Advertisment

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ

ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ଦିଆଯାଏ।

ଅଦ୍ୟତନ ହୋଇଛି
Loka Seva Bhavan

Loka Seva Bhavan

Advertisment

ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଛନ୍ତି। ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’। ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ ଲାଇନ୍ ଜାରି କରାଯାଇଛି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା। ସେ ଏହି ପୁରସ୍କାରର ନାମ ତାଙ୍କ ବାପା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ରଖିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ଦିଆଯାଏ। ରାଜ୍ୟର ସଫଳ କ୍ରୀଡ଼ାବିତ୍, କୋଚ୍, କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଏ।

ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇବା ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଏହାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ବିଜେଡି ନେତା ତଥା ରାଜ୍ୟ ସଭା ସାଂସଦ ମୁନା ଖାଁ କହିଛନ୍ତି, ନାଁ ପରିବର୍ତ୍ତନ କି ରଙ୍ଗ ପରିବର୍ତ୍ତନ କଲେ କିଛି ହେବନି। ସେମାନେ କାମ କରନ୍ତୁ। ନିଜସ୍ଵ ଯୋଜନା କରନ୍ତୁ। ବିଜୁ ବାବୁଙ୍କ ବିରୋଧରେ କାମ କଲେ ଲୋକେ ଅସନ୍ତୋଷ ହେବେ ଆଉ ଏହା ବିପଜ୍ଜନକ ହେବ। ନାଁ ପରିବର୍ତ୍ତନ ଉଚିତ୍ ହେଲାନି। ଏହାକୁ କେବେ ବି ବରଦାସ୍ତ କରାଯିବନି।

Sports News Odisha Rajya Krida Samman Biju Pattanaik Sports Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe