Advertisment

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା ଜଣାଶୁଣା ଭାଷ୍ୟକାର ଡିନ୍ ଜୋନ୍ସଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା। ଆଇପିଏଲର ତ୍ରୟୋଦଶ ସିଜିନରେ ଜୋନ୍ସ ଭାଷ୍ୟକାର ଭାବେ ଷ୍ଟାର୍ ସ୍ପୋର୍ଟସ ସହ ଚୁକ୍ତି କରି ଏହାର ମୁମ୍ବାଇ ଷ୍ଟୁଡିଓରେ କାର୍ଯ୍ୟ କରୁଥିଲେ। ଅଷ୍ଟ୍ରେଲିଆ ପାଇଁ ୫୨ ଟେଷ୍ଟ ଓ ୧୬୪ ଦିନିକିଆ ମ୍ୟାଚ୍ ଖେଳିଥିବା ଜୋନ୍ସ ଟେଷ୍ଟରେ ୧୧ ଶତକ ସହ ୩୬୩୧ ରନ୍ ଓ ଦିନିକିଆରେ ୬୦୬୩ ରନ୍ […]

author-image
Subrat Kumar Nayak
ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

Dean

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା ଜଣାଶୁଣା ଭାଷ୍ୟକାର ଡିନ୍ ଜୋନ୍ସଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା। ଆଇପିଏଲର ତ୍ରୟୋଦଶ ସିଜିନରେ ଜୋନ୍ସ ଭାଷ୍ୟକାର ଭାବେ ଷ୍ଟାର୍ ସ୍ପୋର୍ଟସ ସହ ଚୁକ୍ତି କରି ଏହାର ମୁମ୍ବାଇ ଷ୍ଟୁଡିଓରେ କାର୍ଯ୍ୟ କରୁଥିଲେ।

Advertisment

ଅଷ୍ଟ୍ରେଲିଆ ପାଇଁ ୫୨ ଟେଷ୍ଟ ଓ ୧୬୪ ଦିନିକିଆ ମ୍ୟାଚ୍ ଖେଳିଥିବା ଜୋନ୍ସ ଟେଷ୍ଟରେ ୧୧ ଶତକ ସହ ୩୬୩୧ ରନ୍ ଓ ଦିନିକିଆରେ ୬୦୬୩ ରନ୍ କରିଥିଲେ। ୧୯୮୬ରେ ଟାଇ ହୋଇଥିବା ଚର୍ଚ୍ଚିତ ମାଡ୍ରାସ ଟେଷ୍ଟରେ ଜୋନ୍ସ ପ୍ରବଳ ଗରମ ସତ୍ତ୍ୱେ ୨୧୦ ରନର ପାଳି ଖେଳି ନିଜ ଲଢୁଆ ମନୋବୃତ୍ତିର ପରିଚୟ ଦେଇଥିଲେ। କ୍ଲାନ୍ତି ଓ ପଡ଼ିଆରେ ବାନ୍ତି କରିବା ସତ୍ତ୍ୱେ ଜୋନ୍ସ ବ୍ୟାଟିଂ ଜାରି ରଖିଥିଲେ ଏବଂ ଏଥିପାଇଁ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ସାବାସି ମିଳିଥିଲା।

ଦିନିକିଆ କ୍ରିକେଟର ବିଶେଷଜ୍ଞ ଭାବେ ଏକଦା ପରିଚିତ ଥିବା ଜୋନ୍ସ ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରରେ କ୍ରିକେଟର ବିକାଶରେ ପ୍ରମୁଖ ଭୂମିକା ନେଇଥିଲେ। ଜୋନ୍ସଙ୍କ ପରଲୋକ ସମ୍ପର୍କରେ ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ହାଇକମିଶନଙ୍କୁ ଜଣାଇ ଦିଆଯାଇଛି ବୋଲି ଷ୍ଟାର୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Advertisment