Advertisment

ଆରଟିଆଇ ପରିସରଭୁକ୍ତ ହେଲା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍

କଟକ (ଓଡ଼ିଶା ରିପୋର୍ଟର): ଏଣିକି ଆରଟିଆଇ ପରିସରଭୁକ୍ତ ହେବ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)। ୨୦୦୫ ଆରଟିଆଇ ଆକ୍ଟର ଧାରା 2(h) ଅନୁଯାୟୀ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ ସୂଚନା କମିଶନ ପବ୍ଲିକ୍ ଅଥରିଟି (ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନ) ଭାବେ ଘୋଷଣା କରିଛନ୍ତି। ଅଲିମ୍ପିକ୍ ଆସୋସିଏସନକୁ ଆରଟିଆଇ ପରିସରଭୁକ୍ତ କରିବା ପାଇଁ ୨୦୧୫ରେ ବିଶ୍ୱଜିତ ମହାନ୍ତି କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଦୀର୍ଘ ୫ ବର୍ଷର ଲମ୍ବା ଶୁଣାଶି ପରେ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଓଏ ପକ୍ଷରୁ […]

ଆରଟିଆଇ ପରିସରଭୁକ୍ତ ହେଲା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍

ooa

Advertisment

କଟକ (ଓଡ଼ିଶା ରିପୋର୍ଟର): ଏଣିକି ଆରଟିଆଇ ପରିସରଭୁକ୍ତ ହେବ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)। ୨୦୦୫ ଆରଟିଆଇ ଆକ୍ଟର ଧାରା 2(h) ଅନୁଯାୟୀ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ ସୂଚନା କମିଶନ ପବ୍ଲିକ୍ ଅଥରିଟି (ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନ) ଭାବେ ଘୋଷଣା କରିଛନ୍ତି। ଅଲିମ୍ପିକ୍ ଆସୋସିଏସନକୁ ଆରଟିଆଇ ପରିସରଭୁକ୍ତ କରିବା ପାଇଁ ୨୦୧୫ରେ ବିଶ୍ୱଜିତ ମହାନ୍ତି କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଦୀର୍ଘ ୫ ବର୍ଷର ଲମ୍ବା ଶୁଣାଶି ପରେ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଓଓଏ ପକ୍ଷରୁ କୁହାଯାଇଥିଲା ଯେ ଆମ ଆସୋସିଏସନ୍ ଏକ ଘରୋଇ ସଂସ୍ଥା, ତେଣୁ ଏହା ଆରଟିଆଇ ପରିସରଭୁକ୍ତ ହୋଇପାରିବ ନାହିଁ। ତେବେ ଆବେଦନକାରୀ ବିଶ୍ୱଜିତ ମହାନ୍ତି ଏମିତି କିଛି ତଥ୍ୟ ଉପସ୍ଥାପନ କରିଥିଲେ ଯେ ଆସୋସିଏସନର ଦାବିକୁ ଭୁଲ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ଏଥିପାଇଁ ସୂଚନା କମିଶନ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଆସୋସିଏନସର ସ୍ଥିତାବସ୍ଥା ଯାଞ୍ଚ କରିବା ପାଇଁ କହିଥିଲେ।

ଯାଞ୍ଚ ବେଳେ ବିଶ୍ୱଜିତ୍ ମହାନ୍ତିଙ୍କ ଆବେଦନରେ ଯଥାର୍ଥତା ଥିବା ଅଭିଯୋଗରେ ଜଣାପଡ଼ିଥିଲା। ଏହି ଯାଞ୍ଚ ରିପୋର୍ଟ ଆଧାରରେ ଏଣିକି ଅଲିମ୍ପିକ୍ ଆସୋସିଏସନ୍ ଆରଟିଆଇ ପରିସରଭୁକ୍ତ ହେବ ବୋଲି ସୂଚନା କମିଶନ ରାୟ ଦେଇଛନ୍ତି। ଏହାର ଅର୍ଥ ସାଧାରଣ ନାଗରିକମାନେ ଓଓଏର ସମସ୍ତ ସୂଚନା, ରେକର୍ଡ ଓ ଡକ୍ୟୁମେଣ୍ଟକୁ ଆରଟିଆଇ ମାଧ୍ୟମରେ ଜାଣିପାରିବେ। ଏଥିସହ ଆସୋସିଏସନ୍ କେତେ ସ୍ୱଚ୍ଛତା ସହ କାମ କରୁଛି, ତାହା ମଧ୍ୟ ଜଣାପଡ଼ିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe