Advertisment

ଘୁଞ୍ଚିଲା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍

ପ୍ୟାରିସ୍‌: କରୋନା ଭାଇରସର ପ୍ରଭାବ ୧୫୦ରୁ ଅଧିକ ଦେଶରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଫ୍ରେଞ୍ଚ୍ ଓପନକୁ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଫ୍ରେଞ୍ଚ୍ ଟେନିସ୍ ଫେଡେରେସନ୍ ନିଷ୍ପତ୍ତି ନେଇଛି। ଫ୍ରେଞ୍ଚ୍ ଓପନ୍ ଚଳିତ ବର୍ଷ ମେ’ ୨୪ରୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏବେ ଏହି ଓପନ୍ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ […]

author-image
Ranjit Kumar Jena
ଘୁଞ୍ଚିଲା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍

french

ପ୍ୟାରିସ୍‌: କରୋନା ଭାଇରସର ପ୍ରଭାବ ୧୫୦ରୁ ଅଧିକ ଦେଶରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଫ୍ରେଞ୍ଚ୍ ଓପନକୁ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଫ୍ରେଞ୍ଚ୍ ଟେନିସ୍ ଫେଡେରେସନ୍ ନିଷ୍ପତ୍ତି ନେଇଛି। ଫ୍ରେଞ୍ଚ୍ ଓପନ୍ ଚଳିତ ବର୍ଷ ମେ' ୨୪ରୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏବେ ଏହି ଓପନ୍ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

Advertisment

ବର୍ତ୍ତମାନ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ସ୍ଥିତି ଗୁରୁତର ରହିଛି। ଫ୍ରେଞ୍ଚ ଟେନିସ୍ ଫେଡେରେସନ୍ ପକ୍ଷରୁ କୁହାଯାଇଛି ଯେ ଏଭଳି ସ୍ଥିତିରେ ମେ' ମାସରେ ଫ୍ରେଞ୍ଚ୍ ଓପନ୍ କରାଇବା ଅସମ୍ଭବ। ଆମ ପାଖରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଟାଳିବା ଛଡ଼ା ଆଉ କୌଣସି ବିକଳ୍ପ ନଥିଲା।

ଏ ନେଇ ଏଫଏଫଟି ପକ୍ଷରୁ କୁହାଯାଇଛି ଯେ ଏହା କଠିନ, କିନ୍ତୁ ସାହସିକ ନିଷ୍ପତ୍ତି। ଗତ ସପ୍ତାହେ ହେବ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଆମେ ସମସ୍ତଙ୍କୁ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। ଟୁର୍ଣ୍ଣାମେଣ୍ଟ ପାଇଁ ଯେଉଁ ସବୁ ଟିକେଟ୍ ବିକ୍ରି ହୋଇଛି, ସେସବୁର ଅର୍ଥ ଦର୍ଶକଙ୍କୁ ଫେରସ୍ତ ହେବ।

Advertisment