ବିଶ୍ୱକପରେ ଧାର୍ମିକ ଭାବନାକୁ ନେଇ ଉଠିଛି ବିବାଦ। ଶନିବାର ଖେଳାଯାଇଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଜୟ ଶ୍ରୀରାମ ନାରା ଓ ରିଜୱାନଙ୍କ ନମାଜ ପାଠକୁ ନେଇ ତୀବ୍ର ହେଉଛି ବିବାଦ। ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଟିମର ପରାଜୟ ପରେ ପାକିସ୍ତାନ ପ୍ରଶଂସକଙ୍କ ବ୍ୟବହାରକୁ ମନେ ପକାଇଛନ୍ତି ନେଟିଜେନ୍ସ।
ଗତକାଲିର ମ୍ୟାଚରେ ପାକିସ୍ତାନର ୱିକେଟ କିପର୍ ତଥା ବ୍ୟାଟର ମହମ୍ମଦ ରିଜୱାନ 49(69) ରନ୍ କରି ପାଭିଲିଅନ୍ ଫେରିଥିଲେ। ରିଜୱାନ୍ ଯଶପ୍ରୀତ ବୁମରାଙ୍କ ବଲରେ ବୋଲ୍ଡ ହୋଇ ପାଭିଲିଅନ୍ ଫେରିବା ସମୟରେ ଦର୍ଶକ 'ଜୟ ଶ୍ରୀରାମ' 'ଜୟ ଶ୍ରୀରାମ' ନାରା ଦେଇଥିଲେ। ସୋଶାଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍ ହେଉଛି। ଏହାକୁ କେହି କେହି ସମର୍ଥନ କରିଥିବା ବେଳେ ପୂର୍ବରୁ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଡିଏକେ ନେତା ଉଦୟନିଧି ଷ୍ଟାଲିନ ଦର୍ଶକଙ୍କ ଏପରି ବ୍ୟବହାର 'ଅଗ୍ରାହ୍ୟ' ବୋଲି କହିଛନ୍ତି।
India is renowned for its sportsmanship and hospitality. However, the treatment meted out to Pakistan players at Narendra Modi Stadium in Ahmedabad is unacceptable and a new low. Sports should be a unifying force between countries, fostering true brotherhood. Using it as a tool… pic.twitter.com/MJnPJsERyK
— Udhay (@Udhaystalin) October 14, 2023
ଟ୍ୱିଟର୍(ଏବେର ଏକ୍ସ)ରେ ଏକ ପୋଷ୍ଟ୍ କରି ଷ୍ଟାଲିନ କହିଛନ୍ତି, "ଭାରତ କ୍ରୀଡା କ୍ଷେତ୍ରରେ ଆୟୋଜକ ତଥା ଆତିଥ୍ୟ ପାଇଁ ପ୍ରଶଂସା ସାଉଁଟିଛି। ତଥାପି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନ ଖେଳାଳିଙ୍କୁ ଦିଆଯାଇଥିବା ଆତିଥ୍ୟ ଗ୍ରହଣୀୟ ନୁହେଁ ଏବଂ ଏକ ନିମ୍ନ ସ୍ତର। କ୍ରୀଡା ଦୁଇ ଦେଶ ମଧ୍ୟରେ ଏକୀକରଣକାରୀ ଶକ୍ତି ହେବା ଉଚିତ ଏବଂ ପ୍ରକୃତ ଭାଇଚାରାକୁ ବୃଦ୍ଧି କରିବା ଉଚିତ୍। ଘୃଣା ସୃଷ୍ଟି କରିବା ପାଇଁ ଏହାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନିନ୍ଦନୀୟ।"
I have a clear point of view in this matter. If @iMRizwanPak can pray namaaz in front of a huge crowd so why doesn't a crowd chant "Jai shree Ram " if he is religious so why not be a crowd can ? #indvspak2023 #Rizwan #RohitSharma𓃵 #Ahmedabad "DIL DIL PAKISTAN pic.twitter.com/TtyzNH1cPN
— jay shah (parody) (@jay_shahbcci) October 14, 2023
ଏପରି ବିବାଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଶାହ ସୋଶାଲ ମିଡିଆରେ ଗୋଟିଏ ଫଟୋ ଏବଂ ଭିଡିଓ ପୋଷ୍ଟ କରି ବିବାଦ ଉପରେ ସଫା ଟିପ୍ପଣୀ ଦେଇଛନ୍ତି। ଶାହଙ୍କ ପୋଷ୍ଟର ଗୋଟିଏ ପଟେ ରିଜୱାନ ଷ୍ଟାଡିୟମରେ ନମାଜ ପଢୁଥିବା ବେଳେ ଅନ୍ୟପଟେ ଦର୍ଶକ ଜୟ ଶ୍ରୀରାମ ନାରା ଦେଉଛନ୍ତି। ଶାହ କହିଛନ୍ତି, "ଯଦି ଜଣେ ଖେଳାଳି ଜନ ଗହଳିରେ ସର୍ବ ସମ୍ମୁଖରେ ନମାଜ ପାଠ କରିପାରୁଛନ୍ତି ତେବେ ଦର୍ଶକମାନେ କାହିଁକି ଏକା ସାଙ୍ଗରେ ଜୟ ଶ୍ରୀରାମ ଜପ କରିପାରିବେ ନାହିଁ? ଯଦି ସେ ଧାର୍ମିକ ତେବେ ଜନତାମାନେ କାହିଁକି ନୁହଁନ୍ତି?" ପ୍ରକାଶ ଥାଉ କି, ଜୟ ଶାହ ପୋଷ୍ଟ କରିଥିବା ରିଜୱାନଙ୍କ ନମାଜ ପାଠ ଫଟୋ 2017 ଚାମ୍ପିଅନ୍ସ ଟ୍ରଫି ସମୟର।
THEN NOW
— Rosy (@rose_k01) October 14, 2023
Pakistanis ko Befiiting Reply Mil gaya- Baap Baap Hota Hai 🇮🇳🇮🇳 8-0 😂😂🚩🚩🚩🇮🇳🇮🇳🇮🇳
Jai Shree Ram 🚩🚩#INDvsPAK #INDvPAK #JaiShreeRam #Rizwan #PKMKB #PKMKBForever pic.twitter.com/cutUD1PwTi
ଅନ୍ୟପଟେ ସୋଶାଲ ମିଡିଆରେ ଏହି ଭିଡିଓକୁ ନେଇ ବେଶ୍ ତର୍କ ବିତର୍କ ଚାଲିଛି। 2017 ମସିହା ଚାମ୍ପିଅନ୍ସ ଟ୍ରଫିରେ ଭାରତର ପରାଜୟ ପରେ ପାକିସ୍ତାନ ଦର୍ଶକ, ଭାରତୀୟ କ୍ରିକେଟରଙ୍କୁ ଟ୍ରୋଲ୍ କରିଥିଲେ ତା'ର ଭିଡିଓ ଭାଇରାଲ୍ ହେଉଛି। 2017 ବ୍ୟବହାରର ଜବାବ 2023ରେ ଦିଆଯାଇଛି ବୋଲି ସୋଶାଲ୍ ମିଡିଆ ୟୁଜର୍ ପୋଷ୍ଟ କରି କହିଛନ୍ତି।