Advertisment

ଅଲିମ୍ପିକ୍ସରେ ମ୍ୟାଚ୍ ହାରିଗଲେ, କିନ୍ତୁ କ୍ୟାମେରା ଆଗରେ କୋଚ୍ ଦେଲେ ବଡ଼ ସରପ୍ରାଇଜ୍

ନୂଆଦିଲ୍ଲୀ: ଅଲିମ୍ପିକ୍ସ କ୍ରୀଡ଼ାରେ ପରାଜୟ ଜଣେ ଆଥଲେଟଙ୍କୁ ନିଶ୍ଚିତ ବାଧିଥାଏ। ଏପରିକି ଏହି ପରାଜୟ ବର୍ଷ ବର୍ଷ ଧରି କଷ୍ଟ ଦେଇଥାଏ। କିନ୍ତୁ ଆର୍ଜେଣ୍ଟିନାର ଜଣେ ମହିଳା ଅଶିଚାଳକ (ଫେନ୍ସର)ଙ୍କ ପାଇଁ ଟୋକିଓ ଅଲିମ୍ପିକ୍ସରେ ହାରିବା ପରେ କିଛି ନିଆରା ଘଟିଛି। ମ୍ୟାଚ୍ ହାରିବା ପରେ ତାଙ୍କ କୋଚ୍ ତାଙ୍କୁ ପ୍ରପୋଜ୍ କରିଛନ୍ତି। ମହିଳା ଆଥଲେଟ୍‌ ଜଣକ ମଧ୍ୟ ହଁ ଭରିଛନ୍ତି ଏବଂ ତୁରନ୍ତ ତାଙ୍କ ମନରୁ ପରାଜୟର ଦୁଃଖ ଦୂର ହୋଇଯାଇଛି। ଏହି ଖେଳାଳି ଜଣକ […]

ଅଦ୍ୟତନ ହୋଇଛି
ଅଲିମ୍ପିକ୍ସରେ ମ୍ୟାଚ୍ ହାରିଗଲେ, କିନ୍ତୁ କ୍ୟାମେରା ଆଗରେ କୋଚ୍ ଦେଲେ ବଡ଼ ସରପ୍ରାଇଜ୍

Maria-Belen-Perez

Advertisment

ନୂଆଦିଲ୍ଲୀ: ଅଲିମ୍ପିକ୍ସ କ୍ରୀଡ଼ାରେ ପରାଜୟ ଜଣେ ଆଥଲେଟଙ୍କୁ ନିଶ୍ଚିତ ବାଧିଥାଏ। ଏପରିକି ଏହି ପରାଜୟ ବର୍ଷ ବର୍ଷ ଧରି କଷ୍ଟ ଦେଇଥାଏ। କିନ୍ତୁ ଆର୍ଜେଣ୍ଟିନାର ଜଣେ ମହିଳା ଅଶିଚାଳକ (ଫେନ୍ସର)ଙ୍କ ପାଇଁ ଟୋକିଓ ଅଲିମ୍ପିକ୍ସରେ ହାରିବା ପରେ କିଛି ନିଆରା ଘଟିଛି। ମ୍ୟାଚ୍ ହାରିବା ପରେ ତାଙ୍କ କୋଚ୍ ତାଙ୍କୁ ପ୍ରପୋଜ୍ କରିଛନ୍ତି। ମହିଳା ଆଥଲେଟ୍‌ ଜଣକ ମଧ୍ୟ ହଁ ଭରିଛନ୍ତି ଏବଂ ତୁରନ୍ତ ତାଙ୍କ ମନରୁ ପରାଜୟର ଦୁଃଖ ଦୂର ହୋଇଯାଇଛି। ଏହି ଖେଳାଳି ଜଣକ ହେଉଛନ୍ତି ଆର୍ଜେଣ୍ଟିନାର ମାରିଆ ବେଲେନ୍ ପେରେଜ ମୌରିସ୍। ତୃତୀୟଥର ଅଲିମ୍ପିକ୍ସରେ ଭାଗ ନେଇଥିବା ମାରିଆଙ୍କ ପାଇଁ ଜୁଲାଇ ୨୬ ତାରିଖର ଦିନକୁ ତାଙ୍କ କୋଚ୍ ସ୍ପେଶାଲ କରିଦେଇଛନ୍ତି।

Advertisment

ମାରିଆ ହଙ୍ଗେରୀର ଆନା ମାର୍ଟନଙ୍କ ବିରୋଧରେ ଖେଳାଯାଇଥିବା ମୁକାବିଲାରେ ୧୫-୧୨ରେ ପରାସ୍ତ ହୋଇଥିଲେ। ସେ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ମାରିଆ ସାମ୍ବାଦିକଙ୍କ ପ୍ରଶ୍ନରେ ନିରାଶ ହୋଇ ଜବାବ ଦେଉଥିଲେ। ଏହି ସମୟରେ ତାଙ୍କ କୋଚ୍ ଲୁକାସ ଗୁଲଲେର୍ମୋ ସୌସେଡୋ ହାତରେ ଲେଖା ହୋଇଥିବା ଏକ ପେପର୍ ଧରି ପଛରେ ଛିଡ଼ା ହୋଇଥିଲେ। ଏହି ପେପରରେ ଲେଖାଥିଲା, ତୁମେ ମୋତେ ବିବାହ କରିବ କି? ସେ ସ୍ପାନିଶ ଭାଷାରେ ନିଜ ପ୍ରସ୍ତାବ ଲେଖିଥିଲେ। ମାରିଆ ମଧ୍ୟ ତୁରନ୍ତ ହଁ କରିଦେଇଥିଲେ।

https://twitter.com/SbastienMlires1/status/1419650206606503945?s=20

ତେବେ ଏହା ପ୍ରଥମଥର ନୁହେଁ। ଏହା ପୂର୍ବରୁ ୨୦୧୦ରେ ମଧ୍ୟ ସୌସେଡୋ ମାରିଆଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ହେଲେ ସେତେବେଳେ ମାରିଆ ମନା କରିଦେଇଥିଲେ। ମାରିଆ କହିଥିଲେ ଯେ 'କ'ଣ ମୋ ସହ ମଜାକ କରୁଛ କି'? କିନ୍ତୁ ଏବେ ୧୧ ବର୍ଷ ପରେ ସେଭଳି କିଛି ଘଟିଲା ନାହିଁ ଏବଂ ମାରିଆ ଏଥର ବିବାହ ପାଇଁ ରାଜି ହୋଇଛନ୍ତି।

Advertisment

Argentina's Pérez Maurice loses Olympic fencing bout but gains fiancé | Tokyo Olympic Games 2020 | The Guardian

ମାରିଆ ଅସିଚାଳନାରେ ବିଶ୍ୱ ରାଙ୍କିଙ୍ଗରେ ୨୭ତମ ସ୍ଥାନରେ ଅଛନ୍ତି। ସେ ଏ ସମ୍ବନ୍ଧରେ କହିଛନ୍ତି, ମୁଁ ସବୁକିଛି ଭୁଲିଗଲି। ମୁଁ ବିବାହ ପାଇଁ ହଁ ଭରି ଦେଇଛି। ଅନ୍ୟପକ୍ଷରେ ସୌସେଡୋ କହିଛନ୍ତି ଯେ ସେ ଅଲିମ୍ପିକ୍ସରେ ପ୍ରପୋଜ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁକାବିଲା ହେଉଥିବା ଭେନ୍ୟୁରେ ଜଣେ ଅଲିମ୍ପିକ୍ସ ଭଲ୍ୟୁଣ୍ଟିୟର ଠାରୁ ପେପର ଓ ପେନ୍ ମାଗିଥିଲି। ଆଉ ଏହି ପେପରେ ମୁଁ ମୋ ପ୍ରପୋଜାଲ୍ ଲେଖିଥିଲି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe