜେନ୍ସ।

Advertisment

ଗତକାଲିର ମ୍ୟାଚରେ ପାକିସ୍ତାନର ୱିକେଟ କିପର୍ ତଥା ବ୍ୟାଟର ମହମ୍ମଦ ରିଜୱାନ 49(69) ରନ୍ କରି ପାଭିଲିଅନ୍ ଫେରିଥିଲେ। ରିଜୱାନ୍ ଯଶପ୍ରୀତ ବୁମରାଙ୍କ ବଲରେ ବୋଲ୍ଡ ହୋଇ ପାଭିଲିଅନ୍ ଫେରିବା ସମୟରେ ଦର୍ଶକ 'ଜୟ ଶ୍ରୀରାମ' 'ଜୟ ଶ୍ରୀରାମ' ନାରା ଦେଇଥିଲେ। ସୋଶାଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍ ହେଉଛି। ଏହାକୁ କେହି କେହି ସମର୍ଥନ କରିଥିବା ବେଳେ ପୂର୍ବରୁ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଡିଏକେ ନେତା ଉଦୟନିଧି ଷ୍ଟାଲିନ ଦର୍ଶକଙ୍କ ଏପରି ବ୍ୟବହାର 'ଅଗ୍ରାହ୍ୟ' ବୋଲି କହିଛନ୍ତି।

Advertisment

ଟ୍ୱିଟର୍(ଏବେର ଏକ୍ସ)ରେ ଏକ ପୋଷ୍ଟ୍ କରି ଷ୍ଟାଲିନ କହିଛନ୍ତି, "ଭାରତ କ୍ରୀଡା କ୍ଷେତ୍ରରେ ଆୟୋଜକ ତଥା ଆତିଥ୍ୟ ପାଇଁ ପ୍ରଶଂସା ସାଉଁଟିଛି। ତଥାପି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନ ଖେଳାଳିଙ୍କୁ ଦିଆଯାଇଥିବା ଆତିଥ୍ୟ ଗ୍ରହଣୀୟ ନୁହେଁ ଏବଂ ଏକ ନିମ୍ନ ସ୍ତର। କ୍ରୀଡା ଦୁଇ ଦେଶ ମଧ୍ୟରେ ଏକୀକରଣକାରୀ ଶକ୍ତି ହେବା ଉଚିତ ଏବଂ ପ୍ରକୃତ ଭାଇଚାରାକୁ ବୃଦ୍ଧି କରିବା ଉଚିତ୍। ଘୃଣା ସୃଷ୍ଟି କରିବା ପାଇଁ ଏହାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନିନ୍ଦନୀୟ।"

ଏପରି ବିବାଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଶାହ ସୋଶାଲ ମିଡିଆରେ ଗୋଟିଏ ଫଟୋ ଏବଂ ଭିଡିଓ ପୋଷ୍ଟ କରି ବିବାଦ ଉପରେ ସଫା ଟିପ୍ପଣୀ ଦେଇଛନ୍ତି। ଶାହଙ୍କ ପୋଷ୍ଟର ଗୋଟିଏ ପଟେ ରିଜୱାନ ଷ୍ଟାଡିୟମରେ ନମାଜ ପଢୁଥିବା ବେଳେ ଅନ୍ୟପଟେ ଦର୍ଶକ ଜୟ ଶ୍ରୀରାମ ନାରା ଦେଉଛନ୍ତି। ଶାହ କହିଛନ୍ତି, "ଯଦି ଜଣେ ଖେଳାଳି ଜନ ଗହଳିରେ ସର୍ବ ସମ୍ମୁଖରେ ନମାଜ ପାଠ କରିପାରୁଛନ୍ତି ତେବେ ଦର୍ଶକମାନେ କାହିଁକି ଏକା ସାଙ୍ଗରେ ଜୟ ଶ୍ରୀରାମ ଜପ କରିପାରିବେ ନାହିଁ? ଯଦି ସେ ଧାର୍ମିକ ତେବେ ଜନତାମାନେ କାହିଁକି ନୁହଁନ୍ତି?" ପ୍ରକାଶ ଥାଉ କି, ଜୟ ଶାହ ପୋଷ୍ଟ କରିଥିବା ରିଜୱାନଙ୍କ ନମାଜ ପାଠ ଫଟୋ 2017 ଚାମ୍ପିଅନ୍ସ ଟ୍ରଫି ସମୟର। 

ଅନ୍ୟପଟେ ସୋଶାଲ ମିଡିଆରେ ଏହି ଭିଡିଓକୁ ନେଇ ବେଶ୍ ତର୍କ ବିତର୍କ ଚାଲିଛି। 2017 ମସିହା ଚାମ୍ପିଅନ୍ସ ଟ୍ରଫିରେ ଭାରତର ପରାଜୟ ପରେ ପାକିସ୍ତାନ ଦର୍ଶକ, ଭାରତୀୟ କ୍ରିକେଟରଙ୍କୁ ଟ୍ରୋଲ୍ କରିଥିଲେ ତା'ର ଭିଡିଓ ଭାଇରାଲ୍ ହେଉଛି। 2017 ବ୍ୟବହାରର ଜବାବ 2023ରେ ଦିଆଯାଇଛି ବୋଲି ସୋଶାଲ୍ ମିଡିଆ ୟୁଜର୍ ପୋଷ୍ଟ କରି କହିଛନ୍ତି। 

Bcci India Pakistan Match Jay Shree Ram Chant Udaynidhi Stalin Jay Shah Md Rizwan