Advertisment

ନୂଆ କମିଟି ଗଠନ ପାଇଁ ପିଟି ଉଷାଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ରେସଲର୍‌

ଏବେ ଆନ୍ଦୋଳନରତ ରେସଲରମାନେ ପୂରା ଘଟଣାରେ ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ)ର ସହଯୋଗ ଲୋଡ଼ିଛନ୍ତି।

Wrestlers

Wrestlers

Advertisment

ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଷ୍ଟାର ରେସଲରମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନଙ୍କୁ ବୁଝାସୁଝା କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଚେଷ୍ଟା କରିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ଏବେ ଆନ୍ଦୋଳନରତ ରେସଲରମାନେ ପୂରା ଘଟଣାରେ ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ)ର ସହଯୋଗ ଲୋଡ଼ିଛନ୍ତି।

Advertisment

ଏଥିପାଇଁ ସେମାନେ ଆଇଓଏର ସଭାପତି ତଥା ଦୌଡ଼ରାଣୀ ପିଟି ଉଷାଙ୍କୁ ଚିଠି ଲେଖିଛନ୍ତି। ଆନ୍ଦୋଳନରତ ରେସଲରମାନେ ମୁଖ୍ୟତଃ ୪ଟି ଦାବି ରଖିଛି। ପ୍ରଥମତଃ ସେମାନେ କହିଛନ୍ତି ଯେ ରେସଲମାନେ କୁସ୍ତି ମହାସଂଘର ସଭାପତି ଓ କୋଚମାନଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ପାଇଁ ଆଇଓଏ ଗୋଟିଏ କମିଟି ଗଠନ କରୁ।

ଦ୍ୱିତୀୟରେ ସେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରିଛନ୍ତି। କୁସ୍ତି ମହାସଂଘକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଆଉ ଥରେ ଗଠନ କରିବାକୁ ସେମାନେ ୩ନଂ ପଏଣ୍ଟରେ ଦାବି କରିଛନ୍ତି। ରେସଲରଙ୍କ ପରାମର୍ଶକ୍ରମେ ନୂଆ କୁସ୍ତି ମହାସଂଘ ଚଳାଇବା ପାଇଁ ଗୋଟିଏ କମିଟି ଗଠନ କରିବାକୁ ସେମାନେ ୪ର୍ଥ ଦାବି ରଖିଛନ୍ତି।

Advertisment

ରେସଲରମାନେ ସାହାସ ଦେଖାଇ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଯଦି ସଭାପତିଙ୍କୁ ବରଖାସ୍ତ ନ କରାଯିବ, ତା’ହେଲେ ଧାରଣା ଦେଇଥିବା ସମସ୍ତ ଯୁବ ରେସଲରଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ। ଆମ ଆନ୍ଦୋଳନରେ କୌଣସି ପ୍ରକାରର ରାଜନୀତିକ କିମ୍ବା ଶଳ୍ପପତିଙ୍କ ସଂପୃକ୍ତି ନାହିଁ।

ଆମେ ବରିଷ୍ଠ ରେସଲରମାନେ ଯୁବ ପ୍ରତିଭାଙ୍କ ସୁରକ୍ଷା ଓ ଉତ୍ତମ ପରିବେଶ ପାଇଁ ଏପରି ଆନ୍ଦୋଳନ କରୁଛୁ। ସଭାପତି ବରଖାସ୍ତ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚିଠିରେ ଲେଖିଛନ୍ତି। ଏହି ଚିଠିରେ ୪ ଅଲିମ୍ପିୟାନ ଭିନେଶ ଫୋଗଟ, ସାକ୍ଷୀ ମଲିକ, ରବି କୁମାର ଦାହିୟା, ଦୀପକ ପୁନିଆ ଓ ବଜରଙ୍ଗ ପୁନିଆଙ୍କ ଦସ୍ତଖତ ରହିଛି।

ଅନ୍ୟପକ୍ଷରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ୧୮ ତାରିଖରୁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲରମାନଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। କୌଣସି ରାଜନୀତିକ ଦଳର ନେତା ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇ ନଥିବା ବେଳେ ଟ୍ୱିଟ କରି ସମର୍ଥନ ଦେଇଛନ୍ତି। ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂହ ମଧ୍ୟ ରେସଲରଙ୍କ ସମର୍ଥନରେ ଆଜି ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe