Advertisment

ମ୍ୟାଚ୍‌ ବେଳେ ମାରିଲା ବିଜୁଳି, ଚାଲିଗଲା ଫୁଟବଲରଙ୍କ ଜୀବନ: ଭିଡିଓ ଭାଇରାଲ୍‌

ଫୁଟବଲ ମ୍ୟାଚ ବେଳେ ମାରିଥିବା ବିଜୁଳିର ଭୟଙ୍କର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Footballer

Footballer

Advertisment

ଲାଇଭ ମ୍ୟାଚ୍‌ ବେଳେ ମାରିଛି ଭୟଙ୍କର ବିଜୁଳି। ମ୍ୟାଚ୍‌ ଚାଲିଥିବା ବେଳେ ସମସ୍ତେ ଏଥିରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍‌ ଆକାଶରୁ ଖସିଥିଲା ମୃତ୍ୟୁ। ବିଜୁଳି ମାଡ଼ ହେବାରୁ ପଡ଼ିଆ ମଝିରେ ହିଁ ଟଳି ପଡ଼ିଛନ୍ତି ଜଣେ ଫୁଟବଲ ଖେଳାଳି।

Advertisment

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ମାରିଥିବା ବିଜୁଳିର ଭୟଙ୍କର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏପରି ଘଟଣାରେ ପୂରା କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ଶନିବାର ୱେଷ୍ଟ ଜାଭାର ସିଲିୱାଙ୍ଗି ଷ୍ଟାଡିୟମରେ ଗୋଟିଏ ବନ୍ଧୁତାପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଚାଲିଥିଲା। ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥିଲା। ସମସ୍ତେ ମ୍ୟାଚ୍‌ରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ମାରିଥିଲା ବିଜୁଳି।

Advertisment

ଏହା ସିଧା ଆସି ପଡ଼ିଆରେ ମ୍ୟାଚ୍‌ ଖେଳୁଥିବା ସେପ୍ଟାଇନ ରାହାରଜାଙ୍କ ଉପରେ ପଡ଼ିଥିଲେ। ବିଜୁଳି ମାଡ଼ ହେବା କ୍ଷଣି ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ସାଥୀ ଖେଳାଳି ଓ ଆୟୋଜକମାନେ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଜୁଳି ମାରିବା ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଷ୍ଟାଣ୍ଡାର୍ଡ.କୋ.ୟୁକେରେ କୁହାଯାଇଛି ଯେ ସେପ୍ଟାଇନ ଏଫସି ବାନ୍ଦୁଙ୍ଗ ଓ ଏଫବିଆ ସୁବାଙ୍ଗ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଖେଳୁଥିଲା।

ତେବେ ସ୍ଥାନୀୟ ସମୟ ୪.୨୦ରେ ବିଜୁଳି ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ଇଣ୍ଡୋନେସିଆର ଏକାଧିକ ଟିମ ସେପ୍ଟାଇନଙ୍କ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି।

ପାଣିପାଗ ବିଭାଗ କହିଛି ଯେ ଷ୍ଟାଡିୟମ ଠାରୁ ମାତ୍ର ୩୦୦ ମିଟର ଉପରେ ବିଜୁଳି ମାରିଥିଲା। ତେଣୁ ଏହା ସିଧା ପଡ଼ିଆରେ ଖସିଥିଲା।

Football Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe