Advertisment

ଅନୁ ଜିତିଲେ ସ୍ୱର୍ଣ୍ଣ, ତେଜସ୍ୱୀନ ଶଙ୍କରଙ୍କୁ ‘ରେକର୍ଡ’ ରୌପ୍ୟ

ଭାରତ ପାଇଁ ମହିଳା ଜାଭେଲିନରେ ସ୍ୱର୍ଣ୍ଣ ଜିତିଛନ୍ତି ଅନୁ ରାଣୀ।

ଅଦ୍ୟତନ ହୋଇଛି
Annu

Annu

Advertisment

ଏସିଆନ ଗେମ୍ସର ଦୌଡ଼କୁଦରେ ଭାରତକୁ ପୁଣି ଗୋଟିଏ ପଦକ ମିଳିଛି। ଭାରତ ପାଇଁ ମହିଳା ଜାଭେଲିନରେ ସ୍ୱର୍ଣ୍ଣ ଜିତିଛନ୍ତି ଅନୁ ରାଣୀ। ସେ ୬୨.୯୨ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଅନୁ ରାଣୀ ଆଜି ଆରମ୍ଭରୁ ଠିକଠାକ ପ୍ରଦର୍ଶନ କରିଥିଲେ।

Advertisment

ସେ ତୃତୀୟ ପ୍ରୟାସ ଯାଏ ୬୧.୨୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଲିଡ୍‌ରେ ରହିଥିଲେ। ତଥାପି ସେ ୪ର୍ଥ ଉଦ୍ୟମରେ ୬୨.୯୨ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଏହାପରେ ସେ ଆଉ ଦୁଇ ଥର ଜାଭେଲିନ ପିଙ୍ଗି ଥିଲେ ମଧ୍ୟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୨.୯୨ ମିଟର ରହିଥିଲା। ଫଳରେ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। 

ଅନ୍ୟପକ୍ଷରେ ପୁରୁଷ ଡେକାଲଥନରେ ଭାରତର ତେଜସ୍ୱୀନ ଶଙ୍କର ରେକର୍ଡ ରୌପ୍ୟ ପଦକ ଜତିଛନ୍ତି। ସେ ମୋଟ ୭୬୬୬ ପଏଣ୍ଟ ହାସଲ କରି ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି। ପୂର୍ବରୁ ଡେକାଲଥନରେ ଜାତୀୟ ରେକର୍ଡ ଥିଲା ୭୬୫୮। ୨୦୧୧ରେ ଭରତିନ୍ଦର ସିଂହ ଏହି ରେକର୍ଡ କରିଥିଲେ।

Advertisment

ଏବେ ଏହାକୁ ଭାଙ୍ଗି ତେଜସ୍ୱୀନ ଭାରତ ପାଇଁ ରୁପା ପଦକ ହାତେଇଛନ୍ତି। ତେବେ ସେ ସୁନା ପଦକ ଜିତି ଥିବା ଖେଳାଳିଙ୍କ ଠାରୁ ୧୫୦ ପଏଣ୍ଟ ପଛରେ ରହି ଯାଇଛନ୍ତି। 

ଦୁଇ ଦିନ ଧରି ଚାଲିଥିବା ଏହି ଡେକାଲଥନ ପ୍ରତିଯୋଗିତା ଆରମ୍ଭରୁ ତେଜସ୍ୱୀନ ନିଜର ଦବାଦବା ଦେଖାଇଥିଲେ। କିନ୍ତୁ ଦ୍ୱିତୀୟ ଦିନରେ ସେ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ତଥାପି ସେ ରୌପ୍ୟ ପଦକ ଜିତିଛିନ୍ତି। ଏକାଧିକ କ୍ରୀଡ଼ା ଇଭେଣ୍ଟକୁ ନେଇ ଡେକାଲଥନ ପ୍ରତିଯୋଗୀତା ହୋଇଥାଏ। ବିଭିନ୍ନ ଇଭେଣ୍ଟରେ ଜଣେ କ୍ରୀଡ଼ାବିତ ଭାଗ ନିଅନ୍ତି। ଏହାପରେ ସେ ସବୁ ଖେଳ ଶେଷ ହେବା ପରେ କେତେ ପଏଣ୍ଟ ପାଇଛନ୍ତି, ସେହି ଆଧାରରେ ରେଜଲ୍ଟ ଘୋଷଣା କରାଯାଏ।

ଭାରତର ତେଜସ୍ୱୀନ ଉଚ୍ଚ ଡିଆ, ଲମ୍ବ ଡିଆଁ ଓ ୪୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ଡିସକସ ଥ୍ରୋରେ ସେ ତୃତୀୟ ସ୍ଥାନ, ୧୦୦ ମିଟର ଦୌଡ଼ରେ ୪ର୍ଥ ସ୍ଥାନ, ୧୫୦୦ ମିଟରରେ ୪ର୍ଥ ସ୍ଥାନ, ଜାଭେଲିନ ଥ୍ରୋରେ ୫ମ ସ୍ଥାନ, ଶଟପୁଟରେ ୫ମ ସ୍ଥାନ, ୧୦୦ ମିଟର ହଡଲ୍ସରେ ୫ମ ସ୍ଥାନ ଓ ପୋଲ ଭଲ୍ଟରେ ୬ଷ୍ଠ ସ୍ଥାନରେ ରହିଥିଲେ। ଏହି ସବୁ ପ୍ରତିଯୋଗିତା ପରେ ତାଙ୍କୁ ମୋଟ ୭୬୬୬ ପଏଣ୍ଟ ମିଳିଛି। ଏଥିସହ ତେଜସ୍ୱୀନ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

ଏହାପୂର୍ବରୁ ୫୦୦୦ ମିଟିର ଦୌଡ଼ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା ପାରୁଲ ଚୌଧୁରୀ। ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଟାର୍ଗେଟକୁ ଅତିକ୍ରମ କରି ଏପରି କୀର୍ତ୍ତିମାନ ହାସଲ କରିଥିଲେ। ଚଳିତ ଏସିଆ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ ଥିଲା। କାରଣ ସୋମବାର ଷ୍ଟିପଲଚେଜ୍‌ର ୩୦୦୦ ମିଟର ରେସ୍‌ରେ ସେ ରୌପ ପଦକ ଜିତିଥିଲେ। 

ଏହାବାଦ ୪୦୦ ମିଟର ମହିଳା ହଡଲ୍ସରେ ଭାରତର ବିଥ୍ୟା ରାମରାଜ ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ସେ ୫୫.୬୮ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଏପରି ସଫଳତା ହାସଲ କରିଥିଲେ।  

ପ୍ରବୀଣ ଚିତ୍ରବେଲ ଟ୍ରିପଲ ଜମ୍ପରେ ମଧ୍ୟ ଦେଶ ପାଇଁ ପଦକ ଜିତିଛନ୍ତି। ସେ ୧୬.୬୮ ମିଟରକୁ ଡିଆଁ ମାରି ବ୍ରୋଞ୍ଜ ପଦକ ହାତେଇଛନ୍ତି। ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦ କବଜା କରିଛନ୍ତି। 

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe