Advertisment

୪ ଗୁଣା ୪୦୦ରେ ଇତିହାସ ରଚିଲା ଭାରତ: ପୁରୁଷ ଜିତିଲେ ସ୍ୱର୍ଣ୍ଣ, ମହିଳାଙ୍କୁ ରୌପ୍ୟ

୨୦୦୨ ମସିହା ଏସିଆନ ଗେମ୍ସରୁ ଭାରତୀୟ ମହିଳା ଟିମ ସବୁବେଳେ ୪ ଗୁଣା ୪୦୦ ରିଲେରେ ସ୍ୱର୍ଣ୍ଣ ଜିତି ଆସୁଥିଲା। କିନ୍ତୁ ଏଥର ଦଳକୁ ରୌପ୍ୟ ପଦକ ମିଳିଛି।

ଅଦ୍ୟତନ ହୋଇଛି
Asian Games

Asian Games

Advertisment

ଏସିଆ ଗେମ୍ସର ଦୌଡ଼କୁଦ ଇଭେଣ୍ଟରେ ଭାରତର ପଦକ ବର୍ଷା ଜାରି ରହିଛି। ଜାଭେଲିନ ଠାରୁ ଆରମ୍ଭ କରି ବିଭିନ୍ନ ଟ୍ରାକ୍‌ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପଦକ ପରେ ପଦକ ଜିତି ଚାଲିଛନ୍ତି। ଏହିକ୍ରମରେ ୪ ଗୁଣା ୪୦୦ ମିଟର ରିଲେରେ ଭାରତ ଇତିହାସ ରହିଛି। ଭାରତୀୟ ପୁରୁଷ ଟିମ ୧୯୬୨ ପରେ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଟିମକୁ ରୌପ୍ୟ ପଦକ ମିଳିଛି।

Advertisment

ପ୍ରଥମେ ମହିଳା ଟିମର ୪ ଗୁଣା ୪୦୦ ମିଟର ଫାଇନାଲ ହୋଇଥିଲା। ଏହି ଟିମରେ ଐଶ୍ୱର୍ଯ୍ୟା ମିଶ୍ରା, ଶୁଭା ଭେଙ୍କଟସନ, ପ୍ରାଚୀ ଓ ବିଥ୍ୟା ରାମରାଜ ରହିଥିଲେ। ଏମାନେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ସେମାନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

୨୦୦୨ ମସିହା ଏସିଆନ ଗେମ୍ସରୁ ଭାରତୀୟ ମହିଳା ଟିମ ସବୁବେଳେ ୪ ଗୁଣା ୪୦୦ ରିଲେରେ ସ୍ୱର୍ଣ୍ଣ ଜିତି ଆସୁଥିଲା। କିନ୍ତୁ ଏଥର ଦଳକୁ ରୌପ୍ୟ ପଦକ ମିଳିଛି।

Advertisment

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଟିମ ୪ ଗୁଣା ୪୦୦ ମିଟର ରିଲେରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଏହି ଟିମରେ ମହମ୍ମଦ ଆନସ, ଅଜମଲ, ଜ୍ୟାକବ ଓ ରାଜେଶ ରମେଶ ରହିଥିଲେ। ଭାରତୀୟ ଟିମ ଧାର୍ଯ୍ୟ ଟାର୍ଗେଟକୁ ୩ ମିନିଟ ୧ ସେକେଣ୍ଡ ଓ ୫୮ ମାଇକ୍ରୋ ସେକେଣ୍ତରେ ଅତିକ୍ରମ କରି ଏପରି ସଫଳତା ପାଇଛି। ଦ୍ୱିତୀୟ ସ୍ଥାନରେ କତାର ରହିଥିବା ବେଳେ ଶ୍ରୀଲଙ୍କାକୁ ବ୍ରୋଞ୍ଜ ପଦକ ମିଳିଛି।

Asianମହିଳା ରିଲେ ଟିମ

ଭାରତୀୟ ପୁରୁଷ ଟିମ ସ୍ୱର୍ଣ୍ଣ ଜିତିବା ପରେ ଜାଭେଲିନରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିବା ନୀରଜ ଚୋପ୍ରା ଏବଂ କିଶୋର ଜେନା ସେମାନଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସେମାନେ ତ୍ରିରଙ୍ଗା ସହ ଫୋଟ ପୋଜ ମଧ୍ୟ ଦେଇଥିଲେ। 

Asian Games Asian Games Update 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe