Advertisment

୪ଜଣଙ୍କୁ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର; ତାଲିକାରେ ନାହାନ୍ତି ଜଣେ ବି କ୍ରିକେଟର

ଡି. ଗୁକେଶ, ମନୁ ଭାକର, ହରମନପ୍ରୀତି ସିଂହ ଓ ପ୍ରବୀଣ କୁମାରଙ୍କୁ ମିଳିବ ଖେଳରତ୍ନ ପୁରସ୍କାର। ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର। ତାଲିକାରେ ନାହିଁ କୌଣସି କ୍ରିକେଟରଙ୍କ ନାଁ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
D Gukesh and Manu Bhaker

D Gukesh and Manu Bhaker

ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତି ସିଂହ ଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ଖେଳରତ୍ନ ପୁରସ୍କାର ଦେଇ ସମ୍ମାନିତ କରାଯିବ।

Advertisment

ବର୍ଷ ୨୦୨୪ରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ୪ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର ଦିଆଯିବ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ଏହି ୪ ଖେଳାଳି। ଏନେଇ ଗୁରୁବାର ‌କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଏଥର ଖେଳରତ୍ନ ବା ଅର୍ଜୁନ ପୁରସ୍କାର ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ କୌଣସି କ୍ରିକେଟରଙ୍କ ନାଁ ନାହିଁ।

ଏନେଇ କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିଶ ଓ ଯାଞ୍ଚ ପରେ ସରକାର ଏହି କ୍ରୀଡ଼ାବିତ, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯୋଗ୍ୟ ୨୦୨୪ ପାଇଁ ଖେଳରତ୍ନ ସହିତ ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ମଧ୍ୟ ତିନୋଟି ବିଶ୍ୱବିଦ୍ୟାଳୟ ନାଁ ଘୋଷଣା କରାଯାଇଛି।

Advertisment

ଉଲ୍ଲେଖ ଯୋଗ୍ୟ, ନିକଟରେ ମନୁ ଭାକର ସମ୍ମାନଜନକ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ତାଲିକାରୁ ବାଦ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ବେଶ ବିବାଦ ଉପୁଜିଥିଲା। ଶୁଟର ମନୁଙ୍କ ପିତା ରାମ କିଶନ ଓ ପ୍ରଶିକ୍ଷକ ଜସପାଲ ରାଣା ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସମାଲୋଚନା କରିଥିଲେ। ମନୁଙ୍କ ପିତା ରାମ କିଶନ ଭାକର କହିଥିଲେ ଯେ ତାଙ୍କ ଝିଅକୁ ସୁଟର ବଦଳରେ କ୍ରିକେଟର କରାଇବାର ଥିଲା। ଅନ୍ୟପଟେ ମନୁ ଭାକର ଏଥିପାଇଁ କରିଥିବା ଆବେଦନରେ କିଛି ତ୍ରୁଟି ରହିଯାଇଥିବ କହି ବିବାଦରେ ତାଳି ପକାଇବାକୁ ଚେଷ୍ଟା କରିଥିଲେ।

Major Dhyan Chand Khel Ratna Sports Ministry Arjuna Award D Gukesh Harmanpreet Singh Manu Bhaker Praveen Kumar