ଆଇପିଏଲ ଫାଇନାଲ ଚୂଡାନ୍ତ । ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଶକ୍ତ ଝଟକା ।
ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନସ୍ । ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କ ଦମଦାର ଶତକୀୟ ଇନିଂସ ଗୁଜରାଟକୁ ବିଜୟ ଦେଇଛି। ଶୁଭମନଙ୍କ ବିସ୍ଫୋରକ ୧୨୯ ରନ ବଳରେ ମୁମ୍ବାଇ ଆଗରେ ୨୩୪ ରନର ଟାର୍ଗେଟ୍ ଦେଇଥିଲା ଗୁଜରାଟ ଟାଇଟାନ୍ସ ।
ଗୁଜରାଟର ସାଇ ସୁଦର୍ଶନ ଦ୍ୱିତୀୟ ସର୍ବାଧିକ ୪୩ ରନ କରିଥିଲେ । ତେବେ ଟାର୍ଗେଟର ପିଛା କରି ମାତ୍ର ୧୭୧ ରନରେ ଅଟକି ଯାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଗୁଜରାଟ ଟାଇଟାନସର ବୋଲର ମୋହିତ ଶର୍ମାଙ୍କ ବଲର ସାମନା କରିପାରିନଥିଲେ ମୁମ୍ବାଇର ନାମିଦାମି ଖେଳାଳି।
ମୋହିତ ୨ଓଭର ୨ଟି ବଲରୁ ୧୦ ରନ ଦେଇ ୫ଟି ୱିକେଟ ନେଇଥିଲେ। ମହମ୍ମଦ ସାମି ଓ ରାଶିଦ ଖାନଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ସେପଟେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନସର ଶୁଭକମ ଗିଲ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଂଗିଛନ୍ତି ।
ପ୍ଲେଅଫ୍ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟମ୍ୟାସ ହୋଇଛନ୍ତି ଶୁଭମନ ଗିଲ୍ । ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ୧୨୨ ରନ ସଂଗ୍ରହ କରିଥିଲେ ।
ଆସନ୍ତାକାଲି ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।