Advertisment

ସଡ଼କ ଦୁର୍ଘଟଣାରେ ଚାଲିଗଲା କିମ୍ବଦନ୍ତୀ ମାରାଥନ ଧାବକ ଫୌଜା ସିଂହଙ୍କ ଜୀବନ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଜନ୍ମ ହୋଇଥିବା ଫୌଜା ସିଂହ ୧୯୪୭ ମସିହା ଭାରତ ବିଭାଜନର ଭୟଙ୍କର ଦୃଶ୍ୟ ମଧ୍ୟ ଦେଖିଥିଲେ।

Fauja singh

Fauja singh

Advertisment

ବିଶ୍ୱର ବୟସ୍କ ମାରାଥନ ଧାବକର ମାନ୍ୟତା ପାଇଥିବା ପଞ୍ଜାବର ଫୌଜା ସିଂହ ଆଉ ନାହାନ୍ତି। ସୋମବାର ଗୋଟିଏ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷୀୟ ଏହି କିମ୍ବଦନ୍ତୀ ଧାବକଙ୍କ ମୃତ୍ୟୁ ହୋଇଯାଇଛି। ପଞ୍ଜାବର ଜଲନ୍ଧର ଅନ୍ତର୍ଗତ ବେୟାସ ଗାଁରେ ଫୌଜା ସିଂହ ୧୯୧୧ ମସିହା ଏପ୍ରିଲ ୧ରେ ଜନ୍ମ ଗ୍ରହଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଜନ୍ମ ହୋଇଥିବା ଫୌଜା ସିଂହ ୧୯୪୭ ମସିହା ଭାରତ ବିଭାଜନର ଭୟଙ୍କର ଦୃଶ୍ୟ ମଧ୍ୟ ଦେଖିଥିଲେ। 

Advertisment

ରିପୋର୍ଟ ଅନୁସାରେ, ସୋମବାର ମଧ୍ୟାହ୍ନ ସମୟରେ ଫୌଜା ସିଂହ ଜଲନ୍ଧର-ପଠାନକୋଟ ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ଗୋଟିଏ କାର ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସୋମବାର ସନ୍ଧ୍ୟା ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଫୌଜା ସିଂହ ଚିରନିଦ୍ରାରେ ଶୋଇ ପଡ଼ିଛନ୍ତି।

ବର୍ତ୍ତମାନ ଫୌଜା ସିଂହଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲର ଶବାଗାରରେ ରଖାଯାଇଛି। ତାଙ୍କ ପିଲାମାନେ ବିଦେଶରେ ରହୁଛନ୍ତି। ତେଣୁ ସେମାନେ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପଞ୍ଜାବ ରାଜ୍ୟପାଳ ଗୁଲା ଚାନ୍ଦ କଟରିଆ ସୋଶାଲ ମିଡିଆରେ ଫୌଜା ସିଂହଙ୍କ ଦେହାନ୍ତ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment

୧୧୪ ବର୍ଷ ବୟସରେ ମଧ୍ୟ ଫୌଜା ସିଂହ ବେଶ ଫିଟ ରହିଥିଲେ। ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ବୟସ ବୃଦ୍ଧି କେବେ ହେଲେ ଫୌଜା ସିଂହଙ୍କ ସାମ୍ନାରେ ବାଧକ ସାଜି ନଥିଲା। ଫୌଜା ସିଂହ ତାଙ୍କ ପୁଅ କୁଲଦୀପ ଓ ପତ୍ନୀଙ୍କୁ ହରାଇବା ପରେ ବେସାହାରା ହୋଇ ଯାଇଥିଲେ। ଏଥିପାଇଁ ସେ ଜୀବନ ଯିଇଁବାର ନୂଆ ଶୈଳୀ ଖୋଜିବା ଆରମ୍ଭ କରିଥିଲେ।

୮୯ ବର୍ଷ ବୟସରେ ସେ ଦୌଡ଼ିବାକୁ ବେଶ ଗୁରୁତ୍ୱର ସହ ନେଇଥିଲେ। ୨୦୦୦ ମସିହାରେ ସେ ପ୍ରଥମଥର ପାଇଁ ଲଣ୍ଡନରେ ଆୟୋଜିତ ମାରାଥନରେ ଭାଗ ନେଇଥିଲେ। ଲଣ୍ଡନ, ଟରୋଣ୍ଟୋ ଓ ନ୍ୟୁୟର୍କରେ ଆୟୋଜିତ ୪୨ କିମି ଦୂର ମାରାଥନରେ ସେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ। ଟରୋଣ୍ଟୋରେ ସେ ୪୨ କିମି ଦୂରତାକୁ ୫ ଘଣ୍ଟା, ୪୦ ମିନିଟ ଓ ୪ ସେକେଣ୍ଡ ସମୟରେ ଅତିକ୍ରମ କରିଥିଲେ। ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

୨୦୦୪ ଆନ୍ଥେସ ଗେମ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଧ୍ୱଜାବାହାଜ ସାଜିଥିଲେ। ଅନେକ ବର୍ଷ ତଳେ ସେ ଡାଭିଡ ବେକହାମ ଓ ମହମ୍ମଦ ଅଲୀଙ୍କ ଭଳି କ୍ରୀଡ଼ାବିତଙ୍କ ସହ ଗୋଟିଏ ବିଜ୍ଞାପନରେ ମଧ୍ୟ ନଜର ଆସିଥିଲେ।

fauja-singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe