ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ରାଜ୍ୟର ୧୨୯ଜଣ ସଫଳ କ୍ରୀଡ଼ାବିତଙ୍କୁ ରାଜ୍ୟ ସରକାର ଆଜି ଆର୍ôଥକ ପୁରସ୍କାର ପ୍ରଦାନ କରିଛନ୍ତି । ୧୫ଟି କ୍ରୀଡ଼ାବର୍ଗର ଏହି କ୍ରୀଡ଼ାବିତମାନଙ୍କୁ ମୋଟ ୧୭ଲକ୍ଷ ୮୩ହଜାର ୫୦୦ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଖୋଖୋ କ୍ରୀଡ଼ାବିତଙ୍କୁ ୩.୭୫ଲକ୍ଷ ଟଙ୍କା, କରାଟେ କ୍ରୀଡ଼ାବିତଙ୍କୁ ୩.୫୮ଲକ୍ଷ ଟଙ୍କା, ପେଂଚକ ସିଲେଟ କ୍ରୀଡ଼ାବିତଙ୍କୁ ୨.୬୦ଲକ୍ଷ ଟଙ୍କା ଓ ବୁଶୁ କ୍ରୀଡ଼ାବିତଙ୍କୁ ୧.୯୬ଲକ୍ଷ ଟଙ୍କା, ପାରା-ଆଥଲେଟିକଙ୍କୁ ୧.୧୭ଲକ୍ଷ ଟଙ୍କା, ବେସବଲ୍ ଖେଳାଳୀଙ୍କୁ ୨୪୫୦୦ଟଙ୍କା, ତାଇକ୍ୱାଣ୍ଡୋଙ୍କୁ ୯୮ହଜାର ଟଙ୍କା, ମୂକବଧିର କ୍ରିକେଟ୍ ଖେଳାଳୀଙ୍କୁ ୬୨୫୦୦ଟଙ୍କା, ଚେସ୍ କେଳାଳୀଙ୍କୁ ୫ହଜାର, ସନ୍ତରଣକାରୀଙ୍କୁ ୩୭ହଜାର, ଭାରୋତ୍ତୋଳନ କାରୀଙ୍କୁ ୪୪ହଜାର, ପାରା ସନ୍ତରଣକାରୀଙ୍କୁ ୫୩ହଜାର, ପାରା-ବ୍ୟାଡ଼ମିଂଟନକାରୀଙ୍କୁ ୩୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଆଜିର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଯୋଗ ଦେଇ ଏହି ଅର୍ଥ ପୁରସ୍କାର ପ୍ରଦାନ କରିଥିବା ଜଣାପଡ଼ିଛି ।