/odisha-reporter/media/post_attachments/uploads/2019/05/gambhir.jpg)
gambhir
କରାଚି: ପାକିସ୍ତାନର କରାଚିରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଯାଇଥିବା ଶ୍ରୀଲଙ୍କା ଟିମ୍ର ସୁରକ୍ଷାର ମାତ୍ରା ଏମିତି ଯେ ଏବେ ଏହା ଇଣ୍ଟରନେଟ୍ରେ ଚର୍ଚ୍ଚିତ ପାଲଟିଛି। ଏହି ଭିଡିଓକୁ ଶେୟାର କରି ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏକ ମଜାଦାର ଟ୍ୱିଟ୍ କରିଛନ୍ତି। ଏହି ଭିଡିଓଟି ଏକ କାର ଭିତରୁ ଜଣେ କେହି ପାକିସ୍ତାନ ନାଗରିକ ପ୍ରଥମେ ଅପ୍ଲୋଡ୍ କରିଥିଲେ।
https://twitter.com/GautamGambhir/status/1178724067873918977
ଏଥିରେ ଗାଡ଼ି ସଂଖ୍ୟା ଦେଖିଲେ ଯେକେହି ମୁଣ୍ଡରେ ହାତ ଦେବ। କାରଣ ଗୋଟିଏ ପରେ ଗୋଟିଏ ଗାଡ଼ି ଗଣିଲେ ଆପଣଙ୍କୁ ଲାଗିବନି ଯେ ଏହା କରାଚି ପରି ସହରର କୌଣସି ଦୃଶ୍ୟ। ସତେ ଯେପରି କିଛି ସମୟ ଆଗରୁ ଆତଙ୍କବାଦୀ ହମ୍ଲା ହୋଇଥିବା ଭଳି ଗଣ୍ଡ ଗଣ୍ଡା ଗାଡ଼ି ଏହି ଭିଡିଓରେ ଦେଖିବାକୁ ମିଳୁଛି।
ଗମ୍ଭୀର ଏହି ଭିଡିଓ ଅପ୍ଲୋଡ୍ କରି ଲେଖିଥିଲେ, “ଏତେ କଶ୍ମୀର କଶ୍ମୀର ହେଲ ଯେ କରାଚିକୁ ଭୁଲିଗଲ।” ସେ କହିବାକୁ ଚାହିଁଛନ୍ତି କଶ୍ମୀର ବାବଦରେ ଚିନ୍ତା କରୁଥିବା ଇମ୍ରାନ୍ ଖାନ୍ଙ୍କ ସରକାର କରାଚିରେ ସୁରକ୍ଷା ନେଇ କେତେ ଭୟଭୀତ ତାହା ଏହି ଭିଡିଓରେ ସ୍ପଷ୍ଟ। ଏହି ଦିନ ମୋଟ ୨୦ଟି ଗାଡ଼ି ପଛକୁ ପଛ ଯାଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
