Sardar-Singh_ibnlive_380
ଲୁଧିଆନା: ଭାରତୀୟ ହକି ଦଳ ଅଧିନାୟକ ସର୍ଦ୍ଦାର ସିଂହଙ୍କ ନାମରେ ବୁଧବାର ଦୁଷ୍ମର୍ମ ଅଭିଯୋଗ ହୋଇଛି। ବ୍ରିଟିସର ପୂର୍ବତନ ୧୯ ବର୍ଷରୁ କମ୍ ହକି ଖେଳାଳି ଏହି ଅଭିଯୋଗ ଆଣିଛନ୍ତି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭରତ ଜନ୍ମିତ ଏହି ବ୍ରିଟିସ ଖେଳାଳି ଜଣଙ୍କୁ ସର୍ଦ୍ଦାର ସିଂହ ଅସଦାଚାରଣ କରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଲୁଧିଆନାର କୁମ କଳନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
ବ୍ରିଟିସ ଯୁବତୀଙ୍କ ଅଭିଯୋଗ ଅନୁଯାଇ ୨୦୧୨ ଲଣ୍ଡନ ଅଲମ୍ପିକରେ ସିଂହ ଅଧିନାୟକ ଥିବା ବେଳେ ସେ ତାଙ୍କୁ ସେଠାରେ ଭେଟିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପ୍ରତିଷ୍ଠା ହୋଇଥିଲା। ଏହାପରେ ସିଂହ ତାଙ୍କୁ ଗର୍ଭପାତ କରାଇବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଏହ ସହ ସର୍ଦ୍ଦାର ସିଂହ ଲଣ୍ଡନ ସ୍ଥିତ ଭାଇନୀ ସାହିବ ଗୁରୁଦ୍ୱାରକୁ ନେଇ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିବାକୁ ରାଜି ହୋଇ ନ ଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଏହି ମାମଲାର ତଦନ୍ତ କରିବା ପାଇଁ ଗଠିତ ହୋଇଥିବା ଏସଆଇଟିରେ ଏଡିସିପି ସତବୀର ସିଂହ ଅଟୱାଲ, ଏସିପି ପୁରେୱାଲ ଓ କୁମ୍ କଲାନ ଏସଏଚଓ ଏସ.ଏସ. ନଗ୍ରା ରହିଛନ୍ତି।
ସୂଚନାଯୋଗ୍ୟ, ସର୍ଦ୍ଦାର ସିଂହ ଏବେ ହକି ଇଣ୍ଡିଆ ଲିଗରେ ବ୍ୟସ୍ତ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/Sardar-Singh_ibnlive_380.jpg)