ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତର ଦମଦାର ବିଜୟ। ମେନ୍ ଇନ୍ ବ୍ଲୁର କମାଲ ଦେଖିଲା ସାରା ବିଶ୍ୱ। ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇଲା ଭାରତ। ହେଲେ ଏହି ଖେଳର ମୁଖ୍ୟ ଆକର୍ଷଣ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହ, ତାଙ୍କ ପୁଅ ତଥା ଆଇସିସି ଚେୟାରମ୍ୟାନ୍ ଜୟ ଶାହା, ସ୍ତ୍ରୀ, ବୋହୂ, ନାତି ଷ୍ଟାଡିୟମ ଯାଇ ଖେଳ ଦେଖିଥିଲେ। ଭାରତର ଧୂଆଁଧାର ବ୍ୟାଟିଂ ହେଉ ବା ବିଜୟ ପର ମୁହୂର୍ତ୍ତ, ଶାହା ଓ ତାଙ୍କ ପରିବାର ଲୋକ ଖୁବ୍ ଉପଭୋଗ କରିଥଲେ ଏହି ମ୍ୟାଚକୁ।
ତେବେ ବିଜୟ ପରର ମୁହୂର୍ତ୍ତ ଥିଲା ଅଧିକ ସ୍ମରଣୀୟ। ଅମିତ ଶାହ ତାଙ୍କ ନାତିଙ୍କ ସାଙ୍ଗରେ ବସିଥିବା ବେଳେ, ଆଇସିସି ଚ୍ୟାୟାରମ୍ୟାନ ତଥା ଶାହଙ୍କ ପୁଅ ଜୟ ଶାହ,ଭାରତର ବିଶାଳ ବିଜୟ ପରେ ବାପାଙ୍କୁ ଶୁଭେଛା ଜଣାଇବା ପାଇଁ ଆସିଥିଲେ। ସେ ତାଙ୍କ ବାପାଙ୍କ ସହ ହାତ ମିଳାଇବା ସହିତଦେଶର ଏହି ସାନଦାର ବିଜୟ ପାଇଁ ଆଲିଙ୍ଘନ କରି ଶୁଭେଛା ଜଣାଇଥିଲେ। ଖାଲି ଏତିକି ନୁହେଁ, ସାଧାରଣ ଦର୍ଶକ ଭଳି ଅମିତ ଶାହା ଗତକାଲି ଷ୍ଟାଡିୟମର ପାଭଲିୟନରେ ବସି ମ୍ୟାଚ ଦେଖିଥିଲେ ଓ ଟିମ୍ ଇଣ୍ଡିଆ ବିଜୟ ପରେ ବେଶ୍ ଉତ୍ସାହିତ ହୋଇଥିଲେ। ଅମିତ ଶାହଙ୍କ ସାଥିରେ ଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଭୂପେନ୍ଦ୍ର ମଧ୍ୟ ଶାହାଙ୍କ ପାଖରେ ବସି ମ୍ୟାଚ ଉପଭୋଗ କରିଥିଲେ।
ତେବେ ଏହି ବିଶାଳ ସ୍କୋରକୁ ଚେଜ୍ କରି ଆଗକୁ ବିଢ଼ିବା ନ୍ୟୁଜିଲଣ୍ଡ ପକ୍ଷରେ ସମ୍ଭବହୋଇପାରି ନଥିଲା। ଟିମ୍ ସାଇଫଟଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ୍ କ୍ରିଜରେ ଅଧିକ ସମୟ ତିଷ୍ଠିବା ସମ୍ଭବ ହୋଇପାରି ନଥିଲା। ସେ ହିଁ ନ୍ୟୁଜିଲାଣ୍ଡ ପକ୍ଷରୁ ଭଲ ଖେଳି ୨୬ଟି ବଲରେ ୫୨ ରନ କରିଥିଲେ। ଅନ୍ୟପକ୍ଷରେ ଭାରତୟୀ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଥିଲା ବେଶ୍ ଚମତ୍କାର। ଦଳ ପକ୍ଷରୁ ଜସପ୍ରୀତ୍ ବୁମରା ୧୫ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲର ହିସାବାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଶେଷରେ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଏହାପରେ ମେନ୍ ଇନ୍ ବ୍ଲୁ ଲଗାତର ଦ୍ୱିତୀୟଥର ପାଇଁT20ୱାର୍ଲଡ କପ୍ ହାସଲ କରିବାରେ ସକ୍ଷମ ହୋଇଥିଲେ। ଜୟ ଶାହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବଙ୍କୁୱାର୍ଲଡ୍ କପ୍ ଟ୍ରଫି ପ୍ରଦାନ କରିଥିଲେ। ଏହାପରେ ଟ୍ରଫି ଧରି ଅହମଦାବାଦର ହନୁମାନ ମନ୍ଦିରକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ଏବଂ କୋଚ ଗୌତମ ଗାମ୍ଭିରଙ୍କ ସହ ଜୟ ଶାହା ଯାଇ ପୂଜାର୍ଚ୍ଚନା କରିଥିଲେ।
ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/09/ind-2026-03-09-17-34-09.jpg)