ବେଲଜି୍ୟମକୁ ହରାଇ ହକି ଚାମ୍ପିୟନ ଟାଇଟଲ ବାଜି ମାରିଲା ଜର୍ମାନୀ  

ଏଥିସହ ଜର୍ମାନି ତୃତୀୟ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି।

FIH Hockey

  • Published: Sunday, 29 January 2023
  • , Updated: 29 January 2023, 10:00 PM IST

ଭୁବନେଶ୍ୱର: ବେଲଜି୍ୟମକୁ ହରାଇ ବାଜି ମାରିଛି ଜର୍ମାନୀ। ଜର୍ମାନୀ ହକି ବିଶ୍ୱକପ୍‌ ୨୦୨୩ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ୩-୩ ଗୋଲ୍‌ରେ ସୀମିତ ରହିଥିଲେ। ଫଳରେ ଫଳାଫଳ ପାଇଁ ସୁଟଆଉଟ ସହାୟତା ନିଆଯାଇଥିଲା।

ଏଥିରେ ଜର୍ମାନୀ ବାଜିମାରିଥିଲା। ଏଥିସହ ଜର୍ମାନି ତୃତୀୟ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ୱ ବିଜେତା ହୋଇଥିଲା। ନିୟମିତ ସମୟରେ ବେଲଜିୟମ ପ୍ରଥମ କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ୱାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା। ଏଥିରେ ଜର୍ମାନୀ ବାଜିମାରିଥିଲା।

Related story