ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନ୍ଙ୍କ ମଜାଦାର ହିଟ୍ ୱିକେଟ୍ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍
ମେଲବର୍ଣ୍ଣ: କ୍ରିକେଟ୍ ଇତିହାସରେ ଜଣେ ବ୍ୟାଟସ୍ମ୍ୟାନ୍ ହିଟ୍ୱିକେଟ୍ ହେବା କିଛି ନୂଆ କଥା ନୁହେଁ। ବେଳେବେଳେ ଜଣେ ବ୍ୟାଟସ୍ମ୍ୟାନ୍ ବ୍ୟାଟିଂ କରୁଥିବା ସମୟରେ ଭୁଲ୍ରେ ୱିକେଟ୍କୁ ନିଜ ବ୍ୟାଟ୍ କିମ୍ବା ଗୋଡ଼ରେ ଛୁଇଁଲେ, ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥାଏ।
ତେବେ ଅଭ୍ୟାସ୍ ମ୍ୟାଚ୍ ବେଳେ ଅଷ୍ଟ୍ରେଲିଆର ବ୍ୟାଟସ୍ମ୍ୟାନ୍ ଜେକ୍ ୱେଦରଲ୍ୟାଣ୍ଡ ଯେଉଁଭଳି ହିଟ୍ ୱିକେଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି, ତା’ର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଏନ୍ପିଏସ୍ ଓ ଭିକ୍ଟୋରିଆ ମଧ୍ୟରେ ଚାଲିଥିବା ଏକ ମ୍ୟାଚ୍ରେ ଜେକ୍ ବଲ୍ଟିକୁ ଫ୍ରଣ୍ଟ୍ ଫୁଟ୍ରେ ଡ୍ରାଇଭ୍ କରିବାକୁ ଚାହୁଁଥିଲେ। କିନ୍ତୁ ବଲ୍ଟି ବ୍ୟାଟ୍ର ଧାରରେ ବାଜି ତାଙ୍କ ପ୍ୟାଡ୍ରେ ମାଡ଼ ହୋଇଥିଲା।
କିନ୍ତୁ ଏହି ବାମହାତୀ ବ୍ୟାଟସ୍ମ୍ୟାନ୍ ଜଣଙ୍କ ନିଜ ବ୍ୟାଟ୍ର ଗ୍ରିପ୍ ସମ୍ଭାଳି ପାରି ନଥିଲେ। ବ୍ୟାଟ୍ଟି ତାଙ୍କ ହାତରୁ ଖସି ତାଙ୍କ ମୁଣ୍ଡ ଉପର ଦେଇ ସିଧା ବାମ ୱିକେଟ୍ ଉପରେ ଖସି ପଡ଼ିଥିଲା। ଏହା ଦ୍ୱାରା ୱିକେଟ୍ର ବେଲ୍ଟି ଖସି ପଡ଼ିଥିଲା ଏବଂ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ।
ଏହି ପୂରା ଦୃଶ୍ୟକୁ ଅଷ୍ଟ୍ରେଲିଆ କ୍ରିକେଟ୍ ପକ୍ଷରୁ ଟ୍ୱିଟର୍ରେ ଛଡ଼ା ଯାଇଛି। ଆଉଟ୍ ହେବା ପରେ ଜେକ ଆଶ୍ଚର୍ଯ୍ୟ ଚକିତ ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଟ୍ୱିଟର୍ରେ ଫ୍ୟାନ୍ମାନେ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।
Oh dear… Have a look at Jake Weatherald's bizarre dismissal in yesterday's practice match between the NPS and Victoria ??♂️ pic.twitter.com/9SujCT64gz
— cricket.com.au (@CricketAus) September 4, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।