Advertisment

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ମୁମ୍ବାଇ: ଲକଡାଉନ ବେଳେ ବିବାହ କରିଥିବା ନେଇ ସୂଚନା ଦେଇଥିବା ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ଗୋଟିଏ ପୁତ୍ର ସନ୍ତାନଙ୍କୁ ଆଜି ଜନ୍ମ ଦେଇଛନ୍ତି। ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ ଆଉକାଉଣ୍ଟରେ ନବଜାତ ଶିଶୁପୁତ୍ରର ହାତ ଧରିଥିବା ବେଳର ଫୋଟକୁ ପୋଷ୍ଟ କରି ସମଗ୍ର ବିଶ୍ୱକୁ ଏହି ସୂଚନା ଦେଇଛନ୍ତି। ହାର୍ଦ୍ଦିକ ଶିଶୁପତ୍ରର ହାତର ଫୋଟ ଦେଇଥିବା ବେଳେ ଏହାର ମୁହଁ ଦେଖାଇ ନାହାନ୍ତି। ପୁତ୍ର ସନ୍ତାନର […]

ଅଦ୍ୟତନ ହୋଇଛି
ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

yd

Advertisment

ମୁମ୍ବାଇ: ଲକଡାଉନ ବେଳେ ବିବାହ କରିଥିବା ନେଇ ସୂଚନା ଦେଇଥିବା ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ଗୋଟିଏ ପୁତ୍ର ସନ୍ତାନଙ୍କୁ ଆଜି ଜନ୍ମ ଦେଇଛନ୍ତି। ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ ଆଉକାଉଣ୍ଟରେ ନବଜାତ ଶିଶୁପୁତ୍ରର ହାତ ଧରିଥିବା ବେଳର ଫୋଟକୁ ପୋଷ୍ଟ କରି ସମଗ୍ର ବିଶ୍ୱକୁ ଏହି ସୂଚନା ଦେଇଛନ୍ତି।

Advertisment

ହାର୍ଦ୍ଦିକ ଶିଶୁପତ୍ରର ହାତର ଫୋଟ ଦେଇଥିବା ବେଳେ ଏହାର ମୁହଁ ଦେଖାଇ ନାହାନ୍ତି। ପୁତ୍ର ସନ୍ତାନର ବାପା ହୋଇଥିବା ଖବର ମିଳିବା ପରେ ସୋଶାଲ ମିଡିଆରେ ହାର୍ଦ୍ଦିକଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିବା ଆରମ୍ଭ ହୋଇଛି।

ବୁଧବାର ହାର୍ଦ୍ଦିକ ପତ୍ନୀ ନତାଶାଙ୍କୁ କାର୍‌ରେ ନେଇ ଯାଉଥିବା ବେଳେ ଫୋଟ ପୋଷ୍ଟ କରିଥିଲେ। ସମ୍ଭବତଃ ସେ ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ଏହି ଫଟୋ ଉଠାଇଥିଲେ ବୋଲି କୁହାଯାଉଛି। ଏଥିରେ ସେ କମିଙ୍ଗ ସୁନ୍‌ ବୋଲି ଉଲ୍ଲେଖ କରିଥିଲେ।

Advertisment
View this post on Instagram

We are blessed with our baby boy ❤️🙏🏾

A post shared by Hardik Pandya (@hardikpandya93) on

ଜାନୁଆରୀ ୧ରେ ହାର୍ଦ୍ଦିକ ନତାଶାଙ୍କ ସହ ନିର୍ବନ୍ଧ କରିଥିବା ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଏହା ମଧ୍ୟରେ ଉଭୟ କେତେବେଳେ ବିବାହ କରିଥିଲେ, ତା’ର ଖବର କାହା ପାଖରେ ନଥିଲା। ହେଲେ ମେ’ ୩୧ରେ ନତାଶା ଗର୍ଭବତୀ ଥିବା ହାର୍ଦ୍ଦିକ ଟ୍ୱିଟ କରିବା ସହ ବାହାଘରର କିଛି ଫଟୋ ପୋଷ୍ଟ କରିଥିଲେ।

Hardik Pandya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe