Advertisment

ପଦାର୍ପଣ ଟେଷ୍ଟ୍‌ରେ ହନୁମା ବିହାରୀଙ୍କ ଅର୍ଦ୍ଧଶତକ, ଭାରତ ୨୪୦/୭

ଓଭାଲ୍‌: ଡେବ୍ୟୁ ଟେଷ୍ଟ୍‌ରେ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ହନୁମା ବିହାରୀ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍‌ର ଶେଷ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ନିଜ ମନୋନୟନକୁ ଯଥାର୍ଥ ପ୍ରତିପାଦନ କରିବା ସହ ଭାରତକୁ ବିପର୍ଯ୍ଯୟରୁ ଉଦ୍ଧାର କରିଛନ୍ତି। ହନୁମା ବିହାରୀଙ୍କ ଆକର୍ଷଣୀୟ ୫୬ ଓ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୧ ରନ୍‌କୁ ପୁଞ୍ଜି କରି ଟିମ୍ ଇଣ୍ଡିଆ କିଆ ଓଭାଲ୍‌ରେ ଚାଲିଥିବା ପଞ୍ଚମ ଟେଷ୍ଟ୍‌ର ତୃତୀୟ ଦିନ ଖେଳର ଲଞ୍ଚ୍‌ ସୁଦ୍ଧା ୭ ୱିକେଟ୍‌ରେ ୨୪୦ […]

ଅଦ୍ୟତନ ହୋଇଛି
ପଦାର୍ପଣ ଟେଷ୍ଟ୍‌ରେ ହନୁମା ବିହାରୀଙ୍କ ଅର୍ଦ୍ଧଶତକ, ଭାରତ ୨୪୦/୭

u9

Advertisment

ଓଭାଲ୍‌: ଡେବ୍ୟୁ ଟେଷ୍ଟ୍‌ରେ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ହନୁମା ବିହାରୀ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍‌ର ଶେଷ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ନିଜ ମନୋନୟନକୁ ଯଥାର୍ଥ ପ୍ରତିପାଦନ କରିବା ସହ ଭାରତକୁ ବିପର୍ଯ୍ଯୟରୁ ଉଦ୍ଧାର କରିଛନ୍ତି।

Advertisment

ହନୁମା ବିହାରୀଙ୍କ ଆକର୍ଷଣୀୟ ୫୬ ଓ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୪୧ ରନ୍‌କୁ ପୁଞ୍ଜି କରି ଟିମ୍ ଇଣ୍ଡିଆ କିଆ ଓଭାଲ୍‌ରେ ଚାଲିଥିବା ପଞ୍ଚମ ଟେଷ୍ଟ୍‌ର ତୃତୀୟ ଦିନ ଖେଳର ଲଞ୍ଚ୍‌ ସୁଦ୍ଧା ୭ ୱିକେଟ୍‌ରେ ୨୪୦ ରନ୍‌ କରିଛି।

ଏବେ ଭ୍ରମଣକାରୀ ଦଳ ଘରୋଇ ଇଂଲଣ୍ଡଠାରୁ ପ୍ରଥମ ଇନିଂସ୍‌ରେ ୯୨ ରନ୍‌ ପଛୁଆ ରହିଥିବାବେଳେ ହାତରେ ୩ଟି ୱିକେଟ୍‌ ବାକି ଅଛି। ଲଞ୍ଚ୍‌ ବେଳକୁ ରବୀନ୍ଦ୍ର ଜାଡେଜା(୪୧)ଙ୍କ ସହ ଈଶାନ୍ତ ଶର୍ମା ୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।   

Advertisment

publive-image

ପୂର୍ବ ଦିନର ଅସମାପ୍ତ ୧୭୪/୬ରୁ ଖେଳ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆର ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ହନୁମା ବିହାରୀ ଓ ରବୀନ୍ଦ୍ର ଜାଡେଜା ଲଞ୍ଚ୍‌ ହେବାର କିଛି ସମୟ ପୂର୍ବ ଯାଏ ଘରୋଇ ଦଳର ବୋଲିଂକୁ ବେଶ୍ ସଫଳତାର ସହ ମୁକାବିଲା କରିଥିଲେ।

ପଦାର୍ପଣ ଟେଷ୍ଟ୍‌ ଖେଳୁଥିବା ବିହାରୀ ଦଳକୁ ଫେରିଥିବା ବାମହାତୀ ଜାଡେଜାଙ୍କ ସହ ସପ୍ତମ ୱିକେଟ୍ ପାଇଁ ମୂଲ୍ୟବାନ୍ ୭୭ ରନ୍‌ ସଂଗ୍ରହ କରି ଘରୋଇ ଦଳର ବୋଲରଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଯାଏ ନିରାଶ କରିଥିଲେ।

ତେବେ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ୱିକେଟ୍ କିପର୍‌ ଜନ୍ନି ବୟାରେଷ୍ଟୋଙ୍କ ଦ୍ବାରା ଆଉଟ୍ ହୋଇ ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ହନୁମା ନିଜ ୧୨୪ ବଲ୍‌ର ଇନିଂସ୍‌ରେ ୭ ଚୌକା ଓ ଗୋଟିଏ ଛକା ସହ ଆକର୍ଷଣୀୟ ୫୬ ରନ୍‌ କରି ସମାଲୋଚକଙ୍କ ମୁହଁ ସିଲ୍‌ କରି ଦେଇଛନ୍ତି।

ସେହିପରି ଅଶ୍ୱିନଙ୍କ ବଦଳ ଖେଳାଳି ଭାବେ ଗସ୍ତରେ ପ୍ରଥମ ଥର ପାଇଁ ଟିମ୍‌କୁ ଫେରିଥିବା ବାମହାତୀ ଅଲ୍‌ରାଉଣ୍ଡର୍‌ ଜାଡେଜା ଇଂଲିଶ୍‌ ଟେଲ୍‌ଏଣ୍ଡର୍‌ଙ୍କ ଭଳି ଜବରଦସ୍ତ ବ୍ୟାଟିଂ ଜାରି ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe