Advertisment

ବାପା ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ସୋଶାଲ ମିଡିଆରେ ଦେଲେ ସୂଚନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ସୋଶାଲ ମିଡିଆରେ ଏହି ଖୁସି ଖବରର ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଜି ୪ଟି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ହାର୍ଦ୍ଦିକଙ୍କ ଭାବିପତ୍ନୀ ନତାଶା ଗର୍ଭବତୀ ଥିବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏହି ଫଟୋରେ ହାର୍ଦ୍ଦିକ ଲେଖିଛନ୍ତି, “ଏପର୍ଯ୍ୟନ୍ତ ନତାଶା ଏବଂ ମୋର ଯାତ୍ରା ବହୁତ ଭଲ ରହିଛି ଏବଂ ଆଗକୁ […]

ଅଦ୍ୟତନ ହୋଇଛି
ବାପା ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ସୋଶାଲ ମିଡିଆରେ ଦେଲେ ସୂଚନା

hardik

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ସୋଶାଲ ମିଡିଆରେ ଏହି ଖୁସି ଖବରର ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଜି ୪ଟି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ହାର୍ଦ୍ଦିକଙ୍କ ଭାବିପତ୍ନୀ ନତାଶା ଗର୍ଭବତୀ ଥିବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି।

Advertisment

ଏହି ଫଟୋରେ ହାର୍ଦ୍ଦିକ ଲେଖିଛନ୍ତି, "ଏପର୍ଯ୍ୟନ୍ତ ନତାଶା ଏବଂ ମୋର ଯାତ୍ରା ବହୁତ ଭଲ ରହିଛି ଏବଂ ଆଗକୁ ଏହା ଆହୁରି ଭଲ ହେବାକୁ ଯାଉଛି। ଆମେ ଜଲଦି ଏକ ନୂଆ ଜୀବନକୁ ସ୍ୱାଗତ କରିବାକୁ ପୂରା ଉତ୍ସାହିତ ଅଛୁ। ଆମେ ନିଜ ଜୀବନର ଜଣେ ନୂଆ ଚେହେରାକୁ ନେଇ ବହୁତ ଖୁସି ଅଛୁ। ଏଥିପାଇଁ ଆମେ ସମସ୍ତଙ୍କ ଆଶୀର୍ବାଦ ଓ ପ୍ରାର୍ଥନା ଲୋଡ଼ୁଛୁ।"

Advertisment


ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ଦୁବାଇରେ ହାର୍ଦ୍ଦିକଙ୍କ ଅଚାନକ ନତାଶାଙ୍କ ସହ ନିର୍ବନ୍ଧ କରି ସମସ୍ତଙ୍କୁ ଚକିତ କରିଥିଲେ। ମାର୍ଚ୍ଚରେ ଯେତେବେଳେ ସାରା ଦେଶରେ ଲକଡାଉନର ଘୋଷଣା କରାଗଲା, ସେହି ସମୟରେ ସେ ହାର୍ଦ୍ଦିକ ନିଜ ଘରେ ବଡ଼ ଭାଇ କୃନାଲ୍ ପାଣ୍ଡ୍ୟା ଓ ତାଙ୍କ ପତ୍ନୀଙ୍କ ସହ ଗୋଟିଏ ଘରେ ରହିଥିଲେ। ତେବେ ଲକଡାଉନ୍ ବେଳେ ହାର୍ଦ୍ଦିକ ଓ ନତାଶାଙ୍କର ଏକ ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଲାଗୁଛି ଯେ ଦୁହେଁ ବିବାହ କରିସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଦୁହିଁଙ୍କର ବିବାହକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଛୋଟିଆ ଫର୍ମାଟରେ ଦମଦାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦିନିକିଆ ଓ ଟେଷ୍ଟ ଦଳ ପାଇଁ ଚୟନ କରାଯାଇଥିଲା। ୨୦୧୯ରେ 'କଫି ୱିଦ୍ କରନ୍' ଶୋ'ରେ ଏକ ବୟାନ ପାଇଁ ବିବାଦଘେରକୁ ଆସିଥିଲେ। ଯାହା ପରେ ହାର୍ଦ୍ଦିକଙ୍କ ସହ ଏହି ଶୋ'ରେ ସାମିଲ୍ ସାଥୀ ଖେଳାଳି ଲୋକେଶ ରାହୁଲଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିଲା। ୨୦୧୯ରେ ସେ ଭାରତ ପକ୍ଷରୁ ଦିନିକିଆ ବିଶ୍ୱକପ୍ ଖେଳିଥିଲେ ହେଁ, ଆହତ କାରଣରୁ ସେ ନିୟମିତ ଭାବେ ଜାତୀୟ ଦଳରୁ ବାହାରେ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe