Advertisment

ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସୱେଲ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ଗତମାସରେ ମ୍ୟାକ୍ସୱେଲ୍ ଭାରତୀୟ ବଂଶୋଦ୍ଭବ ଗାର୍ଲଫ୍ରେଣ୍ଡ୍ ବିନି ରମଣଙ୍କ ସହ ନିର୍ବନ୍ଧ କରିଥିଲେ। ଏବେ ଏହି ଯୋଡ଼ି ଭାରତୀୟ ପରମ୍ପରା ଅନୁଯାୟୀ ପୁଣିଥରେ ନିର୍ବନ୍ଦ କରିଛନ୍ତି। ସୋଶାଲ ମିଡିଆରେ ଦୁହିଁଙ୍କର ନିର୍ବନ୍ଧର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଥିବା ମ୍ୟାକ୍ସୱେଲ୍ ଓ ବିନି ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍ କରିଆସୁଛନ୍ତି। ଏବେ […]

ଅଦ୍ୟତନ ହୋଇଛି
ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସୱେଲ୍‌

maxwell

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ଗତମାସରେ ମ୍ୟାକ୍ସୱେଲ୍ ଭାରତୀୟ ବଂଶୋଦ୍ଭବ ଗାର୍ଲଫ୍ରେଣ୍ଡ୍ ବିନି ରମଣଙ୍କ ସହ ନିର୍ବନ୍ଧ କରିଥିଲେ। ଏବେ ଏହି ଯୋଡ଼ି ଭାରତୀୟ ପରମ୍ପରା ଅନୁଯାୟୀ ପୁଣିଥରେ ନିର୍ବନ୍ଦ କରିଛନ୍ତି।

Advertisment

ସୋଶାଲ ମିଡିଆରେ ଦୁହିଁଙ୍କର ନିର୍ବନ୍ଧର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଥିବା ମ୍ୟାକ୍ସୱେଲ୍ ଓ ବିନି ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍ କରିଆସୁଛନ୍ତି। ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାକ୍ସୱେଲ୍ ଓ ବିନି ଏଥର ବୈଦିକ-ରୀତିକାନ୍ତିରେ ନିଜର ନିର୍ବନ୍ଧ ସମ୍ପନ୍ନ କରିଛନ୍ତି। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋରେ ଦୁହେଁ ଜୟମାଳ ପକାଇଛନ୍ତି।

Advertisment


ବିନି ଭାରତୀୟ ପରମ୍ପରା ଅନୁଯାୟୀ ଲେହେଙ୍ଗା ପରିଧାନ କରିଥିବା ବେଳେ ମ୍ୟାକ୍ସୱେଲ୍ ମଧ୍ୟ ଶେରୱାନୀ ପିନ୍ଧିଛନ୍ତି। ଖୋଦ୍ ବିନି ଏହି କାର୍ଯ୍ୟକ୍ରମର ଏକ ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର୍ କରିଛନ୍ତି। ବିନି ଏହି ଫଟୋରେ କ୍ୟାପସନରେ ଲେଖିଛନ୍ତି, ଆମେ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛୁ ଏବଂ ମ୍ୟାକ୍ସୱେଲଙ୍କୁ ନିଜ ବିବାହର ଏକ ଛୋଟିଆ ଝଲକ ମଧ୍ୟ ଦେଇଛୁ। ଉଭୟ ପରିବାରଙ୍କୁ ଏବଂ ବନ୍ଧୁ ପରିଜନଙ୍କୁ, ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ। ସୂଚନାଯୋଗ୍ୟ, ମ୍ୟାକ୍ସୱେଲଙ୍କ ଭାବିପତ୍ନୀ ମେଲବର୍ଣ୍ଣରେ ଜଣେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe